ETV Bharat / state

ବାଜିବ ସାହାନାଇ, ବିବାହ ବନ୍ଧନରେ ଆବଦ୍ଧ ହେବେ ଦିବ୍ୟଶଙ୍କର - କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ବାଜିବ ସାହାନାଇ । ପୁଣି ବର ସାଜିବେ କଳାହାଣ୍ଡି ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସେ ଦ୍ବିତୀୟ ଥର ଲାଗି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

Dibya Shankar Mishra wedding
Dibya Shankar Mishra wedding
author img

By

Published : Feb 21, 2023, 5:01 PM IST

Updated : Feb 21, 2023, 5:08 PM IST

ବିବାହ ବନ୍ଧନରେ ଆବଦ୍ଧ ହେବେ ଦିବ୍ୟଶଙ୍କର

ଭବାନୀପାଟଣା: ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଆଲୋଚନା ପର୍ଯ୍ୟାଲୋଚନାରେ ସାମିଲ ହୋଇଛି କଳାହାଣ୍ଡି ଜିଲ୍ଲା । କାରଣ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବିଭିନ୍ନ ସମୟରେ ରାଜ୍ୟ ରାଜନୀତିକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଦିବ୍ୟଶଙ୍କର ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଗଣମାଧ୍ୟମର ହେଡଲାଇନରେ ରହିଛନ୍ତି । ପ୍ରଥମ ବିବାହର ଅନେକ ବର୍ଷ ପରେ ଦ୍ବିତୀୟ ବିବାହ ଲାଗି ନିଜ ପାଇଁ ଜୀବନ ସାଥୀଟିଏ ଖୋଜି ପାଇଛନ୍ତି ବିଧାୟକ ।

ଦିବ୍ୟଶଙ୍କର ନିଜ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦେକୋଟ ଗାଁର ବୃତ୍ତିରେ ଇଞ୍ଜିନିୟର ଥିବା ଜଣେ ଯୁବତୀଙ୍କୁ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ବେଙ୍ଗାଲୁରୁରେ ସଫ୍ଟୱେର ଇଞ୍ଜିନିୟର ଥିବା ଯୁବତୀ ଜଣକ ହେଉଛନ୍ତି ଦେକୋଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତି (ପିନା) । ତାଙ୍କୁ ବିଧାୟକ ଦିବ୍ୟଶଙ୍କର ବିବାହ କରିବେ । ଉଭୟଙ୍କ ପାଇଁ ଏହା ହେବ ଦ୍ଵିତୀୟ ବିବାହ। ୨୦୧୨ ମସିହାରେ ଛତିଶଗଡ଼ ଏଭିଏସନରେ ମୁଖ୍ୟ ପାଇଲଟରୁ ଅବସର ନେଇ ସେ କଳାହାଣ୍ଡିକୁ ଫେରିଥିଲେ। ପରେ ଅଞ୍ଚଳର ସମସ୍ୟାକୁ ନେଇ ବିଜୁ ସଂଘର୍ଷ ବାହିନୀ ଗଠନ କରିବା ସହ ଜୟ କଳାହାଣ୍ଡିର ନାରା ନେଇ ଆଗକୁ ବଢିଥିଲେ ।

ଏହା ବି ପଢନ୍ତୁ-Naba Das Murder: ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି କରାନଯାଉ: ଦୀପାଳି

ପରେ ବିଜୁ ଜନତା ଦଳରେ ଯୋଗଦାନ କରିବା ସହ ୨୦୧୪ ରେ ପ୍ରଥମ କରି ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇ ସେ ବିଜୟ ହୋଇଥିଲେ। ଦିବ୍ୟଶଙ୍କର ପରବର୍ତ୍ତୀ ୨୦୧୯ ନିର୍ବାଚନରେ ସେହି ଜୁନାଗଡ଼ରୁ ପୁଣିଥରେ ବିଜୟ ହୋଇ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ। ପରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ଆସିବା ପରେ ତାଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ପରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ସମୟରେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଦଳୀୟ ଦାୟିତ୍ଵ ଦେଇଥିଲେ ବିଜେଡି ସୁପ୍ରିମୋ ।

ଆସନ୍ତା ୨୫ ତାରିଖରେ ପୁରୀର ଏକ ଶିବ ମନ୍ଦିରରେ ବିବାହ ଉତ୍ସବର ଆୟୋଜନ କରାଯାଉଛି । ପ୍ରିୟଙ୍କା ପୂର୍ବରୁ ଧର୍ମଗଡ଼ର ଜଣେ ଯୁବକଙ୍କୁ ବିବାହ କରିଥିଲେ । ୨ ବର୍ଷ ପୂର୍ବରୁ ତାଙ୍କର ଛାଡପତ୍ର ହୋଇଥିଲା । ସେହିପରି ଦିବ୍ୟଶଙ୍କର ମଧ୍ୟ ଛତିଶଗଡ଼ ଏଭିଏସନରେ ପାଇଲଟ ଥିବା ସମୟରେ ଜୟପାଟଣା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଓ ଉଭୟଙ୍କ ଗୋଟିଏ ପୁଅ ମଧ୍ୟ ରହିଛି । ହେଲେ ବିବାହର କିଛି ବର୍ଷ ପରେ କୌଣସି କାରଣରୁ ସେମାନେ ପରସ୍ପରକୁ ଛାଡପତ୍ର ଦେଇଥିଲେ । ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ବିତୀୟ ବିବାହକୁ ନେଇ ଅନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି ତାଙ୍କ ରାଜନୈତିକ ସଚିବ ଦିନେଶ ବଗର୍ତ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Feb 21, 2023, 5:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.