ETV Bharat / state

୪୦ ବର୍ଷର ପରିଶ୍ରମର ଫଳ, ବିଲୁପ୍ତ ପ୍ରାୟ ଔଷଧିୟ ଗଛ ଲଗାଇ ପାଇଲେ ପଦ୍ମଶ୍ରୀ

author img

By

Published : Jan 27, 2023, 6:40 AM IST

କଳାହାଣ୍ଡି ଜିଲ୍ଲାରୁ ପ୍ରଥମ ପଦ୍ମଶ୍ରୀ ସମ୍ମାନ ପାଇବେ ପଟାୟତ ସାହୁ । ସେ ୪୦ ବର୍ଷ ଧରି ବହୁ ବିଲୁପ୍ତ ଔଷଧୀୟ ବୃକ୍ଷର ରକ୍ଷଣାବେକ୍ଷଣ କରିଆସୁଛନ୍ତି । ଏଥିପାଇଁ କୃଷି ବର୍ଗରେ ତାଙ୍କୁ ପଦ୍ମ ପୁରସ୍କାର ମିଳିବାକୁ ଯାଉଛି । ଅଧିକ ପଢନ୍ତୁ

ପଦ୍ମଶ୍ରୀ ପାଇବେ ପଟାୟତ ସାହୁ
ପଦ୍ମଶ୍ରୀ ପାଇବେ ପଟାୟତ ସାହୁ
ପଦ୍ମଶ୍ରୀ ପାଇବେ ପଟାୟତ ସାହୁ

ଭବାନୀପାଟଣା: ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶାରୁ ୪ ଜଣ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ପଟାୟତ ସାହୁ ଅନ୍ୟତମ । ୩ ହଜାରରୁ ଅଧିକ ବହୁ ବିଲୁପ୍ତ ଔଷଧୀୟ ବୃକ୍ଷ ବଞ୍ଚାଇ ରଖିବା ପାଇଁ କୃଷି ବର୍ଗରେ ତାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି । କଳାହାଣ୍ଡି ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବରେ ସେ ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି । ପଟାୟତ ନିଜ ଘର ପଛପଟେ ଦେଢ ଏକର ଜମିରେ ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷରୋପଣ କରି ମେଡିକାଲ ଗାର୍ଡେନ ସୃଷ୍ଟି କରିଛନ୍ତି । ୪୦ ବର୍ଷ ଧରି ସେ ଏହି କାର୍ଯ୍ୟ କରିଆସୁଥିବା ବେଳେ ତାଙ୍କର ଏହି ବର୍ଷ ବର୍ଷର ସାଧନା ପାଇଁ ଏବେ ସମ୍ମାନ ମିଳିବାକୁ ଯାଉଛି । ସେ ଏହି ବୃକ୍ଷଲତାର ଫଳ, ଫୁଲ, ପତ୍ର ଚେରମୂଳରୁ ଔଷଧ ପ୍ରସ୍ତୁତ କରି ଆୟୁର୍ବେଦିକ ଚିକିତ୍ସା କରନ୍ତି ।

କଳାହାଣ୍ଡି ଜିଲ୍ଲା ନାନ୍ଦୋଳ ଗ୍ରାମରେ ପଟାୟତ ସାହୁଙ୍କ ଘର । ୪୦ ବର୍ଷ ପୂର୍ବେ ସେ ନିଜ ବାଡିରେ ଔଷଧୀୟ ବୃକ୍ଷ ଲଗାଇବା ଆରମ୍ଭ କରିଥିଲେ । ଯୁବାବସ୍ଥା ଏହା ତାଙ୍କର ସଉକ ଥିବାବେଳେ ପରେ ଏହା ତାଙ୍କ ନିଶା ପାଲଟିଥିଲା । ପଟାୟତ ଦେଶର ବିଭିନ୍ନ ସ୍ଥାନରୁ ନାନାପ୍ରକାର ବିଲୁପ୍ତପ୍ରାୟ ଔଷଧୀୟ ବୃକ୍ଷ ସଂଗ୍ରହ କରି ନିଜ ବାଡିରେ ଲଗାଇଥିଲେ ଏବଂ ନିଜସ୍ବ ଉଦ୍ୟମରେ ଆୟୁର୍ବେଦ ବଣ ତିଆରି କରିଥିଲେ । ୨୫ ବର୍ଷ ବୟସରୁ ଅନବରତ ସେ ଏହି ବୃକ୍ଷର ସଂରକ୍ଷଣ ଏବଂ ବୃଦ୍ଧି ପାଇଁ କାର୍ଯ୍ୟ କରିଆସୁଛନ୍ତି । ଏଥିପାଇଁ ସେ ରାସାୟନିକ ସାର ବଦଳରେ ଜୈବିକ ସାର ପ୍ରୟୋଗ କରନ୍ତି । ଏହିପରି ଭାବେ ବାଡିରେ ଆୟୁର୍ବେଦିକ ଉଦ୍ୟାନ ସୃଷ୍ଟି କରି ୩ ହଜାର ପ୍ରକାର ଔଷଧୀୟ ବୃକ୍ଷ ବଞ୍ଚେଇବାରେ ସଫଳ ହୋଇଛନ୍ତି ପଟାୟତ ସାହୁ ।

ପଟାୟତ ଦିନ ବେଳେ ଚାଷୀ ରୂପେ ବଗିଚାରେ କାମ କରୁଥିବା ବେଳେ ରାତ୍ରିରେ ଜଣେ ବୈଦ୍ୟ ରୂପେ ଆୟୁର୍ବେଦ ଚିକିତ୍ସା କରନ୍ତି । ଏଥିପାଇଁ ତାଙ୍କୁ ବନୌଷଧି ପ୍ରବୀଣ, ଆୟୁର୍ବେଦ ଶିରୋମଣି, ବନୌଷଧି ବିଶାରଦ ଭଳି ଅନେକ ଉପାଧି ମିଳିଛି । ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟ ନେଇ ସମଗ୍ର ଓଡ଼ିଶାରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଏବେ ତାଙ୍କର ୪୦ ବର୍ଷର ସାଧନ ପାଇଁ ମିଳିବାକୁ ଯାଉଛି ପଦ୍ମଶ୍ରୀ ସମ୍ମାନ ।

୨୦୨୧ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ କି ବାତ୍ କାର୍ଯ୍ୟକ୍ରମରେ ପଟାୟତ ସାହୁଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ । ଏହାର ଠିକ ବର୍ଷକ ପରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । କଳାହାଣ୍ଡି ଜିଲ୍ଲାରୁ ପ୍ରଥମ ବ୍ୟକ୍ତି ଭାବେ ପଦ୍ମଶ୍ରୀ ପୁରସ୍କାର ପାଇଁ ତାଙ୍କ ନାମ ଚୟନ ହେବା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଘର ଆଗରେ ବଡବଡ ନେତା ଓ ଅଧିକାରୀଙ୍କ ଭିଡ ଲାଗୁଛି ।

କାହିଁ କେଉଁ ଆବହମାନ କାଳରୁ ଆୟୁର୍ବେଦ ଚିକିତ୍ସା ପଦ୍ଧତି ପ୍ରଚଳିତ ରହିଛି । ହେଲେ ଆଜିକାଲି ଏଲୋପାତି ଓ ହୋମିଓପାତି ଔଷଧର ବହୁଳ ବ୍ୟବହାର ଯୋଗୁଁ ଆୟୁର୍ବେଦ ଚିକିତ୍ସା ପଦ୍ଧତି ଲୋପ ପାଇବାରେ ଲାଗିଛି । ଏପରି ସ୍ଥଳେ ପଟାୟତ ସାହୁ ନିଜ ବାଡିରେ ଆୟୁର୍ବେଦ ବଣ ସୃଷ୍ଟି କରି ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି । ତାଙ୍କର ଏହି ନିଶା ଆଜି ଜଗତ କଲ୍ୟାଣରେ ବ୍ୟବହାର ହେବ ବୋଲି ପଟାୟତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.