ଭୁବନେଶ୍ବର: କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କୋରୋନା ପଜିଟିଭ ଚିହ୍ନଟ । ଦେହ ଅସୁସ୍ଥ ଥିବାରୁ କୋଭିଡ ଟେଷ୍ଟ କରାଇଥିଲେ ସାଂସଦ । କୋଭିଡ ଟେଷ୍ଟର ରିପୋର୍ଟ ପଜିଟିଭ ଆସିବା ପରେ ସାଂସଦ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ ଟେଷ୍ଟ କରାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ପୁଣି ଥରେ ସଂକ୍ରମଣ ବଢିବାରେ ଲାଗିଛି । ଗତ 4 ଦିନ ପୂର୍ବରୁ ଶହେ ଉପରେ ସଂକ୍ରମଣ ରହୁଥିଲା । ଗତ ତିନି ଦିନ ମଧ୍ୟରେ ଏହା 2 ଶହ ଟପି ଯାଇଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରୁ 210 କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ