କଳାହାଣ୍ଡି: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ହାରଭେଷ୍ଟର । ଏପରି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଲାଖଗୁଡା ଗାଁ ରେ । ଚାଷୀ ସାଲେକ ରାମ ଭୋଇ ନିଜ ଧାନ ଅମଳ ପାଇଁ ହାରଭେଷ୍ଟର ଆଣିଥିଲେ ।
ଅମଳ ସମୟରେ ଜମି ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ହୁତୁହୁତୁ ହୋଇ ଜଳି ଯାଇଥିଲା ଚାଷୀଙ୍କ ବର୍ଷକର ପରିଶ୍ରମର ଧାନ ଓ ହାରଭେଷ୍ଟର ।
ଖବର ପାଇ ଘଟଣା ସ୍ଥଳରେ ନର୍ଲା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ ବିଳମ୍ବ ହୋଇସାରିଥିଲା ।
ଯାହାକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ଏବେ ବୀମା ସହ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ