ଭବାନୀପାଟଣା: କଳାହାଣ୍ଡିର ପୂର୍ବତନ ସାଂସଦ ସୁବାଷ ଚନ୍ଦ୍ର ନାୟକଙ୍କ ପରଲୋକ । ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସ ଟିକେଟ୍ରେ ନିର୍ବାଚିତ ହୋଇଥିଲେ ।
ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିଥିବାରୁ ଘରେ ରହି ଚିକିତ୍ସିତ ହେଉଥିଲେ । ୧୯୯୧ ମସିହାରେ କଳାହାଣ୍ଡି ଜିଲ୍ଲାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ସୁବାଷ ଚନ୍ଦ୍ର ନାୟକ । ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟରେ ସେ ଥିଲେ ଜଣେ ପୁରୋଧା । ତାଙ୍କର ଦେହାନ୍ତରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।
-
କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) July 24, 2022 " class="align-text-top noRightClick twitterSection" data="
">କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) July 24, 2022କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) July 24, 2022
ପୂର୍ବତନ ସାଂସଦ ସୁବାଷ ଚନ୍ଦ୍ର ନାୟକଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ''କଳାହାଣ୍ଡିର ପୂର୍ବତନ ସାଂସଦ ସୁବାଷ ଚନ୍ଦ୍ର ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛନ୍ତି’ ।
ଇଟିଭି ଭାରତ, କଳାହାଣ୍ଡି