ETV Bharat / state

ଆସୁଛି ପର୍ଯ୍ୟଟନ ଋତୁ, ପର୍ଯ୍ୟଟକଙ୍କୁ ଡାକୁଛି କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ - kalahandi natural beauty

କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ କରୁଛି ଆନମନା। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ରାବଣଧର ଜଳପ୍ରପାତର ସୁଅ ପ୍ରକୃତି ପ୍ରେମୀଙ୍କୁ କରୁଛି ମତୁଆଲା । ଅଧିକ ପଢନ୍ତୁ

ଆସୁଛି ପର୍ଯ୍ୟଟନ ଋତୁ, ପର୍ଯ୍ୟଟକଙ୍କୁ ଟାଣୁଛି କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ

author img

By

Published : Nov 22, 2021, 9:12 AM IST

Updated : Nov 22, 2021, 9:22 AM IST

ଭାବାନୀପାଟଣା: ଆସୁଛି ପର୍ଯ୍ୟଟନ ଋତୁ। କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ କରୁଛି ଆନମନା। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ରାବଣଧର ଜଳପ୍ରପାତର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି ମତୁଆଲା ।

ଆସୁଛି ପର୍ଯ୍ୟଟନ ଋତୁ, ପର୍ଯ୍ୟଟକଙ୍କୁ ଟାଣୁଛି କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ

ଭବାନୀପାଟଣା ସଦର ମହକୁମାର ଅନତି ଦୂରରେ ଅବସ୍ଥିତ ରାବଣଧର ଜଳପ୍ରପାତ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷ ତମାମ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ରାବଣଧର ଜଳପ୍ରପାତରେ ବନବିଭାଗ ପକ୍ଷରୁ ଏକ ରେସ୍ତୋରାଁ ମଧ୍ୟ ଖୋଲାଯାଇଛି । ଏହା ସହ ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିବା ପାଇଁ ଅନେକ ଗୁଡିଏ ନବୀକରଣ ମଧ୍ୟ କରାଯାଇଛି। ଡିସେମ୍ବର ଓ ଜାନୁଆରୀ ମାସରେ ଏଠାକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଆସି ବଣଭୋଜିର ମଜା ନେଇଥାନ୍ତି ।

ସେହିପରି ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରପୁର ଫୁର୍ଲିଝରଣ ଜଳପ୍ରପାତରେ ମଧ୍ୟ ଲାଗିଲାଣି ପାର୍ଯ୍ୟଟଙ୍କ ଭିଡ଼ । ସବୁଜ ବନାନୀ ମଧ୍ୟରେ ଝରଣାର କୁଳୁକୁଳୁ ନାଦ ପାର୍ଯ୍ୟଟଙ୍କୁ କରୁଛି ବିଭୋର।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Nov 22, 2021, 9:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.