ETV Bharat / state

କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଲା UGC ମାନ୍ୟତା - UGC

କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଲା UGC ମାନ୍ୟତା । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରାଛାତ୍ରୀଙ୍କ ହିତ ଦୃଷ୍ଟିରୁ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
author img

By

Published : Aug 19, 2021, 7:07 AM IST

ଭବାନୀପାଟଣା/ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ପାଇଁ ଖୁସି ଖବର । କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଲା UGC ମାନ୍ୟତା । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରାଛାତ୍ରୀଙ୍କ ହିତ ଦୃଷ୍ଟିରୁ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି ଧର୍ମେନ୍ଦ୍ର ।

କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଲା UGC ମାନ୍ୟତା

  • କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ୍ କମିସନ (ୟୁଜିସି) ଆଜି ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । pic.twitter.com/tpoBHckVRV

    — Dharmendra Pradhan (@dpradhanbjp) August 18, 2021 " class="align-text-top noRightClick twitterSection" data=" ">

କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ୟୁଜିସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ୍ କମିସନ (ୟୁଜିସି) ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରାଯାଇଛି । ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ଜନଜାତି ବହୁଳ ଅଞ୍ଚଳ କଳାହାଣ୍ଡି ସମେତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ‘ଜାତୀୟ ଶିକ୍ଷା ନୀତି’ ଜରିଆରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧି କରାଇବ ବୋଲି ଆଶା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । କଳାହାଣ୍ଡି ବିଶ୍ବବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କଲେ ୟୁଜିସି ଅଧିନିୟମ ୧୯୫୬ ଧାରା ୧୨(ବି)ରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ।

ଏହି ଆର୍ଥିକ ଅନୁଦାନ ବିଶ୍ବବିଦ୍ୟାଳୟର ଭିତ୍ତିଭୂମିକୁ ମଜବୁତ କରିବା ସହ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ଟ୍ବିଟ କରି କହିଛନ୍ତି କେନ୍ଦ୍ରଶିକ୍ଷାମନ୍ତ୍ରୀ । ବିଶ୍ବବିଦ୍ୟାଳୟ ମାନ୍ୟତାକୁ ନେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଧର୍ମେନ୍ଦ୍ରଙ୍କୁ ଅବଗତ କରାଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.