ETV Bharat / state

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ନାଁରେ ଆସିଲା ହତ୍ୟା ଅଭିଯୋଗ

author img

By

Published : May 4, 2023, 10:27 AM IST

Updated : May 4, 2023, 2:14 PM IST

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଫାଣ୍ଡି ଅଧିକାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପୋଲିସକୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭବାନୀପାଟଣା: ଜଙ୍ଗଲ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୋଲିସ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ରିଷିଡା ଫାଣ୍ଡି ଅନ୍ତର୍ଗତ କଛାଡେଙ୍ଗେନ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ତେନ୍ତୁଳି କୂପା ଗାଁର ସୁଦାମ ଭୋଇ । କିଛି ଦିନ ତଳେ ସୁଦାମଙ୍କୁ ରିଷିଡା ଫାଣ୍ଡି ଅଧିକାରୀ ବାଇକ ଚୋରି ଅଭିଯୋଗରେ ଘରୁ ଉଠାଇ ନେଇଥିଲେ । ଏବେ ଜଙ୍ଗଲରୁ ତାଙ୍କର ମୃତଦେହ ମିଳିବା ପରେ ପରିବାର ଲୋକେ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତକୁ ଗିରଫ କରିବା ଦାବିରେ ତଦନ୍ତ ପାଇଁ ଯାଇଥିବା ଥାନା ଅଧିକାରୀଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀଙ୍କୁ ୫ ଘଣ୍ଟା ଧରି ଅଟକ ରଖିଛନ୍ତି ଗ୍ରାମବାସୀ ।

ସୂଚନା ମୁତାବକ, ସୁଦାମ ଭୋଇକୁ ରିଷିଡା ଫାଣ୍ଡି ଅଧିକାରୀ ବାଇକ ଚୋରି ଅଭିଯୋଗରେ ଘରୁ ଉଠାଇ ନେଇଥିଲେ । ଯୁବକଙ୍କ ବାପା ରିଷିଡା ଫାଣ୍ଡିକୁ ଯାଇ ପଚାରିବାରୁ ପୋଲିସ ତାଙ୍କ ପୁଅକୁ ଛାଡି ଦେଇଥିବା କୁହାଯାଇଥିଲା । ଏହାପରେ ସୁଦାମଙ୍କ ବାପା ଘରକୁ ଫେରି ଆସିଥିଲେ । କିନ୍ତୁ ସୁଦାମ ଘରକୁ ନଫେରିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ କୌଣସି ଖୋଜଖବର ପାଇ ନଥିଲେ ।

ପରେ ଗାଁର କିଛି ଗୋରୁ ଚରାଳି ସନ୍ଧ୍ୟାରେ କଛାଡେଙ୍ଗେନ ଜଙ୍ଗଲକୁ ଯାଇଥିବା ବେଳେ ସୁଦାମଙ୍କ ଝୁଲନ୍ତା ମୃତଦେହ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଜଣାଇଥିଲେ । ଖବର ପାଇ ମଦନପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଜଙ୍ଗଲରେ ପହଞ୍ଚିବା ପରେ ପରିବାର ଲୋକେ ଓ ଗ୍ରାମବାସୀ ସୁଦାମଙ୍କୁ ଋଷିଡା ଫାଣ୍ଡି ଅଧିକାରୀ ହତ୍ୟା କରିଥିବା ଅଭିଯୋଗ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଥାନା ଅଧିକାରୀ ସମେତ ୫ ଜଣ ପୋଲିସ କର୍ମଚାରୀଙ୍କୁ ଦୀର୍ଘ ୫ ଘଣ୍ଟା ଧରି ଅଟକ ରଖିଥିଲେ ।

ଅନେକ ବୁଝାସୁଝା କରିବା ପରେ ଗ୍ରାମବାସୀ ପୋଲିସକୁ ଛାଡିଥିବା ଜଣାପଡିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ସୂଚନା ଦେଇଛି ପୋଲିସ ।

ଇଟିଭି ଭାରତ, କଳାହାଣ୍ଡି

Last Updated : May 4, 2023, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.