ETV Bharat / state

କଳାହାଣ୍ଡି: ବେକେ ପାଣିରେ ନାଳ ପାରହୋଇ ଶ୍ମଶାନକୁ ମୃତଦେହ ନେଲେ ମାଲଭାଇ !

author img

By

Published : Aug 11, 2022, 5:53 PM IST

ବେକେ ପାଣିରେ ପ୍ରଖର ନାଳ ସ୍ରୋତରେ ଶ୍ମଶାନକୁ ମୃତଦେହ ନେଲେ ପରିବାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଲଦୀ ପଞ୍ଚାୟତ ବେହେରାଗୁଡ଼ା ଗାଁରେ । ଅଧିକ ପଢନ୍ତୁ

କଳାହାଣ୍ଡି: ବେକେ ପାଣିରେ ନାଳ ପାରହୋଇ ଶ୍ମଶାନକୁ ମୃତଦେହ ନେଲେ ମାଲଭାଇ !
କଳାହାଣ୍ଡି: ବେକେ ପାଣିରେ ନାଳ ପାରହୋଇ ଶ୍ମଶାନକୁ ମୃତଦେହ ନେଲେ ମାଲଭାଇ !

ଭବାନୀପାଟଣା: କର୍ଣ୍ଣାଟକର ଶିବମୋଗା ଏବଂ ମଣ୍ଡ୍ୟାରେ ଏଭଳି ଘଟଣା ଆପଣ ଦେଖି ବିଚଳିତ ହୋଇଥିବେ । ଆମେ ଏଭଳି ଏକ ଅଭାବନୀୟ ତଥା ଚକିତ କଲାଭଳି ଦୃଶ୍ୟ ଆପଣଙ୍କୁ ଦେଖାଇବୁ ଓଡିଶାରେ । ବିଶ୍ବାସ ନହେଲେ ବି ଘଟଣା ସତ । ବେକେ ବେକେ ପାଣିରେ ନାଳର ସୁଅ କାଟି ଶ୍ମଶାନକୁ ମୃତଦେହ ନେଲେ ମାଲଭାଇ । ନାଳରେ ୪ ଫୁଟରୁ ଅଧିକ ପାଣି ବୋହୁଥିବା ବେଳେ ସୁଅ ଥିଲା ଅତି ପ୍ରଖର । ଗାଁରୁ ମୃତଦେହ ଧରି ଶ୍ମଶାନକୁ ନେବାକୁ ହେଲେ ପଡିଥାଏ ନାଳ । ଆଉ ଶ୍ମଶାନକୁ ଯିବାକୁ ହେଲେ ନାଳ ପାରି ହେବାକୁ ପଡିବ । ଦୀର୍ଘ ସମୟ ଧରି କୂଳରେ ଅପେକ୍ଷା କରିବା ପରେ ଶେଷରେ ବାଧ୍ୟ ହୋଇ ମୃତଦେହ କାନ୍ଧେଇ ବେକେ ବେକେ ପାଣିରେ ନାଳ ପାରି ହେଲେ ମାଲଭାଇ । ନାଳର ସୁଅ କାଟି ଗଲାବେଳେ ବାଟରେ ସୁଅ କିଛିବାଟ ଠେଲି ନେଇଥିଲା ସେମାନଙ୍କୁ । ହେଲେ ଶେଷରେ ସୁଅ କାଟି ବହୁକଷ୍ଟରେ ପହଞ୍ଚି ଥିଲେ କୂଳ ଆରପଟେ । ଏହାପରେ ନାଳ ଆର କୂଳେ ଥିବା କାଠ ଗଣ୍ଡିକୁ ମଧ୍ୟ ସେହି ସମାନ ଉପାୟରେ ଶ୍ମଶାନକୁ ନେଇଥିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଆଉ ଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଲଦୀ ପଞ୍ଚାୟତ ବେହେରାଗୁଡ଼ା ଗାଁରେ ।

ଏହା ମଧ୍ୟ ପଢନ୍ତୁ:ବନ୍ୟା ପାଣିରେ ଉବୁଟୁବୁ ଗାଁ, ବେକେ ପାଣିରେ ମୃତଦେହକୁ ନେଲେ ସମ୍ପର୍କୀୟ

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଲଦୀ ପଞ୍ଚାୟତ ବେହେରାଗୁଡ଼ା ଗାଁର ସନ୍ତ ରଣାଙ୍କର ପରଲୋକ ହୋଇଥିଲା । ସନ୍ତ ରଣା ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ହେବାପରେ ପରିବାରରେ ଭାଳେଣି ପଡିଯାଇଥିଲା । କାରଣ ପ୍ରବଳ ବର୍ଷା ଯୋଗୁଁ ଗାଁ ନିକଟ ନାଳରେ ୩ ଫୁଟ୍ ପାଣି ପ୍ରବାହିତ ହେଉଥିଲା । ନାଳ ପାରି ହେଲେ ଯାଇ ମୃତଦେହକୁ ଶ୍ମଶାନକୁ ନେଇ ହେବ । ପରିବାର ଓ ଗାଁ ଲୋକେ ମିଶି ମୃତଦେହକୁ କାନ୍ଧରେ ବୋହି ନାଳ ଯାଏଁ ନେଇଥିଲେ ।

ନାଳରେ ବେଳକୁ ବେଳ ପାଣି ବଢୁଥିବା ବେଳେ ସୁଅ ମଧ୍ୟ ପ୍ରଖର ଥିଲା । ଏଣୁ କିଛି ସମୟ କୂଳରେ ରହି କିଛି ସମୟ ଅପେକ୍ଷା କରିଥିଲେ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ନାଳରେ ପାଣି ନକମିବାରୁ ବାଧ୍ୟ ହୋଇ ମାଲଭାଇ ମୃତଦେହକୁ କାନ୍ଧେଇ ନାଳର ସୁଅ କାଟି ଆରକୂଳକୁ ଯାଇଥିଲେ । ଅବଶ୍ୟ ନାଳର ସୁଅ କାଟି ଗଲାବେଳେ ବାଟରେ ସୁଅ କିଛିବାଟ ସେମାନଙ୍କୁ ଖଣ୍ଡେ ଦୂର ଠେଲି ନେଇଥିଲା । ତଥାପି ସୁଅ କାଟି ବହୁକଷ୍ଟରେ ପହଞ୍ଚି ଥିଲେ କୂଳ ଆରପଟେ । ସେହିପରି ସଂସ୍କାର ପାଇଁ ଟ୍ରାକ୍ଟର ଯୋଗେ କାଠ ଆଣି ରଖିଥିଲେ କୂଳ ଆରପଟେ । ଏବଂ ସମାନ ଢଙ୍ଗରେ ନାଳ ଆର କୂଳରେ ଥିବା କାଠ ଗଣ୍ଡିକୁ ଶ୍ମଶାନକୁ ନେଇଥିଲେ ପରିବାର ଲୋକେ । ଶେଷରେ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପାଣିରେ ଉବୁଟୁବୁ ଶ୍ମଶାନ ରାସ୍ତା, ଅଣ୍ଟାଏ ପାଣିରେ ମୃତଦେହକୁ ନେଲେ ସମ୍ପର୍କୀୟ

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ବର୍ଷା ଦିନ ସମେତ ବର୍ଷର ବିଭିନ୍ନ ସମୟରେ ଏଭଳି ଅସୁବିଧାର ସାମ୍ନା କରିଥାନ୍ତି ବେହେରାଗୁଡା ଗ୍ରାମବାସୀ । ଏଣୁ ଶ୍ମଶାନ ଯିବା ରାସ୍ତାରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ପୂର୍ବରୁ ଅନେକ ଥର ଦାବି କରିଥିଲେ । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଗ୍ରାମବାସୀ ଦଃଖର ସହ ପ୍ରକାଶ କରିଛନ୍ତି । ଏହି ଘଟଣାର ଆଉ ଯେମିତି ପୁନରାବୃତ୍ତି ନହୁଏ ସେଥିପ୍ରତି ଆମ ଜନ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ତୁରନ୍ତ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.