ETV Bharat / state

୧୭୧୭ ଗାଁକୁ ନାହିଁ ଜଳ ଯୋଗାଣ ବ୍ୟବସ୍ଥା, ବସୁଧା ଯୋଜନାରେ ୫୨୧ ପ୍ରକଳ୍ପ ଅଚଳ - ଥୁଆମୂଳ ବ୍ଲକ ପାନୀୟ ଜଳ ସମସ୍ୟା

କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ବେ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାଣି ଟୋପେ ମିଳିବା ବଡ କଷ୍ଟ । କୂଅ, ନଳକୂପ ଆଦି ସୁଖି ଆଁ କରିଛି । ଲୋକେ କେଉଁଠି ବାଲିଚରରେ ଗାତ ଖୋଳି ଜଳ ସଂଗ୍ରହ କରୁଛନ୍ତି ତ କେଉଁଠି ଝରଣା ପାଣିକୁ ସଂଗ୍ରହ କରି ଜୀବନ ଅତିବାହିତ କରୁଛନ୍ତି । ଅସୁଦ୍ଧ ଜଳ ପାଇଁ ଭୋଗୁଛନ୍ତି ନନାଦି ରୋଗ । ଅଧିକ ପଢନ୍ତୁ

୧୭୧୭ ଗାଁକୁ ନାହିଁ ଜଳ ଯୋଗାଣ ବ୍ୟବସ୍ଥା, ବସୁଧା ଯୋଜନାରେ ୫୨୧ ପ୍ରକଳ୍ପ ଅଚଳ

author img

By

Published : Apr 25, 2022, 8:41 PM IST

କଳାହାଣ୍ଡି: କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାଣି ଟୋପେ ମିଳିବା କଷ୍ଟକର ହୋଇପଡୁଛି । ଭୂତଳ ଓ ଭୂପୃଷ୍ଠ ଜଳ ଉତ୍ସ ସବୁ ଧିରେ ଧିରେ ଖସିବାରେ ଲାଗିଛି । ତେଲ ଓ ହାତୀ ନଦୀ ହିଁ ଲୋକଙ୍କ ପାନୀୟ ଜଳ ପାଇଁ ବଡ଼ ଭରସା ହୋଇଥିବା ବେଳେ ଏବେ ଏହି ଦୁଇ ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଉଛି । ଏପ୍ରିଲ ମାସ ଆରମ୍ଭରୁ କୂଅ, ନଳକୂପ ଗୁଡ଼ିକରେ ଜଳ ଅତି ଗଭୀରକୁ ଚାଲିଗଲାଣି, ଅନ୍ୟ ଜଳ ଉତ୍ସ ସବୁ ଧିରେ ଧିରେ ଶୁଖିଯାଉଛି ।

୧୭୧୭ ଗାଁକୁ ନାହିଁ ଜଳ ଯୋଗାଣ ବ୍ୟବସ୍ଥା, ବସୁଧା ଯୋଜନାରେ ୫୨୧ ପ୍ରକଳ୍ପ ଅଚଳ

ଏହି ଜିଲ୍ଲାରେ ଯେତେ ପାନୀୟ ଜଳ ପ୍ରକଳ୍ପ ଅଛି, ସେଥିରୁ ଅର୍ଦ୍ଧାଧିକ ଅଧପନ୍ତରିଆ । ବର୍ଷ ବର୍ଷ ଧରି ଜିଲ୍ଲାର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଅସହାୟ ପରିବାର କୂଅ ଖୋଳି ପାଣି ସଂଗ୍ରହ କରୁଛନ୍ତି । ବୋହି ଯାଉଥିବା ନାଳପାଣି ଓ ଛୋଟ ଛୋଟ ଝରଣା ପାଣିକୁ ଆଶ୍ରା କରି ଚଳିଆସୁଛନ୍ତି । ଏବେ ବି ଅନେକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ରାଜ୍ୟ ସରକାର ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକଙ୍କୁ ପିଇବା ପାଣି ସୁନିଶ୍ଚିତ କରିପାରି ନାହାଁନ୍ତି । ଜିଲ୍ଲାରେ ପାନୀୟ ଜଳ ଯୋଗାଣର ସ୍ଥିତି ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣର ତଥ୍ୟ କହୁଛି ଯେ, ଅଧୁରା ଜଳଯୋଗାଣ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରାଯିବା ସହ ରକ୍ଷଣାବେକ୍ଷଣ କାମକୁ ପ୍ରାଥମିକତା ଦିଆଯାଇଛି ।

କଳାହାଣ୍ଡି ଜିଲ୍ଲାରେ ବସୁଧା ଯୋଜନାରେ ଜଳଯୋଗାଣ ପାଇଁ ୨୦୬୨ ରାଜସ୍ବ ଗ୍ରାମକୁ ଚିହ୍ନଟ କରାଯାଇଛି । ସେଥିରୁ ଏପର୍ଯ୍ୟନ୍ତ ୩୪୫ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିଛି । ଅନ୍ୟ ୧୭୧୭ ରାଜସ୍ୱ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରି ନାହିଁ । ବସୁଧା ଯୋଜନାରେ ୫୨୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରି ନାହିଁ । କଳାହାଣ୍ଡି ଜିଲ୍ଲାର ୧୩ ବ୍ଲକରେ ୧୯୬୫୧ ନଳକୂଅ ଅଛି । କିନ୍ତୁ, ପ୍ରତି ମାସ ସେଥିରୁ ୩୦ରୁ ୪୦ ନଳକୂଅ ଅଚଳ ହୋଇ ପଡୁଥିବାରୁ ସେଗୁଡ଼ିକର ମରାମତି ପାଇଁ ନିୟମିତ ଭାବେ ଏକ ଭ୍ରାମ୍ୟମାଣ ଗାଡ଼ିରେ ୪ ଜଣ କର୍ମଚାରୀ ଗାଁ ଗାଁ ବୁଲୁଛନ୍ତି । ଆସନ୍ତା ୨୦୨୪ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ପିଇବା ପାଣିର ଅଭାବ ରହିବ ନାହିଁ ବୋଲି ବିଭାଗ ଆଶା ରଖିଛି ।

ଏହା ବ୍ୟତୀତ ଜିଲ୍ଲାରେ ୭୪୮ଟି ସାନିଟାରୀ କୂଅ ଅଛି । ତାହା ମଧ୍ୟ କୌଣସି ନା କୌଣସି ତୃଟି ଯୋଗୁଁ କେତେକ ଜାଗାରେ ପିଇବା ପାଣିର ଆବଶ୍ୟକତାକୁ ପୂରଣ କରିପାରୁନଥିବା ଜଣାପଡ଼ିଛି । ଥୁଆମୂଳ ରାମପୁର ବ୍ଲକରେ ଝରଣା ପାଣିକୁ ପରିଚାଳନା କରାଯାଇ ଜନସାଧାରଣଙ୍କ ପିଇବା ପାଣିର ଆବଶ୍ୟକତାକୁ ପୂରଣ କରାଯାଉଛି ବୋଲି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କହୁଛି । କିନ୍ତୁ, ଲାଞ୍ଜିଗଡ଼, ଥୁଆମୂଳ ରାମପୁର ଓ ମଦନପୁର ରାମପୁର ବ୍ଲକର ଦୁର୍ଗମ ଇଲାକାରେ ପାନୀୟ ଜଳ ସାତସପନ ପାଲଟିଛି ।

ବସୁଧା ଯୋଜନାରେ ଯେଉଁ ସବୁ ପ୍ରକଳ୍ପ ନିର୍ମାଣାଧୀନ ଅଛି ତାହା କେବେ ସମ୍ପୂର୍ଣ୍ଣ ହେବ ଜଣାପଡୁ ନାହିଁ । ଲାଞ୍ଜି ପଞ୍ଚାୟତରେ ମୂଷାନାଳରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବାର ନାଁ ଧରୁନାହିଁ । ସେହିପରି ଥୁଆମୂଳ ରାମପୁର ବ୍ଲକର ଅଧିକାଂଶ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଲାଗିରହିଛି । ନାଗାବଳୀ ନଦୀର ଉତ୍ପତ୍ତି ସ୍ଥଳ ଥୁଆମୂଳ ରାମପୁର ବ୍ଲକ ହୋଇଥିଲେ ମଧ୍ୟ ଏଠାରେ ପାନୀୟ ଜଳର ଉତ୍କଟ ଅଭାବ ଲକ୍ଷ୍ୟ କରାଯାଉଛି । ତେଲ ଓ ହାତୀ ନଦୀ ଜଳସ୍ତର କମିଗଲେ ଗ୍ରାମାଞ୍ଚଳ କାହିଁକି, ସହରାଞ୍ଚଳରେ ମଧ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ।

ବର୍ଷତମାମ ମରାମତି, ରକ୍ଷଣାବେକ୍ଷଣ ଓ ବିଦ୍ୟୁତ୍ ସଂଯୋଗ ଆଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାର ଥାଇ ମଧ୍ୟ ପାନୀୟ ଜଳ ପାଇଁ ଭାଲେଣି ପଡ଼ିଲାଣି । ଏପ୍ରିଲରୁ ଜଳସଙ୍କଟ ଆରମ୍ଭ ହୋଇଥିବା ବେଳେ ମେ ମାସ ବେଳକୁ ତାହା ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ସେପଟେ ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କରେ ବର୍ତ୍ତମାନର ସ୍ଥିତିକୁ ଦେଖି ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରାଯାଇଥିବା ଏବଂ ଯେଉଁ ଅଞ୍ଚଳରେ ନଳକୁପ ବ୍ୟବସ୍ଥା ନାହିଁ ସେହି ଅଞ୍ଚଳ ମାନଙ୍କୁ ଟ୍ୟାଙ୍କ ଯୋଗେ ଜଳ ଯୋଗାଣ କରାଯାଉଥିବା ନେଇ କଳାହାଣ୍ଡି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.