ETV Bharat / state

ରାଜରାସ୍ତାରେ ଗର୍ଜିଲେ ସାମ୍ବାଦିକ, ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି - ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ରୋକ ଲଗାଯାଉ

କମୁନି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଅତ୍ୟାଚାର । ନିକଟରେ ଅନେକ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ହୋଇଥିବା ବେଳେ ଏବେ ପୁଣି ଆଉ ଜଣେ ସାମ୍ବାଦିକଙ୍କ ଉପରେ ହୋଇଛି ଆକ୍ରମଣ । ଏହାକୁ ନେଇ ଗର୍ଜିଛି ସାମ୍ବାଦିକ ସଂଘ । ଅଧିକ ପଢ଼ନ୍ତୁ

ରାଜରାସ୍ତାରେ ଗର୍ଜିଲେ ସାମ୍ବାଦିକ, ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି

author img

By

Published : Jul 25, 2022, 12:03 PM IST

ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧ‌ିଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି । ଏବେ ପୁଣି କଳାହାଣ୍ଡିର ସାମ୍ବାଦିକ ପ୍ରଶାନ୍ତ ପଣ୍ଡାଙ୍କ ଉପରେ ଜୁନାଗଡ଼ ଠାରେ ଆକ୍ରମଣ ହୋଇଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛି କଳାହାଣ୍ଡି ସାମ୍ବାଦିକ ସମୂହ । ଏନେଇ ରବିବାର ଜୁନାଗଡ଼ ଠାରେ ବିଶାଳ ଶୋଭାଯାତ୍ରା, ଦାବିପତ୍ର ପ୍ରଦାନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମ୍ବାଦିକ ପ୍ରଶାନ୍ତଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ବିରୋଧ କରିବାସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଥିଲା ।

ରାଜରାସ୍ତାରେ ଗର୍ଜିଲେ ସାମ୍ବାଦିକ, ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି

ଏହାପରେ ଜୁନାଗଡ଼ ସାମ୍ବାଦିକ ସଂଘର ଡାକରାରେ ଜିଲ୍ଲାର ୧୩ଟି ବ୍ଲକରୁ ଶତାଧିକ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଲଙ୍କେଶ୍ଵରୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସଂସ୍କୃତି ଭବନରେ ପହଞ୍ଚିଥିଲେ । ସେଠାରେ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜୁନାଗଡ଼ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସାମ୍ବାଦିକଙ୍କ ବୀମାରାଶି ୨ ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି, ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛି କଳାହାଣ୍ଡି ସାମ୍ବାଦିକ ସମୂହ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.