ଭବାନୀପାଟଣା: ବିପୁଳ ପରିମାଣର ଶାଳ କାଠ ଜବତ କରିଛି ବନବିଭାଗ । ଦିନକୁ ଦିନ କାଠ ମାଫିଆଙ୍କ ଆତଙ୍କ ବଢି ଚାଲିଥିବା ନେଇ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା ।
ମଦନପୁର ରାମପୁର ଉତ୍ତର ବନଖଣ୍ଡ ଅଧିକାରୀ ଅସିତ କୁମାର ଦାସଙ୍କ ନେତୃତ୍ବରେ ବନବିଭାଗର ଟିମ ପାଟ୍ରୋଲିଂ କରୁଥିବା ସମୟରେ ଏକ ଗାଡି ସହ କାଠ ଜବତ କରିଛି । ହରଲଙ୍ଗା ଗାଁ ପାଖ ୫୯ ନମ୍ବର ଜାତୀୟ ରାଜପଥ ଗୋପାଳପୁର-ରାୟପୁର ଦେଇ ଯାଇଥିବା ରାସ୍ତାରେ ଏକ ପିକଅପ ଭ୍ୟାନକୁ ସନ୍ଦେହରେ ଅଟକାଇବାକୁ ଚେଷ୍ଟା କରିବାରୁ ଗାଡ଼ି ଡ୍ରାଇଭର ଗାଡି ଛାଡି ଚମ୍ପଟ ମାରିଥିଲା ।
ବନବିଭାଗ ଯାଞ୍ଚ ସମୟରେ ଜବତ ଭ୍ୟାନରୁ ସାଇଜ ୯୦ ଖଣ୍ଡ ଚୋରା ଶାଳ କାଠ ଚାଲାଣ ହେଉଥିବା ଜଣିବାକୁ ପାଇଥିଲା । କାଠ ସହ ଉକ୍ତ ଭ୍ୟାନକୁ ଜବତ କରବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଜଣାପଡିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ