ETV Bharat / state

ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଲ୍ୟାଣ୍ଡମାଇନ ଜବତ କଲା ପୋଲିସ - kandhamala news

ପ୍ରାୟ ଏକ କ୍ବିଣ୍ଟାଲରୁ ଅଧିକ ପରିମାଣର ବିସ୍ଫୋରକ ଜବତ ଘଟଣା କନ୍ଧମାଳରେ ପ୍ରଥମ । କୌଣସି ବଡ କାଣ୍ଡ ପାଇଁ ମାନେ ନକ୍ସଲ ଏହି ଡମ୍ପିଂ କରୁଥିବା ପୋଲିସ ସନ୍ଦେହ କରୁଛି । ଅଧିକ ପଢନ୍ତୁ..

odkld__explosive landlines seized
ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଲ୍ୟାଣ୍ଡମାଇନ ଜବତ କଲା ପୋଲିସ
author img

By

Published : Apr 25, 2020, 11:37 PM IST

Updated : Apr 26, 2020, 10:27 AM IST

ଫୁଲବାଣୀ: କନ୍ଧମାଳ ଚକାପାଦ ସଂରକ୍ଷିତ ଜଙ୍ଗଲରୁ ବିପୁଳ ପରିମାଣରେ ନକ୍ସଲଙ୍କ ବିସ୍ଫୋରକ ଲ୍ୟାଣ୍ଡମାଇନ ଜବତ କରିଛି ପୋଲିସ୍ । ପୋତି ଲୁଚାଇ ରଖାଯାଇଥିବା ଏହି ବିସ୍ଫୋରକକୁ ଏସଓଜି ଏବଂ ଡିବିଏଫ ଯବାନ କୁମ୍ବିଂ ବେଳେ ଜବତ କରିଛନ୍ତି ।

ଶନିବାର ଚକାପାଦ ଥାନା ଅନ୍ତର୍ଗତ ଗସମା ସଂଲଗ୍ନ ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ କରୁଥିଲେ ଏସଓଜି ଏବଂ ଡିବିଏଫ୍ ଯବାନ । ଏହି ସମୟରେ ନିର୍ଦ୍ଦିଷ୍ଟ ସୂଚନା ପାଇ ସର୍ଚ୍ଚ ଅପରେସନ କରିଥିଲେ । ନକ୍ସଲ ମାନେ ପୋତିଥିବା 2ଟି ଡମ୍ପ ମଧ୍ୟରେ ଲୁଚାଇ ରଖିଥିବା ବିସ୍ଫୋରକ ଭର୍ତ୍ତି 20 ଟି କଣ୍ଟେନର ଜବତ ହୋଇଛି । ପରେ ବମ୍‌ ସ୍କ୍ବାର୍ଡ ସମସ୍ତ ବିସ୍ଫୋରକକୁ ନଷ୍ଟ କରି ନିଷ୍କ୍ରିୟ କରିଥିଲେ ।

ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଲ୍ୟାଣ୍ଡମାଇନ ଜବତ କଲା ପୋଲିସ

ପ୍ରାୟ ଏକ କ୍ବିଣ୍ଟାଲରୁ ଅଧିକ ପରିମାଣର ଏହି ବିସ୍ଫୋରକ ଜବତ ଘଟଣା ଜିଲ୍ଲାରେ ପ୍ରଥମ । କୌଣସି ବଡ କାଣ୍ଡ ପାଇଁ ନକ୍ସଲ ଏହି ଡମ୍ପିଂ କରୁଥିବା ପୋଲିସ ସନ୍ଦେହ କରୁଛି । ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଓ ସର୍ଚ୍ଚ ଅପରେସନ ଲଗାତାର ଜାରି ରହିଛି ବୋଲି ସୂଚନା ଦେଇଛି ଜିଲ୍ଲା ପୋଲିସ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Apr 26, 2020, 10:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.