ETV Bharat / state

କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ - ଚିନ୍ତରେ ଚାଷୀ

କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ସ୍ବାର୍ଥରେ ନିର୍ମିତ ରାଜ୍ୟର ପ୍ରଥମ ଲଇତରା ମେଗା ଉଠାଜଳ ସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନାହିଁ । ଅଧିକ ପଢନ୍ତୁ...

କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ
କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ
author img

By

Published : Sep 3, 2021, 8:30 AM IST

Updated : Sep 3, 2021, 8:41 AM IST

ଭବାନୀପାଟଣା: କୃଷକଙ୍କ ବିକାଶ ଲାଗି ସରକାରଙ୍କ ଅନେକ ଯୋଜନା । ରାଜ୍ୟର ଅଣଜଳ ସେଚିତ ଅଞ୍ଚଳରେ ଚାଷୀଙ୍କୁ ଜଳ ଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ ଉଠା ଜଳସେଚ ବ୍ୟବସ୍ଥା କରାଯାଇଛି । ହେଲେ କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ସ୍ବାର୍ଥରେ ନିର୍ମିତ ରାଜ୍ୟର ପ୍ରଥମ ଲଇତରା ମେଗା ଉଠାଜଳ ସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନାହିଁ ।

କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ

ପ୍ରାୟ ୯ କୋଟି ଟଙ୍କ। ବ୍ୟୟ ଅଟକଳରେ ଏହା ପ୍ରକଳ୍ପର ନିର୍ମାଣ ହୋଇଛି । ଉଦଘାଟନୀ ଦିନରୁ ହିଁ ଚାଷୀଙ୍କ କାମରେ ଆସୁନାହିଁ । ଆବଶ୍ୟକ ସମୟରେ ପମ୍ପରୁ ପାଣି ଉଠୁନାହିଁ । ଯାହାକୁ ଉଦଘାଟନ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପ ନିର୍ମାଣ ହୋଇଛି ସତ କିନ୍ତୁ ପୂରଣ ହୋଇପାରୁନି ଆବଶ୍ୟକତା ।

ବର୍ତ୍ତମାନ ସମୟ ବେଉଷଣ ହେଲେ ନଦୀ ଗର୍ଭରେ ପାଣି ନଥିବାରୁ କାମ କରୁନି ମେଗା ଉଠା ଜଳସେଚନ ପ୍ରକଳ୍ପ । ଫଳରେ ପାଣି ଅଭାବରୁ ଏବେ ସମସ୍ୟାରେ ଚାଷୀ । ୫୦୦ ହେକ୍ଟର ଚାଷ ଜମିରେ ଜଳ ଯୋଗାଣ ଲକ୍ଷ୍ୟରେ ନିର୍ମିତ ଏହି ମେଗା ଜଳସେଚନ ପ୍ରକଳ୍ପ ଆଜି ଅକାମୀ ହୋଇପଡିଛି । ଆଉ ସତେ ଯେମିତି ପ୍ରକଳ୍ପ ନିର୍ମାଣ କରି ଉତ୍ତରଦାୟୀ ସରକାର ନିଜ ଦାୟିତ୍ବ ସାରିଦେଇଛନ୍ତି ।

୨୦୧୫ମସିହାରେ ଲୋକାର୍ପିତ ହୋଇଥିବା ଏହି ମେଗା ପ୍ରକଳ୍ପକୁ ପ୍ରାୟ ୭ ବର୍ଷ ପୂରିବାକୁ ଯାଉଛି । ଲକ୍ଷ୍ୟ ଠାରୁ ଦୂରରେ ଥିବା ଏହି ପ୍ରକଳ୍ପର ପୁନଃର୍ବିନ୍ୟାସକୁ ନେଇ ଚାଷୀ ଅନେକ ସମୟରେ ରାଜରାସ୍ତାକୁ ମଧ୍ୟ ଉହ୍ଲାଇଛନ୍ତି ହେଲେ ଏଯାଏଁ ଫଳ ଶୂନ । ସତେ ଯେମିତି ଶାସନ ଓ ପ୍ରଶାସନ ଚେଇଁ ଥାଇ ଶୋଇଥିବାର ଅଭିନୟ କରୁଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

Last Updated : Sep 3, 2021, 8:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.