ଭବାନୀପାଟଣା: ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଖଲିଆକାନି ଗାଁ ଠାରୁ ଗୋଳମୁଣ୍ଡା ତହସିଲ ଅଫିସ୍ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ । ଯୁବ କଂଗ୍ରେସ ଜିଲ୍ଲା ସଭାପତି ସାଉଲ ମଙ୍ଗରାଜଙ୍କ ଆହ୍ବାନ କ୍ରମେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ଼କ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କ ସମେତ ଓଡିଶା ପ୍ରଭାରୀ ରୟା ଜୁଲ ଆଂଶରୀଙ୍କ ସମେତ ଜିଲ୍ଲାର ଶତାଧିକ ଚାଷୀ ଓ କଂଗ୍ରେସ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।
ଏହାମଧ୍ୟ ପଢନ୍ତୁ: ସ୍ଵଭାବ କବି ଗଙ୍ଗାଧର ମେହେରଙ୍କୁ ଅସମ୍ମାନ, ପୂର୍ବତନ ମନ୍ତ୍ରୀଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା
ନବୀନ ସରକାରଙ୍କ କୃଷକ ମାରଣା ନୀତିକୁ ନିନ୍ଦା କରିବା ସହିତ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପରିବାରକୁ ଉପଯୁକ୍ତ ନ୍ୟାୟ ଦେବାକୁ ଦାବିକରି ଗର୍ଜିଛି କଂଗ୍ରେସ। ଏହାସହ ଗତ କିଛି ଦିନ ତଳେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ମଧ୍ୟ ନିନ୍ଦା କରିଛି କଂଗ୍ରେସ ।
ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀଙ୍କୁ ବୀମା ପଇସା, ମରୂଡି ପ୍ୟାକେଜ ଅର୍ଥ ପ୍ରଦାନ ସହିତ ଶସ୍ୟ ବୀମା ଅର୍ଥ ତୁରନ୍ତ ପ୍ରଦାନ, ଭୂମିହୀନ ମାନଙ୍କୁ ୪ ଡିସିମିଲ୍ ଜାଗା ପ୍ରଦାନ ଏବଂ ଜଙ୍ଗଲ ଜମି ଭୂମିହୀନ ମାନଙ୍କୁ ଦେଇଥିବା ଜାଗାକୁ ତୁରନ୍ତ ଚିହ୍ନଟ ଆଦି ଦାବିରେ କଂଗ୍ରେସର ପଦଯାତ୍ରା ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ