ETV Bharat / state

ବାହାରିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରୀକ୍ଷାଫଳ, ୮୫% କୃତକାର୍ଯ୍ୟ

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତରଫରୁ ସ୍ନାତକୋତ୍ତର ଫଳ ପ୍ରକାଶିତ । 5 ଦିନ ଭିତରେ ଫଳ ପ୍ରକାଶ କଲା ମହାବିଦ୍ୟାଳୟ । ଅଧିକ ପଢ଼ନ୍ତୁ

author img

By

Published : Jul 17, 2023, 7:09 AM IST

Updated : Jul 17, 2023, 8:11 AM IST

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତରଫରୁ ସ୍ନାତକୋତ୍ତର ଫଳ ପ୍ରକାଶିତ

Kalahandi University

ଭବାନୀପାଟଣା: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତରଫରୁ ସ୍ନାତକୋତ୍ତର ଫଳ ପ୍ରକାଶିତ ହୋଇଯାଇଛି । ପରୀକ୍ଷା ଶେଷ ହେବାର ଖୁବ୍ କମ୍ ଦିନ ବ୍ୟବଧାନରେ ଫଳ ପ୍ରକାଶିତ ହୋଇଛି । ଜୁଲାଇ ମାସର ୧୧ ତାରିଖରେ ସ୍ନାତକୋତ୍ତର ଶେଷ ବର୍ଷର ପରୀକ୍ଷା ହୋଇଥିଲା ଏବଂ କୁଳପତିଙ୍କ ବିଶେଷ ଉଦ୍ୟମକ୍ରମେ ଜୁଲାଇ ୧୬ ତାରିଖ ଏହାର ଫଳ ପ୍ରକାଶିତ ହୋଇଛି ।

ଦିନରାତି କାମ କରିବା ଫଳରେ ଶେଷରେ ମାତ୍ର 5 ଦିନ ଭିତରେ ଫଳ ପ୍ରକାଶିତ ହୋଇଛି । ଯାହାକି ପରୀକ୍ଷା ପରିଚାଳନାରେ ଏକ ବିଶେଷ ସଫଳତା । ୧୬ଟି ବିଭାଗର ସର୍ବମୋଟ ୩୨୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୭୬ ଜଣ କୃତକାର୍ଯ୍ୟ ହୋଇଛନ୍ତି(୮୫.୧୯) । ଏଥିରୁ ପ୍ରଥମ ଶ୍ରେଣୀରେ ୨୬୩ ଜଣ ଏବଂ ଦ୍ଵିତୀୟ ଶ୍ରେଣୀରେ ୧୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳା ବିଭାଗରେ ଉତ୍ତୀର୍ଣ୍ଣ ହାର ୮୮.୫୦ ପ୍ରତିଶତ, ବାଣିଜ୍ୟରେ ୪୧.୬୭ ଶତକଡା ଓ ବିଜ୍ଞାନରେ ୮୮.୮୮ ଶତକଡା ଛାତ୍ର ଛତ୍ରୀମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଇତିହାସ, ଓଡ଼ିଆ, ରାଜନୀତି ବିଜ୍ଞାନ, ସଂସ୍କୃତ, ମାନବବିଜ୍ଞାନ ଓ ପ୍ରାଣୀବିଜ୍ଞାନରେ ପାସ ଫଳାଫଳ ଶତ ପ୍ରତିଶତ ରହିଛି ।

କଳା ବିଭାଗରେ ବିଶ୍ଵବିଦ୍ୟାଳୟରେ ସବୁଠୁ ଅଧିକ ନମ୍ବର ରଖିଛନ୍ତି ସଂସ୍କୃତ ବିଭାଗର ପଦ୍ମିନୀ ହର୍ପାଲ। ବାଣିଜ୍ୟରେ ଧନୁର୍ଜୟ ଦୀପ ଓ ତୁଷାର ସିଂହ, ବିଜ୍ଞାନରେ ଗଣିତ ବିଭାଗର ଛାତ୍ରୀ ସ୍ମରଣିକା ପ୍ରଧାନ ଓ ପଲ୍ଲବୀ ଥେଟୁୱାର । ମାନବ ଶାସ୍ତ୍ରରେ ଆଶିଷ ଭୋଇ, ଅର୍ଥ ଶାସ୍ତ୍ରରେ କବିତା ବାଗ, ଶିକ୍ଷାରେ ବବିତା ଭୋଇ, ଇଂରାଜୀରେ ସ୍ପର୍ଷା ମିଶ୍ର, ଭୂଗୋଳରେ ଭାର୍ଗବୀ ନିଆଲ, ଇତିହାସରେ ବିଶାଳ ନାଗ, ଓଡ଼ିଆରେ ଟିକି ଭୋଇ, ରାଜନୀତି ବିଜ୍ଞାନରେ ଦୀପକ କୁମାର ଦେବ, ସମାଜ ବିଜ୍ଞାନରେ ହୃଷୀକେଶ ଭାଇଁସଲ, ବିଜ୍ଞାନ ବିଭାଗର ମାନବ ଶାସ୍ତ୍ରରେ ବର୍ଷାରାଣୀ ସ୍ୱାଇଁ, ଉଦ୍ଭିଦ ବିଜ୍ଞାନରେ ବର୍ଷରାଣୀ ଦେବ, ରସାୟନ ବିଜ୍ଞାନରେ ରୁବିନା ବାରିକ, ପଦାର୍ଥ ବିଜ୍ଞାନରେ ଅନୁଭବ ଚାନ୍ଦ ଓ ପ୍ରାଣୀବିଜ୍ଞାନରେ ମୋନାଲିସା ପାଣି ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ମେଜର ଡକ୍ଟର ଜୟଦେବ ସାହୁ, ସ୍ବତନ୍ତ୍ର ପରୀକ୍ଷା ନିୟନ୍ତ୍ରକ ଡକ୍ଟର କୈଳାସ ଚନ୍ଦ୍ର ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ଉପସ୍ଥିତ ଥିଲେ । ଏତେ କମ୍ ଦିନରେ ନିର୍ଭୁଲ ଭାବରେ ଫଳ ପ୍ରକାଶନରେ ସାହାଯ୍ୟ କରିଥିବାରୁ ପରୀକ୍ଷା ପରିଚାଳନା ବିଭାଗର ସମସ୍ତଙ୍କୁ ଓ ମୂଲ୍ୟାଙ୍କନ କରିଥିବା ଅଧ୍ୟାପକମାନଙ୍କୁ ସାଧୁବାଦ୍ ଜଣାଇଛନ୍ତି କୁଳପତି । ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Jul 17, 2023, 8:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.