ଭବାନୀପାଟଣା: ଆଦିବାସୀ ଅଧ୍ୟୁଷିତ କଳାହାଣ୍ତି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ । ଆଜିବି ଏଠି ଅପହଞ୍ଚ ରହିଛି ସରକାରୀ ଯୋଜନା । ସରକାରଙ୍କ ବିକାଶର ଗାଡି ଏଠି ପହଞ୍ଚିପାରିନି । ଜିଲ୍ଲାପ୍ରତି କରିଥିବା ଅବହେଳା ନେଇ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ।
ଜିଲ୍ଲା ସଭାପତି ଭାରତ ବେମାଲଙ୍କ ସମେତ ଥୁଆମୂଳ ରାମପୁର ବ୍ଲକର ପୂର୍ବ ଉପାଧ୍ୟକ୍ଷା ଦ୍ରୌପଦୀ ମାଝୀ ,କଂଗ୍ରେସ ନେତା ମୁରଲୀଧର ନାଏକଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ । ଥୁଆମୂଳ ରାମପୁର ବ୍ଲକର ଅନେକ ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ବ୍ୟବସ୍ଥା ନଥିବା ବେଳେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଲୋକେ । ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ କି ସରକାର ଦୃଷ୍ଟି ଦେଉନଥିବା ନେଇ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । ସରକାର ଥୁଆମୂଳ ରାମପୁର ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କଂଗ୍ରେସ ନେତା ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ,କଳାହାଣ୍ତି