ETV Bharat / state

ଜୁନାଗଡ଼ ଏନଏସିର ଅସ୍ବଚ୍ଛ କାମ: ରାସ୍ତାରେ ପଡୁଛି ଅଳିଆ, ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ - ଡ଼ମ୍ପିଂୟାର୍ଡ ସମସ୍ୟା

ଡ଼ମ୍ପିଂୟାର୍ଡ ବଦଳରେ ରାସ୍ତାରେ ଅଳିଆ ଫିଙ୍ଗୁଛନ୍ତି ଜୁନାଗଡ଼ ଏନଏସି କର୍ମୀ । ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ, ଦୂଷିତ ହେଉଛି ଜଳବାୟୁ । ଅଧିକ ପଢନ୍ତୁ

Junagarh nac
Junagarh nac
author img

By

Published : Apr 9, 2023, 9:51 AM IST

Junagarh nac

ଭବାନୀପାଟଣା: ସ୍ବଚ୍ଛତା ଯୋଗୁଁ ସ୍ୱଚ୍ଛ ଭାରତ ପୁରସ୍କାର ପାଇଥିଲା ଜୁନାଗଡ଼ ଏନଏସି । ଏବେ କିନ୍ତୁ ଅସ୍ବଚ୍ଛ କାମ ଯୋଗୁଁ ନିନ୍ଦିତ ହେଉଛି । ଡ଼ମ୍ପିଂୟାର୍ଡ ବଦଳରେ ମୁଖ୍ୟ ରାସ୍ତାରେ ଅଳିଆ ଆବର୍ଜନା ପକାଉଥିବାରୁ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏନଏସି କର୍ମଚାରୀମାନେ ସହରର ମଇଳାକୁ ନେଇ କଲମପୁର ଯିବା ରାସ୍ତା ଭତ୍ରାଜୋର ନିକଟ ମୁଖ୍ୟ ରାସ୍ତାରେ ପକାଇ ଦେଉଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ । ଅନ୍ୟପକ୍ଷରେ ଅଳିଆ ଆବର୍ଜନା ଭତ୍ରାଜୋରରେ ପଡୁଥିବାରୁ ଜଳବାୟୁ ଦୂଷିତ ହେଉଥିବା ଅଭିଯୋଗ ହୋଇଛି । ଭତ୍ରାଜୋର ମୁଖ୍ୟ ରାସ୍ତା ଏବେ ଏନଏସି ପାଇଁ ପାଲଟିଛି ଅଳଆ ଗଦା ।

ଜୁନାଗଡ଼ ଏନଏସି ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏଠାରେ ବସବାସ କରନ୍ତି । ସହରକୁ ସ୍ୱଚ୍ଛ ରଖିବା ପାଇଁ ଏନଏସି ପକ୍ଷରୁ ପ୍ରତିଦିନ ସମସ୍ତ ୱାର୍ଡକୁ ସଫାସୁତରା କରାଯାଏ । ଏହି ସ୍ୱଚ୍ଛତା ପାଇଁ ଚଳିତ ବର୍ଷ ସାରା ଭାରତ ବର୍ଷରେ ଏକ ନମ୍ବର ହୋଇ ସ୍ୱଚ୍ଛଭାରତ ପୁରସ୍କାର ମଧ୍ୟ ଜୁନାଗଡ଼ ଏନଏସି ହାସଲ କରିଛି । ହେଲେ ଅଳିଆ ସଫା ପରେ ଟ୍ରାକ୍ଟରରେ ନେଇ ଭତ୍ରାଜୋର ନିକଟ ମୁଖ୍ୟ ରାସ୍ତାରେ ଫିଙ୍ଗିଦେଇ ଚାଲି ଆସୁଛନ୍ତି । ଏହି ରାସ୍ତା ଦେଇ, କଲମପୁର, ଥୁଆମୂଳ ରାମପୁର ବ୍ଲକ ଓ ଜୁନାଗଡ଼ ବ୍ଲକର ୧୩ଟି ପାଞ୍ଚୟତର ଲୋକେ ପ୍ରତିଦିନ ଯାଆ ଆସ କରୁଥିବା ବେଳେ ଏବେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ।

ଜୁନାଗଡ଼ ଏନଏସିକୁ ସହରର ଆବର୍ଜନା ପିଙ୍ଗିବା ପାଇଁ ଜାରିଙ୍ଗ ଠାରେ ୫ ଏକର ଜମି ଦିଆଯାଇଥିଲା । ସେହି ଜମିରେ ଏନଏସି ପକ୍ଷରୁ ପ୍ରାୟ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ଓ ଇଟା ବାଡ଼ ତିଆରି କରାଯାଇଥିଲା । ଏନଏସି ପକ୍ଷରୁ ସେଠାରେ କିଛି ବର୍ଷ ଆବର୍ଜନା ପକାଇବା ପରେ କର୍ମଚାରୀମାନେ ଆଉ ସେଠାକୁ ଗଲେ ନାହିଁ । ଫଳରେ ସେ ଅଞ୍ଚଳର ଲୋକେ ବାଡ଼ ଭାଙ୍ଗି ଇଟା ସବୁ ନେଇଗଲେ । କିଛି ବର୍ଷ ପରେ ଜାରିଙ୍ଗସ୍ଥିତ ସର୍ଦାର ରାଜା ମେଡିକାଲ କଲେଜ ନଚାଲିବାରୁ ସେଠାରେ ନବମ ଆଇଆରବି ବାଟାଲିଆନ କ୍ୟାମ୍ପ କରାଯାଇଛି । ସେହି ୫ ଏକର ବିଶିଷ୍ଟ ଡ଼ମ୍ପିଂୟାର୍ଡ ଜମିକୁ ତତ୍କାଳୀନ ତହସିଲଦାର ଆଇଆରବି କ୍ୟାମ୍ପକୁ ଦେବା ସହ ପଟ୍ଟା ମଧ୍ୟ ପ୍ରଦାନ କେରିଦେଲେ । ତାହା ବଦଳରେ ଏନଏସିକୁ ବୁଢ଼ୀଡ଼ର ପଞ୍ଚାୟତର ତେନ୍ତୁଳିପଡାଠାରେ ଡ଼ମ୍ପିଂୟାର୍ଡ ପାଇଁ ୫ ଏକର ଜମି ପ୍ରଦାନ କରାଗଲା । ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ସେଠାରେ ଅଳିଆ ପକା ଯାଉନାହିଁ ।

ପ୍ରତିଦିନ କଲମପୁର ଯିବା ବାଟରେ ମୁଖ୍ୟ ରାସ୍ତା ନିକଟ ଭତ୍ରାଜୋରଠାରେ ମଇଳା ପକାଇଥାନ୍ତି । ବର୍ତ୍ତମାନ ସେହି ମଇଳା ଭତ୍ରାଜୋର ଦେଇ ହାତୀନଦୀରେ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି । ଯାହାଫଳରେ ହାତୀନଦୀର ପାଣି ମଧ୍ୟ ଦୂଷିତ ହେବ । ତେଣୁ ଏହି ରାସ୍ତାରେ ଅଳିଆ ନପକାଇ ଡ଼ମ୍ପିଂୟାର୍ଡରେ ଅଳିଆ ପକାଇବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.