ETV Bharat / state

ସହିପାରିଲେନି ସ୍ତ୍ରୀଙ୍କ ମୃତ୍ୟୁ, ଜୁଇକୁ ଡେଇଁ ଜୀବନ ହାରିଲେ ସ୍ବାମୀ - man jump her death wife dead body

ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀ ମୃତ ! ଅତୀତରେ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କର ଅନେକ ଉଦାହରଣ ଥିବା ବେଳେ ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଗୋଲାମୁଣ୍ଡା ବ୍ଲକ ସିଆଲଯୋଡି ଗାଁ ରେ । ଅଧିକ ପଢନ୍ତୁ...

cremation ground in kalahandi
ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀ ମୃତ !
author img

By

Published : Aug 25, 2021, 7:11 PM IST

ଭବାନୀପଟଣା: ସ୍ତ୍ରୀର ଜୁଇjରେ ଝାସ ଦେଇ ପ୍ରାଣ ହାରିଲା ସ୍ବାମୀ । ସ୍ତ୍ରୀର ଜଳୁଥିବା ଜୁଇକୁ ଦେଖି ସହିପାରିଲେନି ସ୍ବାମୀ । ଶେଷରେ ଜୁଇରେ ଝାସ ଦେଇ ସ୍ତ୍ରୀ ସହ ଆପଣାଇଲେ ମୃତ୍ୟୁ । ଅତୀତରେ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କର ଅନେକ ଉଦାହରଣ ଥିବା ବେଳେଏ ଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିଆଲଯୋଡି ଗାଁ ରେ ।

ସହିପାରିଲେନି ସ୍ତ୍ରୀଙ୍କ ମୃତ୍ୟୁ, ଜୁଇକୁ ଡେଇଁ ଜୀବନ ହାରିଲେ ସ୍ବାମୀ

ମଙ୍ଗଳବାର ସନ୍ଧ୍ୟା ସମୟରେ ଗାଁ ର ନୀଳମଣି ଶବରଙ୍କ ସ୍ତ୍ରୀ ରଇବାରୀ ଶବର ହୃତଘାତରେ ମୃତ୍ୟୁବରଣ କରିଥିଲେ । କ୍ରିୟାକର୍ମ ସାରି ଆତ୍ମୀୟ ସ୍ବଜନଙ୍କ ସହ ଫେରୁଥିବା ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଜୁଇରେ ଝାସ ଦେଇଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହସ ମଧ୍ୟ କରି ପାରିନଥିଲେ । ସ୍ତ୍ରୀର ଚିତାରେ ସ୍ବାମୀ ଡେଇଁବା ଘଟଣା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏହି ଘଟଣା ସତୀଦାହ ପ୍ରଥାର ବିପରୀତ ଦିଗକୁ ନେଇ ସାଧାରଣ ଜନ ମାନସକୁ ଆନ୍ଦୋଳିତ କରିଛି। ମୃତ ନୀଳମଣି ଚହକା ପଞ୍ଚାୟତର ଜଣେ ଜଣାଶୁଣା ଜନପ୍ରତିନିଧି।

ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସ୍ବାମୀ ସ୍ତ୍ରୀ ଏଭଳି ପବିତ୍ର ସମ୍ପର୍କକୁ ନେଇ ଲୋକେ ବେଶ ଭାବପ୍ରବଣ ହୋଇପଡିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂଙ୍କ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.