ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ନିକଟସ୍ଥ ଟୁରଚି ଗାଁରେ ୨ଟି ହାତୀ ଦାନ୍ତ ଜବତ ସହ ୨ଜଣ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ । ଗିରଫ ଦୁଇ ଅଭିଯୁକ୍ତ ମାନେ ହେଲେ ମଦନପୁର ରାମପୁର ଥାନା ଅନ୍ତର୍ଗତ ଟୁରଚି ଗାଁର ନୂଆଖାଉ ବାଗ ଓ ଚିତ୍ରସେନ ବାଗ । ଉଭୟ ସମ୍ପର୍କରେ ବାପ ପୁଅ ବୋଲି ବନବିଭାଗ ସୂଚନା ଦେଇଛି ।
ସୂଚନା ଅନୁଯାୟୀ ବନ୍ୟଜନ୍ତୁ ହାତୀ, ବାଘ ଶିକାର କରି ବିଭିନ୍ନ ଅଙ୍ଗକୁ ବିକ୍ରି କରୁଥିବା ନେଇ ବନବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଡା ଓ କଳାହାଣ୍ଡି ବନ ବିଭାଗ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଗ୍ରାହକ ସାଜି ଅଭିଯୁକ୍ତ ସହ ଯୋଗାଯୋଗ କରିଥିଲେ। ପରେ ଅଭିଯୁକ୍ତର କହିବା ଅନୁଯାୟୀ ଏହି ସ୍ୱତନ୍ତ୍ର ଟିମ ଟୁରଚି ଗାଁରେ ଥିବା ଅଭିଯୁକ୍ତ ନିକଟରେ ପହଞ୍ଚି ସେଠାରୁ ୨ଟି ହାତୀ ଦାନ୍ତ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଏହି ରାକେଟର ଚେର ଛତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ