ETV Bharat / state

କମିଲା ଉତ୍ପାଦନ, ଚିନ୍ତାରେ କଳାହାଣ୍ଡି ଆମ୍ବ ଚାଷୀ

author img

By

Published : May 24, 2022, 11:56 AM IST

Updated : May 24, 2022, 7:13 PM IST

କଳାହାଣ୍ଡିର ଆମ୍ଭ ଚାଷୀଙ୍କ ପାଇଁ ଦୁଃଖ ଆଣିଦେଇଛି ପ୍ରକୃତି । ବିଗତ ବର୍ଷ ମାନଙ୍କରେ ଯେଉଁ ଗଛରେ ଆମ୍ଭ ଭର୍ତ୍ତି ହେଉଥିଲା ସେହି ଗଛରେ ଆମ୍ଭ ଖୋଜିବାକୁ ପଡୁଛି । ଫଳରେ ଭଲ ଦୁଇ ପଇସା ରୋଜଗାର ଆଶା ରଖିଥିବା ଚାଷୀ ଏବେ ଚିନ୍ତାରେ । ଅଧିକ ପଢନ୍ତୁ

ଉତ୍ପାଦନ ହେଲାନି ଆମ୍ବ, ଚିନ୍ତାରେ ଚାଷୀ
ଉତ୍ପାଦନ ହେଲାନି ଆମ୍ବ, ଚିନ୍ତାରେ ଚାଷୀ

ଭବାନୀପାଟଣା: ଫଳ ରାଜା ଆମ୍ଭ । ଆମ୍ଭ ଖାଇବାକୁ କାହାକୁ ବା ଭଲ ନ ଲାଗେ । ଖରା ଦିନ ଆସିଲେ ଗଛରେ ଆମ୍ଭ ପାଚେ ସେହି ଆମ୍ଭକୁ ବିକ୍ରି କରି ବେଶ ଦୁଇ ପାଇସା ରୋଜଗାର କରେ ଚାଷୀ । ଆମ୍ଭ ପାଟିକୁ ଯେମିତି ସୁଆଦିଆ ଲାଗେ ସେହିପରି ଆମ୍ଭ ଚାଷୀକୁ ବେଶ ଦୁଇ ପାଇସା ରୋଜଗାର କରାଇଥାଏ । କିନ୍ତୁ ଚଳିତ ବର୍ଷ କଳାହାଣ୍ଡିର ଆମ୍ଭ ଚାଷୀଙ୍କ ପାଇଁ ଦୁଃଖ ଆଣିଦେଇଛି ପ୍ରକୃତି । ବିଗତ ବର୍ଷ ମାନଙ୍କରେ ଯେଉଁ ଗଛରେ ଆମ୍ଭ ଭର୍ତ୍ତି ହେଉଥିଲା, ସେହିଗଛରେ ଆମ୍ଭ ଖୋଜିବାକୁ ପଡୁଛି ।

ଉତ୍ପାଦନ ହେଲାନି ଆମ୍ବ, ଚିନ୍ତାରେ ଚାଷୀଉତ୍ପାଦନ ହେଲାନି ଆମ୍ବ, ଚିନ୍ତାରେ ଚାଷୀ

ଫଳରେ ଭଲ ଦୁଇ ପଇସା ରୋଜଗାର ଆଶା ରଖିଥିବା ଚାଷୀ ଏବେ ଚିନ୍ତାରେ । କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଳକରେ ହଜାର ହଜାର କ୍ୱିଣ୍ଟାଲ ଆମ୍ଭ ଉତ୍ପାଦନ ହୋଇଥାଏ । ଜାହାଙ୍ଗୀର, ଗୁଲାବଖସ, ମଳିକା, ବାଇଗଣଫଳି, କଳାପାହାଡ଼ ଭଳି ୬୦ରୁ ଅଧିକ କିସମର ଆମ୍ଭ ଜିଲ୍ଲାରେ ଉତ୍ପାଦନ ହୋଇଥାଏ । ପାଖାପାଖି ୧୫ ହଜାର ହେକ୍ଟର ଜମିରେ ଚାଷୀ ଆମ୍ଭ ଉତ୍ପାଦନ କରିଥାନ୍ତି ।

ମାତ୍ର ଚଳିତ ବର୍ଷ ଅଦିନିଆ ବର୍ଷା ଓ ଘୁର୍ଣ୍ଣିଝଡ଼ ଯୋଗୁଁ ଗଛରେ ଫଳ ଆସିଲା ନାହିଁ । ଫଳରେ ବଜାରରେ ଏବେ ଅନ୍ୟ ରାଜ୍ୟ ଆମ୍ଭ ରାଜ କରୁଛି । ଯେଉଁ ଆମ୍ଭ ଦିନେ ବଜାରରେ ୧୫ରୁ ୨୦ ଟଙ୍କା କିଲୋ ପ୍ରତି ବିକ୍ରି ହେଉଥିଲା ଏବେ ବାହାର ରାଜ୍ୟ ଆମ୍ଭ ନାଁରେ ୮୦ରୁ ୧୦୦ଟଙ୍କାରେ ବିକ୍ରି ହେଉଛି । ଯାହାକୁ ଖାଉଟିଙ୍କ ଉପରେ ପ୍ରଭାବ ମଧ୍ୟ ପକାଉଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : May 24, 2022, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.