ETV Bharat / state

ଉଠା ଜଳସେଚନରେ ଦୁର୍ନୀତି, ଧାରଣାରେ ବସିଲେ ଚାଷୀ - ଚାଷ ପାଇଁ ମିଳୁନି ଚାଷୀଙ୍କୁ ପାଣି

ଚାଷ ପାଇଁ ମିଳୁନି ଚାଷୀଙ୍କୁ ପାଣି । ବିଲରେ ପାଣି ମଡ଼ାଇବା ପାଇଁ ଲଗାଯାଇଛି ପମ୍ପ । ହେଲେ ଉକ୍ତ ପମ୍ପରୁ ପାଣି ପାଇବାରୁ ବଞ୍ଚିତ ରହୁଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

ଉଠା ଜଳସେଚନରେ ଦୁର୍ନୀତି, ଧାରଣାରେ ବସିଲେ ଚାଷୀ

author img

By

Published : Aug 31, 2022, 9:44 AM IST

Updated : Aug 31, 2022, 10:11 AM IST

ଭବାନୀପାଟଣା: ଅଣ ଜଳସେଚିତ ଅଞ୍ଚଳରେ ଜଳସେଚନ କରିବା ସହ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାର ଉଠାଜଳ ସେଚନ ପ୍ରକଳ୍ପ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ପମ୍ପ ଯୋଗାଇ ଦେଉଛନ୍ତି । ଏପରିକି ଆଇକଟ୍ ଜରିଆରେ ଚାଷୀମାନଙ୍କୁ ପମ୍ପ ମାଧ୍ୟମରେ ବିଲରେ ପାଣି ମଡ଼ାଇବା ପାଇଁ ନିୟମ ରହିଛି । ହେଲେ ପମ୍ପଟି ବ୍ୟକ୍ତିଗତ ଭାବେ ବ୍ୟବହାର କରାଯାଉଛି ।

ଫଳରେ ଆଇକଟରେ ଥିବା ଚାଷୀମାନେ ଉକ୍ତ ପମ୍ପରୁ ପାଣି ପାଇବାରୁ ବଞ୍ଚିତ ରହୁଛନ୍ତି । ଏନେଇ ଅଞ୍ଚଳର ଚାଷୀ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କଲାପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଅଭିଯୋଗ ଅନୁଯାୟୀ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ କଣ୍ଡରେଇ ଗାଁରେ ୫ ନମ୍ବର ଉଠା ଜଳସେଚନ ପଏଣ୍ଟରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଉଠିଛି ।

ଉଠା ଜଳସେଚନରେ ଦୁର୍ନୀତି, ଧାରଣାରେ ବସିଲେ ଚାଷୀ

ଏହି ଗାଁର ହିରାମଣୀ ସାହୁ ୬୩ ଏକର ଜମିକୁ ନେଇ ଜାଲିଆତି ଭାବେ ନକଲି ଦସ୍ତଖତ ଦେଖାଇ ଉକ୍ତ ଉଠା ଜଳସେଚନପମ୍ପକୁ ନିଜ ଚାଷ ବିଲରେ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଛନ୍ତି । ଏ ସମ୍ପର୍କରେ ଆର୍.ଟି.ଆଇ ତଥ୍ୟ ମାଧ୍ୟମରେ ଜାଣିବାକୁ ପାଇଥିଲେ ଚାଷୀମାନେ । ଏହାପରେ ଉକ୍ତ ଘଟଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ଚାଷୀମାନେ ଘଟଣା ସମ୍ପର୍କରେ ହିରାମଣୀଙ୍କୁ ପଚାରିଥିଲେ । ଏଥିରେ ହିରାମଣୀ ବିବ୍ରତ ହୋଇ ଚାଷୀ ମାନଙ୍କୁ ପାଣି ଯୋଗାଇବା ପାଇଁ ସିଧାସଳଖ ମନା କରିଦେଇଥିଲେ ।

ଏହାକୁ ଘଟଣାସ୍ଥଳରେ ତୁମ୍ବିଂ ତୋଫାନ ହୋଇଥିଲା । ପରେ ଏନେଇ ଚାଷୀମାନେ ମିଶି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ଏଯାବତ ବିଭାଗୀୟ ଅଧିକାରୀ ଜଣକ ନା କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନା କୌଣସି ସୁଫଳ ମିଳିଲା । ଶେଷରେ ମଙ୍ଗଳବାର ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଧାରଣାରେ ବସିଥିଲେ । ଉକ୍ତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନରେ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Aug 31, 2022, 10:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.