ETV Bharat / state

ପୁଣି ଭୁଶୁଡ଼ିଲା ଇନ୍ଦ୍ରାବତୀ କେନାଲ, ପୁଣି ଅସ୍ଥାୟୀ ସମାଧାନ !

author img

By

Published : Sep 14, 2022, 3:31 PM IST

ଇନ୍ଦ୍ରାବତୀ କେନାଲ ଭୁଶୁଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ହେଉଛି ମରାମତି । ସେପଟେ ଜିଲ୍ଲା ପ୍ରଶାସନ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛି । ସବୁଥର ଭଳି ଏଥର ମଧ୍ୟ ସ୍ଥାୟୀ ସମାଧାନ ପାଇଁ ଲୋକେ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

ପୁଣି ଭୁଶୁଡ଼ିଲା ଇନ୍ଦ୍ରାବତୀ କେନାଲ, ପୁଣି ଅସ୍ଥାୟୀ ସମାଧାନ !
ପୁଣି ଭୁଶୁଡ଼ିଲା ଇନ୍ଦ୍ରାବତୀ କେନାଲ, ପୁଣି ଅସ୍ଥାୟୀ ସମାଧାନ !

ଭବାନୀପାଟଣା: ପୁଣି ଭୁଶୁଡ଼ିଲା ଇନ୍ଦ୍ରାବତୀ କେନାଲ, ପୁଣି ହେଉଛି ଅସ୍ଥାୟୀ ମରାମତି । ଇନ୍ଦ୍ରାବତୀ କେନାଲ ଭୁଶୁଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ହେଉଛି ମରାମତି । ଗତ ଥର ଭଳି ଏଥର ମଧ୍ୟ ବାଲି ବସ୍ତା ପକାଇ ମରାମତି କରାଯାଉଛି । ସ୍ଥାୟୀ ସମାଧାନ ପାଇଁ ହେଉଥିବା ଦାବିକୁ ଶୁଣୁନାହାନ୍ତି କତ୍ତୃପକ୍ଷ । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ମରାମତି ନାଁରେ ଠିକାଦାର ପୋଷା ଚାଲିଛି । ସେପଟେ ଜିଲ୍ଲା ପ୍ରଶାସନ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛି ।

ସୂଚନା ଅନୁସାରେ, ସେପ୍ଟେମ୍ବର ୧୨ ତାରିଖରେ ଇନ୍ଦ୍ରାବତୀ କେନାଲ ଭୁଶୁଡି ପଡିଥିଲା । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଧର୍ମଗଡ଼ ବ୍ଲକ ବଗାଁଡ ଗାଁ ନିକଟରେ କେନାଲ ଭୁଶୁଡି ପଡିଥିଲା । ଲଗାତାର ଭାବରେ ଦୁଇ ଦୁଇଥର ଭୁଶୁଡ଼ିବା ଯୋଗୁଁ ଅନେକ ଚାଷ ଜମି ଜଳ ମଗ୍ନ ହୋଇ ବ୍ୟାପକ କ୍ଷତି ହୋଇଛି । କେନାଲ ଭୁଶୁଡିବା ପରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଗତଥର ଭଳି ଏଥର ମଧ୍ୟ ବାଲି ବସ୍ତା ପକାଇ ମରାମତି କରାଯାଉଛି । ସେପଟେ ଭୁଶୁଡିବା ଦ୍ବାରା ଲୋକଙ୍କର ଚାଷଜମିରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଆକଳନ ମଧ୍ୟ କରିଛି ପ୍ରଶାସନ । ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଗତ ସେପ୍ଟେମ୍ବର ୩ ତାରିଖରେ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଧର୍ମଗଡ଼ ବ୍ଲକ ବଗାଁଡ ଗାଁ ନିକଟରେ ଭୁଶୁଡ଼ି ଯାଇଥିଲା । ଫଳରେ ଅନେକ ଚାଷଜମି ଜଳ ମଗ୍ନ ହୋଇଥିଲା । ଏହାପରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ କେନାଲର ମରାମତି କାର୍ଯ୍ୟ କରାଯାଇଥିଲା । ତେବେ ପୁଣିଥରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡ଼ିବା ଯୋଗୁଁ ଡଙ୍ଗରିପଡା ଗାଁରେ କେନାଲ ପାଣି ପଶି ଯାଇଥିବା ବେଳେ ଲୋକଙ୍କ ଘରଭିତରେ ମଧ୍ୟ ପାଣି ପଶି ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଭୁଶୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ: ବୁଡିଲା ଜମି, ଘରେ ପସିଲା ପାଣି

ଏହି ଘଟଣାରେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁରେ ଏକ ସ୍ବତନ୍ତ୍ର ଟିମ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ଏହାସହ କେନାଲ ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ସେପଟେ ପ୍ରଶାସନ ପକ୍ଷରୁ ବାଲି ବସ୍ତା ଦେଇ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । କେନାଲ ନିର୍ମାଣ ସମୟରେ ନିମ୍ନ ମାନର କାମ କରାଯାଇଥିବା ଯୋଗୁଁ ଏଭଳି ସମସ୍ୟା ବାରମ୍ବାର ଦେଖା ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.