ETV Bharat / state

ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ ୫ ଯୁବତୀ ଉଦ୍ଧାର, ୩ ଦଲାଲ ଗିରଫ

author img

By

Published : Aug 15, 2020, 12:24 AM IST

ପଡୋଶୀ ଜିଲ୍ଲା ରାୟଗଡାର ମୁନିଗୁଡା ବସଷ୍ଟାଣ୍ଡ ନିକଟରୁ ଏକ କାର୍ ଯୋଗେ ଦାଦନ ଖଟିବାକୁ ଯାଉଥିବା ଲାଞ୍ଜିଗଡ଼ ବ୍ଲକର ୫ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଏହି ଘଟଣାରେ ପୋଲିସ ୩ ଦଲାଲଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ ୫ ଯୁବତୀ ଉଦ୍ଧାର, ୩ ଦଲାଲ ଗିରଫ
ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ ୫ ଯୁବତୀ ଉଦ୍ଧାର, ୩ ଦଲାଲ ଗିରଫ

କଳାହାଣ୍ଡି: ପଡୋଶୀ ଜିଲ୍ଲା ରାୟଗଡାର ମୁନିଗୁଡା ବସଷ୍ଟାଣ୍ଡ ନିକଟରୁ ଏକ କାର୍ ଯୋଗେ ଦାଦନ ଖଟିବାକୁ ଯାଉଥିବା ଲାଞ୍ଜିଗଡ଼ ବ୍ଲକର ୫ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଏହି ଘଟଣାରେ ପୋଲିସ ୩ ଦଲାଲଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଓଡ଼ିଶା ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ବହୁ ସଂଖ୍ୟକ ଲୋକ ବିଭିନ୍ନ କମ୍ପାନୀ ଆଦିରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ସରକାରଙ୍କ ତରଫରୁ ଏହି ଗରିବ ମାନଙ୍କ ପାଇଁ ବିଭିନ୍ନ ଯୋଜନା ହେଉଥିଲେ ମଧ୍ୟ ତାହା କେବଳ ସରକାରୀ ବାବୁ, ଦଳୀୟ ଆଗ ଧାଡ଼ିର ନେତା ଓ ବଡବଡ଼ିଆଙ୍କ ପାଇଁ ପ୍ରଯୁଜ୍ୟ ଭଳି ମନେହୁଏ। ହେଲେ ସରକାରଙ୍କର ଗରିବ ଶ୍ରମିକମାନଙ୍କ ପାଇଁ ଶହେ ଦିନର କାମକରିବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କରିଛନ୍ତି। ଏହି ଯୋଜନା ଲାଞ୍ଜିଗଡ଼ ବ୍ଲକରେ ସରକାରଙ୍କ ତରଫରୁ ଶହେ ଦିନ ବଦଳରେ ଦୁଇ ଶହ ଦିନ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ସୁବିଧା ରହିଛି । କିନ୍ତୁ ଏହି ଯୋଜନାରେ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କ ସମେତ କିଛି ଦଲାଲ୍ ମିଶି ଚାଲାକି କରୁଥିବା ଯୋଗୁଁ ଶ୍ରମିକମାନେ ଏହି ଯୋଜନାରେ କାମ ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଜଣାପଡିଛି ।

ଶ୍ରମିକମାନେ କୋରୋନା ଭୟରେ ଓଡ଼ିଶାକୁ ଫେରି ଆସିଥିଲେ। ହେଲେ ଗାଁରେ କାମ ନ ପାଇବାରୁ ପୁଣି ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିବା ଲାଞ୍ଜିଗଡ଼ ବ୍ଲକର ୫ ଜଣ ଝିଅକୁ ମୁନିଗୁଡା ପୋଲିସ ଦଲାଲ କବଳରୁ ଉଦ୍ଧାର କରି ପରିବାର ବର୍ଗଙ୍କୁ ଜିମା ଦେଇଥିବା ମୁନିଗୁଡା ଥାନାଧିକାରୀ ସୂଚନା ଦେଇଛନ୍ତି। ପରେ ଥାନାରେ କେସ ନମ୍ବର ୧୧୪/୦୨୦ରେ ଗିରଫ ୩ ଦଲାଲଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ମୁନିଗୁଡା ଥାନାଧିକାରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀ ପ୍ରକାଶ କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.