ETV Bharat / state

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, 10 ଦିନ ତଳେ ନିଖୋଜ ଥିଲେ

author img

By

Published : Dec 17, 2022, 11:46 AM IST

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡବୋଫଲା ଗ୍ରାମରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନିଖୋଜର 10 ଦିନ ପରେ ମିଳିଲା ମୃତଦେହ। ଅଧିକ ପଢ଼ନ୍ତୁ

hanging dead body found of  woman
ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଭବାନୀପାଟଣା: ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ନିଖୋଜ ହେବାର 10 ଦିନ ପରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡବୋଫଲା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ ପାର୍ବତୀ ଗଉଡ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପାର୍ବତୀ ଗଉଡ ଗତ ୪ ତାରିଖ ସକାଳୁ ନିଜ ଘରୁ ବାହାରି କୁଆଡେ ଚାଲିଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କଲାପରେ ମଧ୍ୟ କୌଣସି ଖବର ନପାଇବାରୁ ମହିଳାଙ୍କ ସ୍ବାମୀ ଧନକା ଗଉଡ ୫ ତାରିଖରେ ଥୁଆମୂଳ ରାମପୁର ପୋଲିସରେ ନିଖୋଜ ଅଭିଯୋଗ କରିଥିଲେ । ଘରଠୁ ପ୍ରାୟ ଏକ କିଲୋମିଟର ଦୂର ଏକ ପାହାଡରୁ ଦୁର୍ଗନ୍ଧ ଆସୁଥିବା ଜାଣି ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ଗ୍ରାମବାସୀ ଜଙ୍ଗଲକୁ ଯାଇ ଗଛରେ ଝୁଲନ୍ତା ଅବସ୍ଥାରେ ନିଖୋଜ ଥିବା ପାର୍ବତୀଙ୍କ ଗଳିତ ମୃତଦେହ ଦେଖିବାକୁ ପାଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛି । ପରିବାର ତଥା ଗ୍ରାମବାସୀଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.