କଳାହାଣ୍ଡି: ବିଷଧର ସାପ କାମୁଡାରେ ଜଣେ ଯୁବକ ମୃତ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗାଁରେ ଘଟିଛି ଏପରି ଅଘଟଣ । ତେବେ ଏଠାରେ ଆଶ୍ଚର୍ଯ୍ୟର କଥା ହେଲା ଏଯାଏଁ ଲୋକଙ୍କ ମନରୁ ହଟିନି ଅନ୍ଧବିଶ୍ବାସ । ଉକ୍ତ ଯୁବକକୁ ଡାକ୍ତର ମେଡିକାଲାରେ ମୃତ ଘୋଷଣା କରିବା ପରେ ମଧ୍ୟ ମୃତକଙ୍କ ପରିବାର ଲୋକେ ଯୁବକକୁ ବଞ୍ଚାଇବା ଆଶାରେ ଗୁଣିଗାରେଡିର ସାହାର ନେଇଛନ୍ତି ।
ପ୍ରକାଶ ଥାଉକି, ଡୁମେରମୁଣ୍ଡା ଗାଁର ସତୀଶ ଗୋପାଳ (21) ଙ୍କୁ ଏକ ବିଷାକ୍ତ ସାପ କାମୁଡିବା ଫଳରେ ସେ ଗୁରୁତୁର ହୋଇପଡିଥିଲେ । ତାଙ୍କୁ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପରେ ସତୀଶ ଗୋପାଳଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଡାକ୍ତରଙ୍କ କଥାକୁ ବିଶ୍ବାସ ନକରି ଡାକ୍ତରଖାନା ପରିସରରେ ହିଁ ପରିବାର ଆରମ୍ଭ କରିଥିଲେ ଗୁଣିଗାରେଡି। ଏସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳକୁ ପହଞ୍ଚି ଉକ୍ତ ପରିବାର ଲୋକଙ୍କୁ ବୁଝାସୁଝା କରିବାରେ ଲାଗିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ