ଭବାନୀପାଟଣା: ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାରଙ୍କ ଅନେକ ଯୋଜନା । ଆଉ ଯୋଜନାକୁ ନେଇ ଖର୍ଚ୍ଚ ବି ହେଉଛି କୋଟି କୋଟି ଟଙ୍କା । ହେଲେ ସରକାରୀ ବାବୁଙ୍କ ଲାଭଖୋର ମନବୃତି ଯୋଗୁଁ ନିର୍ମାଣ ନସରୁଣୁ ରାସ୍ତାର ହାଲ ବେହାଲ । ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ।
ଜିଲ୍ଲାର ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଗତ ମେ ମାସରେ ନିର୍ମାଣ ହୋଇଥିବା ଖଲିଆକାନି ଗାଁ ଠାରୁ ପତିଆଲପଡାକୁ ସଂଯୋଗ କରୁଥିବା ୧୨ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ୧ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇଥିଲା । କିନ୍ତୁ ନିର୍ମାଣ ନସରୁଣୁ ରାସ୍ତାରୁ ପିଚୁ ଉଠିବା ପରେ ନିମ୍ନମାନର ରାସ୍ତା କାମ ହେଉଥିବା ନେଇ ଲୋକେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏନେଇ ସ୍ଥାନୀୟ ସମାଜସେବୀ ଲୋକାୟୁକ୍ତରେ ଅଭିଯୋଗ କରିବା ପରେ ବର୍ତ୍ତମାନ ଏହାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି l ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ ଓ ଟେକ୍ନିକାଲ ଟିମ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରି ଫେରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ