ଭବାନୀପାଟଣା: ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ପଦଯାତ୍ରା ଜିଲ୍ଲା ଯୁବ କଂଗ୍ରେସର ପଦଯାତ୍ରା । ଏବେ ଶ୍ରାବଣ ଯାଇ ଭାଦ୍ରବ ଆସିଛି । ହେଲେ ଚାଷୀ ରୁଆ ବେଉଷଣ ସାରି ଗଣପର୍ବ ନୂଆଖାଇ ପାଇଁ ପ୍ରସ୍ତୁତିର ବେଳ। ହେଲେ ଏହି ସମୟରେ ଜିଲ୍ଲାରେ ଆବଶ୍ୟକତା ଠାରୁ କମ୍ ବର୍ଷା ଯୋଗୁଁ ଧାନ ରୁଆ ବେଉଷଣ କାମ ହୋଇ ନ ପାରି ଜିଲ୍ଲାର ସମସ୍ତ ଅଞ୍ଚଳରେ ଦେଖାଦେଇଛି ଆସନ୍ନ ଗଜା ମରୁଡି । ଆଉ ଏନେଇ ଚଷାପୁଅ ମୁଣ୍ଡରେ ହାତଦେଇ ବସିଛି ।
ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର 28ଗୋଟି ଗ୍ରାମ ପଞ୍ଚାୟତ ସହ ଜିଲ୍ଲାର ଅଣ ଜଳସେଚିତ ଅଞ୍ଚଳକୁ ମରୁଡି ଘୋଷଣା ଦାବିରେ ଆଜି (ଶୁକ୍ରବାର))ରାଜରାସ୍ତାକୁ ଓହ୍ଲାଇଛି କଳାହାଣ୍ଡି ଯୁବ କଂଗ୍ରେସ ।
ସେପଟେ ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ଠାରୁ ଧର୍ମଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଦୀର୍ଘ ୧୦କିମି ପର୍ଯ୍ୟନ୍ତ ପଦ ଯାତ୍ରା ଆରମ୍ଭ କରିବା ସହ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବ ଜିଲ୍ଲା ଯୁବ କଂଗ୍ରେସ । ଆଉ ଏହି ପଦଯାତ୍ରାରେ ଜିଲ୍ଲାର ଅନେକ କଂଗ୍ରେସ କର୍ମୀ ଓ ଚାଷୀ ଯୋଗ ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ