ETV Bharat / state

ସରିଲା ଘୁମୁରା; ଦୁଲୁକିଲା କଳାହାଣ୍ଡି

author img

By

Published : Jan 18, 2020, 11:31 PM IST

ଉଦଯାପିତ ହେଲା ଘୁମୁରା ୨୦୨୦ । ଶୁକ୍ରବାର ଥିଲା କଳାହାଣ୍ଡି ମହୋତ୍ସବର ଉଦଯାପନୀ ସନ୍ଧ୍ୟା । ଉଦଯାପନୀ ସନ୍ଧ୍ୟାରେ ନାରାୟଣ ସଦେଇ ସଂଗୀତ ମହାବିଦ୍ୟଳୟ କଳାକାରଙ୍କ ପ୍ରାରମ୍ଭିକ ସଙ୍ଗୀତ ଓ ମାଙ୍ଗଳିକରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ଅଧିକ ଖବର ପଢନ୍ତୁ...

ସରିଲା ଘୁମୁରା; ଦୁଲୁକିଲା କଳାହାଣ୍ଡି
ସରିଲା ଘୁମୁରା; ଦୁଲୁକିଲା କଳାହାଣ୍ଡି

ଭବାନୀପାଟଣା: ଉଦଯାପିତ ହେଲା ଘୁମୁରା ୨୦୨୦ । ଶୁକ୍ରବାର ଥିଲା କଳାହାଣ୍ଡି ମହୋତ୍ସବର ଉଦଯାପନୀ ସନ୍ଧ୍ୟା । ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗ୍ନନାଥ ସାରକା, ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପର୍ବତାରୋହୀ ଯୋଗବ୍ୟାସ ଭୋଇ, ମୁଷ୍ଟିଯୋଦ୍ଧା ସତ୍ୟପିର ପ୍ରଧାନ ଓ ଓଡିଶା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ସୁଜିତ କୁମାର ।

ସରିଲା ଘୁମୁରା; ଦୁଲୁକିଲା କଳାହାଣ୍ଡି

ଉଦଯାପନୀ ସନ୍ଧ୍ୟାରେ ନାରାୟଣ ସଦେଇ ସଂଗୀତ ମହାବିଦ୍ୟଳୟ କଳାକାରଙ୍କ ପ୍ରାରମ୍ଭିକ ସଙ୍ଗୀତ ଓ ମାଙ୍ଗଳିକରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ମହାବୀର ସାଂସ୍କୃତିକ ଅନୁଷ୍ଠାନର ବୀର ବାଦ୍ୟ ଘୁମୁରା, ରାଜସ୍ଥାନର ମାଂନିହାର ନୃତ୍ୟରେ ଗର୍ଜି ଉଠିଥିଲା ରେଣ୍ଡୋମାଝୀ ମଞ୍ଚ । ବିଏସଏର ବଜାଶାଲ ବେଶ ଆକର୍ଷଣୀୟ ହୋଇଥିଲା । ସାଂସ୍କୃତିକ ସନ୍ଧ୍ୟାକୁ ଦର୍ଶକ ବେଶ ମନଭରି ଉପଭୋଗ କରିଥିବା ବେଳେ କଳାକାର ମଧ୍ୟ ନିଜ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ପାଇଁ ଏଭଳି ମଞ୍ଚ ପାଇବାରୁ ବେଶ ଉତ୍ସାହିତ ଥିଲେ ।

ସେହିଭଳି ମଣିପୁରର ଢୋଲଚଲମ, ମହାରାଷ୍ଟ୍ରର ଲାବଣୀ ଓ ଶୁଭମ ଅନୁଷ୍ଠାନ ର ଆଦିବାସୀ ନୃତ୍ୟ ଉଦଯାପନୀ ସନ୍ଧ୍ୟାରେ ଦର୍ଶକ ଭିତରେ ଆଣିଦେଇଥିଲା ମାଦକତା । ରାତି ଯେତିକି ବଢୁଥିଲା,ନାଚ ଗୀତ ରେ ଦର୍ଶକ ସେତିକି ବିଭୋର ହୋଇଉଠୁଥିଲେ । ଏହି ଘୁମୁରା ମହୋତ୍ସବକୁ ବିଭିନ୍ନ କ୍ଷେତ୍ର ରେ ପରିଚାଳନା କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଉଦଯାପିତ ହେଲା ଘୁମୁରା-୨୦୨୦ ।
ଶୁକ୍ରବାର ଥିଲା କଳାହାଣ୍ଡି ମହୋତ୍ସବ ର ଉଦଯାପନୀ ସଂଧ୍ୟା ।ଉଦଯାପନୀ ସଂଧ୍ୟା ରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନୁସୁଚିତ ଜାତି ଓ ଜନଜାତି ବଭାଗ ମନ୍ତ୍ରି ଜଗ୍ନନାଥ ସାରକା ।ଗ୍ରୁହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ପର୍ବତାରୋହି ଯୋଗବ୍ୟାସ ଭୋଇ, ପଞ୍ଚ ମ୍ୟାନ ସତ୍ୟପିର ପ୍ରଧାନ ଓ ଓଡିଶା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ସୁଜିତ କୁମାର ।
ଭିଓ-୧-ଉଦଜାପନୀ ସଂଧ୍ୟା ରେ ନାରାୟଣ ସଦେଇ ସଂଗୀତ ମହାବିଦ୍ୟଳୟ କଳାକାର ଙ୍କ ପ୍ରାରମ୍ଭିକ ସଙ୍ଗୀତ ଓ ମାଙ୍ଗଳିକ ରୁ ଆରମ୍ଭ ହୋଇଥିଲା ଶେଷ ସଂଧ୍ୟା ର କାର୍ଯକ୍ରମ । ମହାବିର ସାଂକ୍ରୁତିକ ଅନୁଷ୍ଟାନ ର ବୀର ବାଦ୍ୟ ଘୁମୁରା,ରାଜସ୍ଥାନ ର ମାଂନିହାର ନ୍ରୁତ୍ୟ ରୁ ଆରମ୍ଭ ହୋଇଥିଲା ସାଂସ୍କ୍ରୁତିକ ସଂଧ୍ୟା ଆଉ ଗର୍ଜି ଉଠିଥିଲା ରେଣ୍ଡୋମାଝୀ ମଞ୍ଚ ।ତା ପରେ ପରେ ଆସାମ ର ବିହୁ,କେସିଙ୍ଗ । ବିଏସଏ ର ବଜାଶାଲ ବେଶ ଆକର୍ଷଣୀୟ ହୋଇଥିଲା ।ସାଂସ୍କ୍ରୁତିକ ସଂଧ୍ୟା କୁ ଦର୍ଶକ ବେଶ ମନଭରି ଉପଭୋଗ କରିଥିବା ବେଳେ କଳାକାର ମଧ୍ୟ ନିଜ ପ୍ରତିଭା କୁ ପ୍ରଷ୍ଫୁଟିତ କରିବା ପାଇଁ ଏଭଳି ମଞ୍ଚ ପାଇବାରୁ ବେଶ ଉତ୍ସାହିତ ଥିଲେ ।Body:ଭିଓ-୨-ମଣିପୁର ର ଢୋଲଚଲମ,ମହାରାଷ୍ଟ୍ର ର ଲାବଣୀ ଓ ଶୁଭମ ଅନୁଷ୍ଠାନ ର ଆଦିବାସୀ ନ୍ରୁତ୍ୟ ଉଦଯାପନୀ ସଂଧ୍ୟା ରେ ଦର୍ଶକ ଭିତରେ ଆଣିଦେଇଥିଲା ମାଦକତା ।ରାତି ଯେତିକି ବଢୁଥିଲା,ନାଚ ଗୀତ ରେ ଦର୍ଶକ ସେତିକି ବିଭୋର ହୋଇଉଠିଥିଲେ ।ଉଦଯାପନୀ ସଧ୍ୟା ରେ ଘୁମୁରା ମହୋତ୍ସବ କୁ ବିଭିନ୍ନ କ୍ଷେତ୍ର ରେ ପରିଚାଳନା କରିଥିବା ବ୍ୟକ୍ତି ବିଷେଶ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।Conclusion:ବାଇଟ- ପ୍ରୀତି ପଟ୍ଟନାୟକ (ଦର୍ଶକ)
ବାଇଟ-ନୀଲାଞ୍ଚଳ ପାନ (କଳାକାର)
ବାଇଟ-ଜଗନ୍ନାଥ ସାରକା (ଅନୁସୁଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରି)
ପିଟୁସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.