ETV Bharat / state

ଖଣ୍ଡୁଆଲ ମାଳି ପାହାଡରେ ଖଣି ଖନନଙ୍କୁ ବିରୋଧ, ହାତରେ ଧନୁତୀର ଧରି ଆଦିବାସୀଙ୍କ ପ୍ରତିବାଦ

author img

By

Published : Aug 10, 2021, 11:12 AM IST

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଖଣ୍ଡୁଆଲ ମାଳି ପାହାଡ଼ର ସୁରକ୍ଷା ପାଇଁ ,ଖଣ୍ଡୁଆଲ ମାଳି ସୁରକ୍ଷା ସମିତି ପକ୍ଷରୁ ମାନବ ଶୃଙ୍ଖଳ ଓ ଗଣ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଥିଲା। ଅଧିକ ପଢନ୍ତୁ...

ଖଣ୍ଡୁଆଲ ମାଳି ପାହାଡରେ ଖଣି ଖନନଙ୍କୁ ବିରୋଧ, ହାତରେ ଧନୁତୀର ଧରି ଆଦିବାସୀଙ୍କ ପ୍ରତିବାଦ
ଖଣ୍ଡୁଆଲ ମାଳି ପାହାଡରେ ଖଣି ଖନନଙ୍କୁ ବିରୋଧ, ହାତରେ ଧନୁତୀର ଧରି ଆଦିବାସୀଙ୍କ ପ୍ରତିବାଦ

ଭବାନୀପାଟଣା: ଖଣ୍ଡୁଆଲ ମାଳି ପାହାଡରେ ଖଣି ଖନନଙ୍କୁ ବିରୋଧ କରି ଗର୍ଜିଲେ ଆଦିବାସୀ। ବିଶ୍ୱ ଆଦିବାସୀ ଦିବସ ତଥା ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଖଣ୍ଡୁଆଲ ମାଳି ପାହାଡ଼ର ସୁରକ୍ଷା ପାଇଁ ,ଖଣ୍ଡୁଆଲ ମାଳି ସୁରକ୍ଷା ସମିତି ପକ୍ଷରୁ ମାନବ ଶୃଙ୍ଖଳ ଓ ଗଣ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଥିଲା।

'ଜୀବନ ଯାଉ ପଛେ ଖଣ୍ଡୁଆଲ ମାଳି ବଞ୍ଚିଥାଉ' ଏଭଳି ନାରା ଦେଇ ପାହାଡ଼ର ପାଦ ଦେଶରେ ଏକଜୁଟ ହୋଇଥିଲେ ଆଦିବାସୀ। ହାତରେ ଟାଙ୍ଗିଆ, ଧନୁତୀର ସହ ନିଜର ପାରମ୍ପରିକ ବେଶଭୂଷାରେ ଏକଜୁଟ ହୋଇଥିବା ଏଇ ଆଦିବାସୀମାନେ ଖଣ୍ଡୁଆଲ ମାଳି ଓ ତାଙ୍କର ଖଣ୍ଡୁଆଲ ଦେବତାର ସୁରକ୍ଷା ପାଇଁ ସାଇସୁରନି ଠାରୁ କର୍ଲାପାଟ ଯାଏଁ ଦୀର୍ଘ ୬ କିଲୋମିଟର ପର୍ଯ୍ୟନ୍ତ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା। ଏହି ମାନବ ଶୃଙ୍ଖଳ ଓ ଗଣ ପ୍ରତିବାଦରେ ଅଞ୍ଚଳର ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ।

ବକ୍ସାଇଟ ଭରା ଖଣ୍ଡୁଆଳ ମାଳିରେ ଖଣିଖନନ ପାଇଁ ଚାଲିଥିବା ମସୁଧାକୁ ଅଞ୍ଚଳର ଆଦିବାସୀମାନେ ତୀବ୍ର ବିରୋଧ କରିଥିବାବେଳେ ଖଣି ଖନନ ହେଲେ ଜୈବ ବିଭିଦତା ନଷ୍ଟ ହେବାର ଆଶଙ୍କା ସହ ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ପ୍ରଭାବିତ ହେବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି । ଏସବୁ ଭିତରେ ଆଦିବାସୀଙ୍କ ଏହି ଦାବିକୁ ସରକାର କେତେ ଗୁରୁତ୍ୱର ସହ ବିଚାର କରିବେ ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ବାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.