ETV Bharat / state

ରେଳ ସଂଯୋଗରେ ଉପେକ୍ଷିତ କଳାହାଣ୍ଡି, ରେଳମନ୍ତ୍ରୀଙ୍କୁ ଭେଟିବ ବିକାଶ ପରିଷଦ - ରେଳମନ୍ତ୍ରୀଙ୍କୁ ଭେଟିବ କଳାହାଣ୍ଡି ବିକାଶ ପରିଷଦ

ରେଳ ସଂଯୋଗରେ ଉପେକ୍ଷିତ କଳାହାଣ୍ଡି ଜିଲ୍ଲା । ରେଳ ଲାଇନ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିବ କଳାହାଣ୍ଡି ବିକାଶ ପରିଷଦ । ଅଧିକ ପଢନ୍ତୁ

kalahandi vikas parishad
kalahandi vikas parishad
author img

By

Published : Jul 21, 2023, 2:06 PM IST

Updated : Jul 21, 2023, 2:22 PM IST

kalahandi vikas parishad

ଭବାନୀପାଟଣା: ରେଳ ସଂଯୋଗ ଓ ଶିଳ୍ପ କ୍ଷେତ୍ରରେ ଅବହେଳିତ କଳାହାଣ୍ଡି ଜିଲ୍ଲା । ଯାହା ଫଳରେ ଜିଲ୍ଲାରେ ସାମାଜିକ ଏବଂ ଅର୍ଥନୈତିକ ବିକାଶ ହୋଇ ପାରୁନାହିଁ । ପଛୁଆ ଜିଲ୍ଲା ଭାବରେ ପରିଗଣିତ କଳାହାଣ୍ଡିର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି ସତ କିନ୍ତୁ ଉପଯୁକ୍ତ ରେଳସେବା ପାଇବାରୁ ବଞ୍ଚିତ ରହିଛନ୍ତି କଳାହାଣ୍ଡିବାସୀ । ରେଳପଥ, ସଡ଼କ ସଂଯୋଗୀକରଣ, ଉପଯୁକ୍ତ ଶିକ୍ଷାର ଅଭାବ ଯୋଗୁଁ ଜିଲ୍ଲାର ଅନେକ ଲୋକ ବାହାର ରାଜ୍ୟରେ ଦାଦନ ଶ୍ରମିକ ପାଲଟି ଯାଇଛନ୍ତି । ତେଣୁ କଳାହାଣ୍ଡିର ରେଳ ସୁବିଧାକୁ ସ୍ଵତନ୍ତ୍ର ଧ୍ୟାନ ଦେବା ପାଇଁ ଆଗାମୀ ଦିନରେ ରେଳମନ୍ତ୍ରୀଙ୍କୁ ଭେଟିବ କଳାହାଣ୍ଡି ବିକାଶ ପରିଷଦ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ।

ରେଳ ପରିବହନ ସାଧାରଣ ଜନତାଙ୍କୁ ସୁଲଭ ଓ ସହଜ ହେଉଥିବାବେଳେ କଳାହାଣ୍ଡି ଅଧିବାସୀ ସେହି ସୁବିଧା ପାଉନାହାନ୍ତି । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୨, ୧୯୧,୮୪୮ ରହିଛି । ୨୦୨୦ ତଥ୍ୟ ଅନୁଯାୟୀ ଜିଲ୍ଲାରେ ମୋଟ ଜନସଂଖ୍ୟା ମଧ୍ୟରୁ ଅନୁସୂଚିତ ଜାତି ଜନସଂଖ୍ୟା ୧୮.୨ ପ୍ରତିଶତ ଏବଂ ଅନୁସୂଚିତ ଜନଜାତି ଜନସଂଖ୍ୟା ୨୮.୫ ପ୍ରତିଶତ ରହିଥିଲା । ସେହି ତଥ୍ୟ ଅନୁଯାୟୀ ଜିଲ୍ଲାର ଗ୍ରାମାଞ୍ଚଳରେ ସାକ୍ଷରତା ହାର ୫୭.୩ ପ୍ରତିଶତ ଓ ସହରାଞ୍ଚଳରେ ୮୧.୬ ପ୍ରତିଶତ ରହିଥିଲା । କିନ୍ତୁ ଶିକ୍ଷିତ ଓ ଯୋଗ୍ୟ ଯୁବବର୍ଗଙ୍କ ନିଯୁକ୍ତି ବା ଆତ୍ମନିଯୁକ୍ତି ପାଇଁ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ସୁବିଧା ସୁଯୋଗ ସୃଷ୍ଟି କରାଯାଇନାହିଁ ।

ଜିଲ୍ଲାରେ ଏକମାତ୍ର ବୃହତ୍ ଶିଳ୍ପ ଭାବରେ ବେଦାନ୍ତ ରହିଥିବା ବେଳେ ସେଠାରେ ଜିଲ୍ଲାରୁ ହାତଗଣତି ଲୋକ ନିଯୁକ୍ତି ପାଇଛନ୍ତି । ଅନ୍ୟପଟେ ଜିଲ୍ଲାର ସମସ୍ତ ଅଞ୍ଚଳକୁ ସବୁଦିନିଆ ଉନ୍ନତ ସଡ଼କ ସଂଯୋଗ ବ୍ୟବସ୍ଥା ନାହିଁ । ଶିକ୍ଷିତ ବେକାର ଯୁବବର୍ଗ କାମଧନ୍ଦା ଅନ୍ଵେଷଣରେ ବାହାରକୁ ଯିବାପାଇଁ ରେଳସେବା ସୁଲଭ ପରିବହନ ହୋଇଥିଲେ ମଧ୍ୟ ତାହା ଅଞ୍ଚଳବାସୀଙ୍କ ପାଇଁ ଉପଲବ୍ଧ ହେଉନାହିଁ । ଜିଲ୍ଲାରୁ ଦେଶ କିମ୍ବା ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନକୁ ରେଳ ଯୋଗାଯୋଗ ବ୍ୟବସ୍ଥା ନାହିଁ । ଏଠାରେ ଥିବା ୧୯ଟି ପ୍ରମୁଖ ଧର୍ମୀୟ ସ୍ଥଳ, ବାଣିଜ୍ୟ କେନ୍ଦ୍ର, ଐତିହାସିକ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଅଭୟାରଣ୍ୟ ମଧ୍ୟରୁ କେବଳ ଜୁନାଗଡ, ଭବାନୀପାଟଣାକୁ ରେଳ ସଂଯୋଗ ରହିଛି । ଅନ୍ୟପ୍ରମୁଖ ସ୍ଥାନଗୁଡିକ ଏଥିରୁ ବଞ୍ଚିତ ରହିଛି । ଜିଲ୍ଲାବାସୀଙ୍କ ପକ୍ଷରୁ ସେଠାରେ ବୃହତ୍ ଶିଳ୍ପ ସ୍ଥାପନ ଏବଂ ରେଳ କାରଖାନା ସ୍ଥାପନ କରିବାକୁ ୨୦୦୮ରୁ ଦାବି କରିଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-Khurda-Balangir Rail Project: ଖୁବଶୀଘ୍ର ହେବ ଶେଷ, ସୂଚନା ଦେଲେ ଅଶ୍ବିନୀ

୨୦୧୦-୧୧ କେନ୍ଦ୍ର ବଜେଟ୍‌ରେ କଳାହାଣ୍ଡି ଅଥବା ଭୁବନେଶ୍ବରରେ ଏକ ରେଳ ସାମୟିକ ବଗି ମରାମତି କାରଖାନା ସ୍ଥାପନ ପ୍ରସ୍ତାବ ରହିଥିଲା । କିନ୍ତୁ ଓଡ଼ିଶା ସରକାର ତାହାକୁ ଗଞ୍ଜାମ ଜିଲ୍ଲାରେ କରିବାକୁ ପ୍ରସ୍ତାବ ଦେଲେ । ତାହାକୁ କଳାହାଣ୍ଡି ଜିଲ୍ଲାବାସୀ ତୀବ୍ର ସମାଲୋଚନା କରିଥିଲେ ଏବଂ ଏହାକୁ ନେଇ ଦୁଇବର୍ଷ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିଲା । ବିଭିନ୍ନ ମହଲରୁ ଦାବି ପରେ ୨୦୧୩-୧୪ ବଜେଟ୍‌ରେ କଳାହାଣ୍ଡିରେ ଏକ ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଗଲା । ପରେ ତାହାକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିଦିଆଗଲା । ୨୦୧୭-୧୮ରେ ପୁନଶ୍ଚ କଳାହାଣ୍ଡିରେ ବିଦ୍ୟୁତଚାଳିତ ରେଳ ଇଞ୍ଜିନର ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଯାଇଥିଲା । କିନ୍ତୁ ସେହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ ।

ଜୁନାଗଡ ରୋଡ-ନବରଙ୍ଗପୁର ରେଳପଥପ୍ରକଳ୍ପ ପାଇଁ ସର୍ଭେ ଦୀର୍ଘବର୍ଷ ହେଲା ପଡିରହିଛି । ରାୟପୁର-ରାଜିମ-ଗରିଆବନ୍ଧ-ଦେଭୋଗ-ଧର୍ମଗଡ-ଜୁନାଗଡ ରେଳପଥ ପାଇଁ ସର୍ଭେ ପାଇଁ ଅନୁମୋଦନ ମିଳିଥିଲେ ମଧ୍ୟ ତାହାର ସ୍ଥିତି ସମ୍ପର୍କରେ ଜଣାନାହିଁ । ଲାଞ୍ଜିଗଡ଼ ରୋଡ-ଫୁଲବାଣୀ-ଅନୁଗୋଳ (ତାଳଚେର) ଏବଂ ଭବାନୀପାଟଣା-କେସିଙ୍ଗା ରେଳପଥ ପ୍ରକଳ୍ପ ଆଗେଇ ପାରୁନାହିଁ । ଏଠାକୁ ସୀମିତ ସଂଖ୍ୟକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । କଳାହାଣ୍ଡିର ରେଳ ସୁବିଧାକୁ ସ୍ଵତନ୍ତ୍ର ଧ୍ୟାନ ଦେବା ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଏହି ସଂକ୍ରାନ୍ତରେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ କଳାହାଣ୍ଡି ବିକାଶ ପରିଷଦର ରେଳମନ୍ତ୍ରୀଙ୍କୁ ଖୁବ୍ ଶୀଘ୍ର ସାକ୍ଷାତ କରି ଅବଗତ କରାଇବାର ନିଷ୍ପତ୍ତି ନେଇଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Jul 21, 2023, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.