ETV Bharat / state

ମଣ୍ଡିରୁ ଧାନ ଉଠାଣ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ବିଜେପି

author img

By

Published : Jul 3, 2021, 7:57 AM IST

ଧାନ କିଣାରେ ବ୍ୟାପକ ତୃଟିର ପ୍ରତିବାଦରେ ବିକ୍ଷୋଭ । କଳାହାଣ୍ଡି ଜିଲ୍ଲା ବିଜେପି ସମସ୍ତ ମଣ୍ଡିରୁ ଧାନ ଉଠାଣ ଦାବିରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛି । ଅଧିକ ପଢନ୍ତୁ...

ମଣ୍ଡିରୁ ଧାନ ଉଠାଣ ପାଇଁ ବିଜେପିର ରାଜ୍ୟପାଳଙ୍କୁ ଦାବିପତ୍ର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ୧୨୮ ଗୋଟି ଧାନ ମଣ୍ଡି ଖୋଲା ଯାଇଥିଲା । ଯେଉଁଥିରେ ୨୬ ଲକ୍ଷ ୨୬ ହଜାର କ୍ବିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ ରଖିଥିଲା ଜିଲ୍ଲା ପ୍ରଶାସନ। ଦୀର୍ଘ ଗୋଟିଏ ମାସ ଧରି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଜାରି ରହିଥିଲା କିନ୍ତୁ, ଗତ ଜୁନ ୩୦ ତାରିଖ ଦିନ ଟାର୍ଗେଟ ନଥିବା ଦେଖାଇ ମଣ୍ଡି ମାନଙ୍କୁ ବନ୍ଦ କରିଦେଇଛି ଜିଲ୍ଲା ପ୍ରଶାସନ ।

ସେପଟେ ଟୋକନ ଲ୍ୟାପ୍ସ ହେବା କାରଣରୁ ଅନେକ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର କ୍ବିଣ୍ଟାଲ ଧାନ । ଜିଲ୍ଲାରେ ମୌସୁମୀ ବର୍ଷା ଲାଗି ରହିଥିବା ବେଳେ ମଣ୍ଡିରେ ପଡି ଧାନ ସବୁ ନଷ୍ଟ ହେବାକୁ ବସିଲାଣି, ଯାହାକୁ ନେଇ ରାଜ ରାସ୍ତାରେ ଅନ୍ନଦାତା ।

ମଣ୍ଡିରୁ ଧାନ ଉଠାଣ ଦାବିରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗୁରୁବାର ଜିଲ୍ଲା ବିଜେପି ପକ୍ଷରୁ ରାସ୍ତା ଅବରୋଧ କରି ଦାବି ଉପସ୍ଥାପନ କରିଥିଲେ। ଶୁକ୍ରବାର ପୁଣି ଜିଲ୍ଲା ବିଜେପି ସମସ୍ତ ମଣ୍ଡିରୁ ଧାନ ଉଠାଣ ଧାବିରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.