ETV Bharat / bharat

‘ସ୍ବାମୀଙ୍କ ହାତରେ ମୋ ହାତ ରଖି ଅନ୍ତିମ ସଂସ୍କାର କରିବ’: ଜୀବନ ହାରିଲେ ସେନା ଅଧିକାରୀ ଦମ୍ପତି

ବାୟୁସେନା ଅଧିକାରୀ ସ୍ବାମୀଙ୍କ ଆତ୍ମହତ୍ୟାରେ ମର୍ମାହତ ହୋଇ ଜୀବନ ହାରିଲେ ସ୍ଥଳସେନା ଲେଫ୍ଟନାଣ୍ଟ ପତ୍ନୀ । କାରଣ ଅସ୍ପଷ୍ଟ । ମହିଳାଙ୍କ ନିକଟରୁ ସ୍ତବ୍ଦ କଲା ଭଳି ସୁଇସାଇଡାଲ ନୋଟ ଉଦ୍ଧାର ।

author img

By ETV Bharat Odisha Team

Published : 2 hours ago

‘ସ୍ବାମୀଙ୍କ ହାତରେ ମୋ ହାତ ରଖି ଅନ୍ତିମ ସଂସ୍କାର କରିବ’: ଜୀବନ ହାରିଲେ ସେନାଧିକାରୀ ଦମ୍ପତି
‘ସ୍ବାମୀଙ୍କ ହାତରେ ମୋ ହାତ ରଖି ଅନ୍ତିମ ସଂସ୍କାର କରିବ’: ଜୀବନ ହାରିଲେ ସେନାଧିକାରୀ ଦମ୍ପତି (ETV Bharat Odisha)

ଲକ୍ଷ୍ନୌ/ଦିଲ୍ଲୀ: ଜଣକ ପରେ ଜଣେ ଜୀବନ ହାରିଛନ୍ତି ସେନା ଅଧିକାରୀ ଦମ୍ପତି । ଉତ୍ତର ପ୍ରଦେଶର ଆଗ୍ରା ବାୟୁସେନା ବେସରେ ଜଣେ ଫ୍ଲାଇଟ ଲେଫନାଣ୍ଟ ଆତ୍ମହତ୍ୟା ଜନିତ ମୃତ୍ୟୁର କିଛି ଘଣ୍ଟା ମଧ୍ୟରେ ସେନା କ୍ୟାପଟେନ ଭାବେ କାର୍ଯ୍ୟରତ ଥିବା ତାଙ୍କ ପତ୍ନୀ ମଧ୍ୟ ଦିଲ୍ଲୀରେ ଜୀବନ ହାରିଛନ୍ତି । ସ୍ବାମୀଙ୍କ ମୃତ୍ୟୁର ତଦନ୍ତ ଜାରି ରହିଥିବା ବେଳେ ଆଜି ଦିଲ୍ଲୀ ସ୍ଥିତ ସେନା ଅଧିକାରୀ ଗେଷ୍ଟ ହାଉସରେ ପତ୍ନୀ ତଥା ମହିଳା ସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ମିଲିଟାରୀ ନର୍ସିଂ ସର୍ଭିସରେ କ୍ୟାପଟେନ ଭାବେ କାର୍ଯ୍ୟରତ ଥିଲେ ।

  • ସ୍ବାମୀ ଆତ୍ମହତ୍ୟାର ୨୪ ଘଣ୍ଚା ନପୂରୁଣୁ ପତ୍ନୀ ହାରିଲେ ଜୀବନ:-

ସୂଚନା ଅନୁସାେରେ, ବିହାର ବାସିନ୍ଦା ଦୀନଦୟାଲ ଦୀପ ଉତ୍ତର ପ୍ରଦେଶ ଆଗ୍ରା ବାୟୁସେନା ବେସରେ ଜଣେ ଫ୍ଲାଇଟ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରତ ଥିଲେ । ୨୦୨୨ ମସିହାରେ ସେ ରାଜସ୍ଥାନର ରେଣୁ ତନଓ୍ବାରଙ୍କୁ ପ୍ରେମ ବିବାହ କରିଥିଲେ । ରେଣୁ ମଧ୍ୟ ଭାରତୀୟ ସ୍ଥଳସେନାର ନର୍ସିଂ ସର୍ଭିସରେ କ୍ୟାପଟେନ ଭାବେ କାର୍ଯ୍ୟରତ ଥିଲେ । ଉଭୟଙ୍କ ପୋଷ୍ଟିଂ ଆଗ୍ରାରେ ଥିଲା ଓ ସେନା ଦମ୍ପତି ବାୟୁସେନା ବେସ ଷ୍ଟାଫ କ୍ବାଟର୍ସରେ ରହୁଥିଲେ । ମହିଳା ଜଣଙ୍କ ମା’ଙ୍କ ଚିକିତ୍ସା ପାଇଁ ୧୪ ତାରିଖରୁ ଦିଲ୍ଲୀ ଯାଇଥିଲେ । ସୋମବାର ରାତିରେ ସ୍ବାମୀ ଦୀନଦୟାଲ ଷ୍ଟାଫ କ୍ବାଟର୍ସରେ ଜୀବନ ହାରିଥିଲେ । ଏହି ଘଟଣାରେ ବିଭାଗୀୟ ତଦନ୍ତ ଜାରି ରହିଛି ।

  • ଏକାଠି ଅନ୍ତିମ ସଂସ୍କାର କରିବାକୁ ସୁସାଇଡାଲ ନୋଟରେ ଉଲ୍ଲେଖ !

ସ୍ବାମୀ ଦୀନଦୟାଲଙ୍କ ଜୀବନ ହାରିବା ଖବର ପାଇବା ବେଳେ ରେଣୁ ଦିଲ୍ଲୀ କ୍ୟାଣ୍ଟରେ ଥିବା ଷ୍ଟାଫ ଗେଷ୍ଟ ହାଉସରେ ଥିଲେ । ସେ ଏଥିରେ ଭାଙ୍ଗି ପଡିବା ସହ ମାନସିକ ଭାରସାମ୍ୟ ହରାଇଥିଲେ । ଗତକାଲି ରାତିରେ ତାଙ୍କ ମୃତଦେହ ସେ ରହୁଥିବା କ୍ବାଟର୍ସରୁ ଉଦ୍ଧାର ହୋଇଛି । ସେ ମଧ୍ୟ ଆତ୍ମହତ୍ୟା କରିିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି । ରେଣୁଙ୍କ ମୃତଦେହ ନିକଟରୁ ଏକ ସୁସାଇଡାଲ ନୋଟ୍‌ ମଧ୍ୟ ପୋଲିସ୍‌ ଜବତ କରିଛି । ସେଥିରେ ରେଣୁ କିଛି ଭାବପ୍ରବଣ କଥା ଉଲ୍ଲେଖ କରିଛନ୍ତି । ସ୍ବାମୀ ଦୀନଦୟାଲଙ୍କ ସହ ଏକାଠି ଓ ସ୍ବାମୀଙ୍କ ହାତରେ, ତାଙ୍କ ହାତ ରଖି ଅନ୍ତିମ ସଂସ୍କାର କରିବା ପାଇଁ ସେ ଉକ୍ତ ଚିଠିରେ ଉଲ୍ଲେଖ କରିଥିବା ସୂତ୍ରରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:- ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ପୀଡ଼ିତା ଏମ୍ସରୁ ଡିସଚାର୍ଜ, ଦିଲ୍ଲୀ ଯିବେ ପରିବାର

ଏହା ମଧ୍ୟ ପଢନ୍ତୁ-ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା; ସମୀକ୍ଷା କଲେ ଡିଜିପି ଖୁରାନିଆ, ଦିଲ୍ଲୀ ଯିବ ଓଡ଼ିଶା ପୋଲିସ ଟିମ୍

ଏହା ମଧ୍ୟ ପଢନ୍ତୁ:- 16 ଘଣ୍ଟା ପରେ ଉଦ୍ଧାର ହେଲେ ମୁଖ୍ୟ ନିର୍ବାଚନ କମିଶନର, ଚୀନ ସୀମାନ୍ତ ଅଞ୍ଚଳରେ ଫସିଥିଲେ

  • ଉଭୟ ଘଟଣାର ତଦନ୍ତ ଆରମ୍ଭ:-

ତେବେ ପତ୍ନୀ ରେଣୁ ସ୍ବାମୀଙ୍କ ମୃତ୍ୟୁରେ ମର୍ମାହତ ହୋଇ ଏପରି ଚରମ ପଦକ୍ଷେପ ନେଇଥିବା ପ୍ରାୟତଃ ଜଣାପଡୁଥିବା ବେଳେ ଦୀନଦୟାଲଙ୍କ ଜୀବନ ହାରିବା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ଉଭୟ ମାମଲାରେ ବାୟୁସେନା ଓ ସ୍ଥଳସେନା ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ଉଭୟ ଦମ୍ପତି ସେନାରେ କାର୍ଯ୍ୟରତ ଥାଇ ମଧ୍ୟ ଏପରି ଚରମ ନିଷ୍ପତ୍ତି ଗ୍ରହଣ କରିବାକୁ ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.