ETV Bharat / state

ଲୋକ ସମର୍ଥନ ମୋର ପୁ଼ଞ୍ଜି: ଭୂପିନ୍ଦର ସିଂହ

ଗତ 2014 ନିର୍ବାଚନ ପୂର୍ବରୁ ଭୂପିନ୍ଦର ସିଂହ ନିଜ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ। 2014 ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟରୁ ବଞ୍ଚିତ ହେବାକୁ ପଡିଥିଲା। ପରେ ବିଜେଡି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ସେ । ଏଥର ତାଙ୍କୁ ନର୍ଲାରୁ ବିଧାୟକ ପ୍ରାର୍ଥୀ କରିଛି ଦଳ।

author img

By

Published : Apr 8, 2019, 12:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଈଟିଭି ଭାରତ

କଳାହାଣ୍ଡି: ଚଳିତ ମାସ 11 ତାରିଖରେ ଅନୁଷ୍ଠିତ ହେବ 2019 ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ଦିନ ରାଜ୍ୟର 4ଟି ସଂସଦୀୟ ନିର୍ବାଚନମଣ୍ଡଳୀ ସମେତ ଏହା ଅଧିନସ୍ଥ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଯାହା ମଧ୍ୟରେ ରହିଛି କଳାହାଣ୍ଡି ଲୋକସଭା ଅଧିନସ୍ଥ ନର୍ଲା ବିଧାନସଭା ଆସନ ।

ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଦଳ ଏହି ଆସନ ପାଇଁ ସେମାନଙ୍କର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ଏଥର ନର୍ଲାରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଛନ୍ତି ଭୂପିନ୍ଦର ସିଂହ। ଯିଏକି 2009ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ। ନିର୍ବାଚନରେ ବିଜୟୀ ହୋଇ ରାଜ୍ୟ ବିଧାନସଭାରେ ବିରୋଧି ଦଳ ନେତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଈଟିଭି ଭାରତ

ମାତ୍ର ଗତ 2014 ନିର୍ବାଚନ ପୂର୍ବରୁ ସେ ନିଜ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । 2014 ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟରୁ ବଞ୍ଚିତ ହେବାକୁ ପଡିଥିଲା। ପରେ ବିଜେଡି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଭୂପିନ୍ଦର। ଏଥର ତାଙ୍କୁ ନର୍ଲାରୁ ବିଧାୟକ ପ୍ରାର୍ଥୀ କରିଛି ଦଳ।

'ଈଟିଭି ଭାରତ' ପକ୍ଷରୁ ଚାଲିଥିବା ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ଆମେ ଭେଟିଥିଲୁ ନର୍ଲାର ବିଜେଡି ପ୍ରାର୍ଥୀ ଭୂପିନ୍ଦର ସିଂହଙ୍କୁ । ଚଳିତ ଥରର ନିର୍ବାଚନ ଲଢିବା ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ, ମୋତେ ଏଥରର ଲୋକଙ୍କ ଆଶୀର୍ବାଦ ଏବଂ ସହଯୋଗ ମିଳିବ । ନବୀନ ପଟ୍ଟନାୟକଙ୍କ ସରକାର କଳାହାଣ୍ଡି ଜିଲ୍ଲାର ଉନ୍ନତି ପାଇଁ ଅନେକ କିଛି କରିଛନ୍ତି । ଲୋକଙ୍କୁ ସାଥିରେ ନେଇ ମୁଁ ଆଗକୁ ବଢିବି ।

କଳାହାଣ୍ଡିରୁ ଅଜିତ ସିଂହ, ଈଟିଭି ଭାରତ

Intro:Body:

blank

Conclusion:

For All Latest Updates

TAGGED:

blank
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.