ETV Bharat / state

ରାତି ପାହିଲେ ପଞ୍ଚାୟତ ମତଦାନ, କଳାହାଣ୍ଡିରେ ପ୍ରସ୍ତୁତ ପ୍ରଶାସନ - କଳାହାଣ୍ଡି ପଞ୍ଚାୟତ ନିର୍ବାଚନ ଖବର

ରାତି ପାହିଲେ ଅନୁଷ୍ଠିତ ହେବ ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଭୋଟଦାନ ଆରମ୍ଭ ହେବ । ଏନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ । ଅଧିକ ପଢନ୍ତୁ

ରାତି ପାହିଲେ ପଞ୍ଚାୟତ ନିର୍ବାଚନ, କଳାହାଣ୍ଡିରେ ପ୍ରସ୍ତୁତ ପ୍ରଶାସନ

author img

By

Published : Feb 15, 2022, 7:08 PM IST

Updated : Feb 15, 2022, 7:32 PM IST

ଭବାନୀପାଟଣା: ରାତି ପାହିଲେ ପାଳିତ ହେବ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି ।

ରାତି ପାହିଲେ ପଞ୍ଚାୟତ ମତଦାନ, କଳାହାଣ୍ଡିରେ ପ୍ରସ୍ତୁତ ପ୍ରଶାସନ
ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ୭ଟି ଜୋନରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଜୁନାଗଡ଼ ବ୍ଲକର ୩୯୦ ଟି ବୁଥରେ ୧ ଲକ୍ଷ ୭୩ ହଜାର ୬୬୦ ଜଣ ଭୋଟର ମତଦାନ କରିବେ । ସେହିଭଲି ଗୋଲାମୁଣ୍ଡା ବ୍ଲକର ୩୨୭ ଟି ବୁଥରେ ୧ ଲକ୍ଷ ୨୯ ହଜାର ୪୯୯ ଜଣ ଭୋଟ ଦେବେ । ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ୫୫ ଟି ସମ୍ବେଦନଶୀଳ ବୁଥ ଥିବାବେଳେ ଏନେଇ ୨୧ ଟି ମୋବାଇଲ ପାଟ୍ରୋଲିଂ ଟିମ ଓ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅନ୍ୟପକ୍ଷରେ ଜୁନାଗଡ଼ ବ୍ଲକର ୩୯୦ ଟି ବୁଥରେ ୧ ହଜାର ୫୬୦ ଜଣ କର୍ମଚାରୀ ନିୟୋଜିତ ହୋଇ ଥିବାବେଳେ ଗୋଲାମୁଣ୍ଡା ବ୍ଲକରେ ୩୨୭ ଟି ବୁଥରରେ ୧ ହଜାର ୩୦୮ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Feb 15, 2022, 7:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.