ETV Bharat / state

ଚାକିରୀ ଦେବା ନାଁରେ ଠକେଇ: ୧୪ ଗିରଫ

ବେକାର ଯୁବକ ମାନଙ୍କୁ ଚାକିରୀ ପାଇବାକୁ ହେଲେ ୧୫ ହଜାର ଟଙ୍କା ଜମା କରିବାକୁ କହି ଡାଟା ଅପରେଟର, ଅଫିସକାମ ଭଳି ନିଯୁକ୍ତି ଦିଆଯିବ କହି ଚେନ ସିଷ୍ଟମ ବିଜନେସରେ ଲଗାଉଥିଲା ଠକ ସଂସ୍ଥା ।

author img

By

Published : Nov 12, 2021, 10:05 PM IST

ଚାକିରୀ ଦେବା ନାଁରେ ଠକେଇ: ୧୪ ଗିରଫ
ଚାକିରୀ ଦେବା ନାଁରେ ଠକେଇ: ୧୪ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଦେବାନସାହେବ ପଡାର ଏକ ଭଡା ଘରେ ବିଭିନ୍ନ ଜିଲ୍ଲାର ୫୦ରୁ ଉର୍ଦ୍ଧ୍ବ ବେକାରୀ ଯୁବକ ଓ ବ୍ୟକ୍ତି ମାନଙ୍କୁ ରଖି ତାଲିମ ଦିଆଯାଉଥିଲା । ପ୍ରଥମେ ବେକାର ଯୁବକ ମାନଙ୍କୁ ଚାକିରୀ ପାଇବାକୁ ହେଲେ ୧୫ ହଜାର ଟଙ୍କା ଜମା କରିବାକୁ କହି ଡାଟା ଅପରେଟର, ଅଫିସକାମ ଭଳି ନିଯୁକ୍ତି ଦିଆଯିବ କହି ଚେନ ସିଷ୍ଟମ ବିଜନେସରେ ଲଗାଉଥିଲା ଠକ ସଂସ୍ଥା । ଏହି ତାଲିମ ସମୟରେ ତାଙ୍କୁ ତୀକ୍ଷଣ ନଜରରେ ରଖାଯାଇ ବାହାରକୁ ଛଡ଼ାଯାଉଥିଲା । କାମ କରିବାକୁ ମନା କଲେ ପ୍ରାର୍ଥୀ ମାନଙ୍କୁ ଗୃହବନ୍ଦି ଭାବେ ରଖାଯାଉଥିଲା ।

ଚାକିରୀ ଦେବା ନାଁରେ ଠକେଇ: ୧୪ ଗିରଫ

ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି(ଗୁରୁବାର) କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ପୋଲିସ ଚାଢ଼ାଉ କରି ଠକ ସଂସ୍ଥାର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଥିବା ବେଳେ ସଂସ୍ଥାର ମାଷ୍ଟର ମାଇଣ୍ଡ ରାଜେଶ ମହାରଣା ଫେରାର ମାରିଥିଲା । ଏହାକୁ ନେଇ ଛାନଭିନ ଆରମ୍ଭ କରିଥିଲା ପୋଲିସ ପରେ ଠକ ସଂସ୍ଥାର ୧୪ ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ । ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.