ETV Bharat / state

ଦଦରା ଘରେ ବିତୁଛି ଜୀବନ, ବୟସର ଅପରାହ୍ନରେ ଅସହାୟ ବୃଦ୍ଧ ଦମ୍ପତ୍ତି - କେସିଙ୍ଗା ବିଡ଼ିଓ

ସରକାରୀ ଯୋଜନାରେ ଅବହେଳାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ପଞ୍ଚାୟତ କୋକଡ଼ମାଲ ଗାଁର ଗୌର ଓ ତାଙ୍କ ସ୍ତ୍ରୀ । ଅଧିକ ପଢନ୍ତୁ

helpless old couple
helpless old couple
author img

By

Published : Mar 24, 2023, 4:44 PM IST

ବୟସର ଅପରାହ୍ନରେ ଅସହାୟ ବୃଦ୍ଧ ଦମ୍ପତ୍ତି

ଭବାନୀପାଟଣା: ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି । କେତେବେଳେ ପକ୍କାଘର ପାଇଁ ଯୋଜନା ତ ପୁଣି କେତେବେଳେ ଘର ମରାମତି ପାଇଁ ଯୋଜନା ପ୍ରଣୟନ ହେଉଛି। ହେଲେ ଏସବୁ ଯୋଜନା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ସେଥିପ୍ରତି ସରକାରଙ୍କ ଦୃଷ୍ଟି ନାହିଁ । ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରି ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଉଛନ୍ତି ସରକାର ।

ହେଲେ ଏବେବି ଲୋକେ ଦୟନୀୟ ସ୍ଥିତିରେ କାଟୁଛନ୍ତି ଦିନ। ଏମିତି ସରକାରୀ ଯୋଜନାରେ ଅବହେଳାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ପଞ୍ଚାୟତ କୋକଡ଼ମାଲ ଗାଁର ଗୌର ଓ ତାଙ୍କ ସ୍ତ୍ରୀ । ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନଥିବାରୁ ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି ଗୌର ଓ ତାଙ୍କ ପତ୍ନୀ । ପରିଣତ ବୟସରେ ପକ୍କା ଘରଟିଏ ପାଇବା ଯେମିତି ଏମାନଙ୍କ ପାଇଁ ସାତ ସପନ ପାଲଟିଛି ।

ଉଭୟ ନିଜ ବୟସ ଥିବା ବେଳେ କୁଡିଆ ଘରଟିଏ ତିଆରି କରିଥିଲେ । ହେଲେ ତାହା ଗତ 10 ବର୍ଷ ତଳେ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା । ପରିଣତ ବୟସରେ ଘର ନିର୍ମାଣ କରିବା ପାଇଁ ପାଖରେ ସମ୍ବଳ ନଥିବାରୁ ଶେଷରେ ମୁଣ୍ଡ ଉପରେ ଜରି ପାଲ ଓ ଝାଟିମାଟିରେ ଘର କରି ରହି ଆସୁଛନ୍ତି । ଉଭୟଙ୍କ ନିଜର ବୋଲି କେହି ନାହାନ୍ତି ପଡୋଶୀ କିଛି ଖାଇବାକୁ ଦେଲେ ଖାନ୍ତି ନହେଲେ ଦିନ ଦିନ ଧରି ଭୋକ ଉପାସରେ ପଡି ରହିଥାନ୍ତି ସ୍ବାମୀ ସ୍ତ୍ରୀ । ସରକାରୀ ଯୋଜନା କହିଲେ କେବଳ ୫୦୦ ସହ ଟଙ୍କା ଭତ୍ତାକୁ ୫ କେଜି ଚାଉଳ ହିଁ ସାହାରା । ଆଉ ଏ ଚିତ୍ରକୁ ଦେଖିଲେ ଲାଗୁଛି ସରକାରଙ୍କ ଯୋଜନା ସତରେ ଏମାନଙ୍କ ପାଇଁ ବାଟବଣା ହୋଇ ପଡିଛି । ଏନେଇ କେସିଙ୍ଗା ବିଡ଼ିଓଙ୍କୁ ପଚାରିବାରୁ ସେହି ଚିରାଚରିତ ଆବେଦନ କଲେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Budget Session: ପୁଞ୍ଜି ନିବେଶରେ ଜାତୀୟ ହାର ଠାରୁ ଓଡି଼ଶା ଆଗରେ, ଉତ୍ତର ରଖିଲେ ଶିଳ୍ପମନ୍ତ୍ରୀ

ଗୋଟିଏ ପଟେ ମାଳମାଳ ଯୋଜନା ପ୍ରଣୟନ ହେଉଥିବା ବେଳେ ପରିଣତ ବୟସରେ ଜଣେ ବରିଷ୍ଠ ନାଗରିକ ଏମିତି ଅବସ୍ଥା ଆଉ କେତେ ଦିନ ଭୋଗିବେ। ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନକୁ ଆସିଥିବା ବେଳେ କେବେ ଏ ଅସହାୟ ବୃଦ୍ଧାଙ୍କ ପ୍ରତି ସରକାରୀ ଦୃଷ୍ଟି ପଡୁଛି ତାହାହିଁ ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.