ETV Bharat / state

ମଣ୍ଡି ଅବ୍ୟବସ୍ଥା ନେଇ ରାଜରାଜସ୍ତାରେ ଚାଷୀ

author img

By

Published : Mar 4, 2022, 3:52 PM IST

ରାଜରାସ୍ତାକୁ ଓହ୍ଲାଇଲେ ଅନ୍ନଦାତା । କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

farmers protest for mandi issue in kalahandi
ମଣ୍ଡି ଅବ୍ୟବସ୍ଥା ନେଇ ରାଜରାଜସ୍ତାକୁ ଓହ୍ଲାଇଲେ ଚାଷୀ

ଭବାନୀପାଟଣା: ରାଜରାସ୍ତାକୁ ଓହ୍ଲାଇଲେ ଅନ୍ନଦାତା । କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀଙ୍କ ଉତ୍ତେଜନା ଦେଖିବାକୁ ମିଳିଛି। ମଣ୍ଡି ମାନଙ୍କରେ ମିଲର୍ସଙ୍କ ଇଚ୍ଛାନୁଯାୟୀ ଧାନ ଉଠାଣ ହେଉଥିବା ନେଇ ଚାଷୀ ଅଭିଯୋଗ କରି ଆସୁଛନ୍ତି। ତେବେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ମଣ୍ଡି ଅବ୍ୟବସ୍ଥା ନେଇ ରାଜରାଜସ୍ତାରେ ଚାଷୀ

କଳାହାଣ୍ଡି ଜିଲ୍ଲାର କିଛି ମଣ୍ଡି ବନ୍ଦ ହେବାକୁ ବସିଲାଣି । କିନ୍ତୁ ମଣ୍ଡିରେ ଧାନ ଥାଇ ମଧ୍ୟ ମଣ୍ଡି ବନ୍ଦ କରିବା ନିଷ୍ପତ୍ତିକୁ ଚାଷୀମାନେ ବିରୋଧ କରିଛନ୍ତି । ଏହି ଘଟଣାକୁ ନେଇ ଚାଷୀମାନେ ଉତ୍ୟକ୍ତ ହୋଇଥିବାବେଳେ ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଜିଲ୍ଲାର କଲମପୁର ବ୍ଲକ ବଟକୁଟୁର ଓ ଦୁଲକୀବନ୍ଧ ଧାନ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡି ରହିଛି। ମାସ ମାସ ଧରି ମଣ୍ଡିରୁ ଧାନ ନ ଉଠିବାରୁ ଚାଷୀ ଧାନ ଉଠାଣ ଦାବିରେ ପ୍ରତିବାଦ କରିଛନ୍ତି। ମୋଟର ମୁଖୀଗୁଡା ରାଜ୍ୟ ରାଜପଥକୁ ଦୁଲକୀବନ୍ଦ ନିକଟରେ ଅବରୋଧ କରିବା ସହ ଆନ୍ଦୋଳନ ଜାରି ରହିଥିବା ଜଣାପଡିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ବେଳେ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରୁଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.