ETV Bharat / state

କର୍ଲାପାଟରେ ହାତୀ ମୃତ୍ୟୁ ଘଟଣା ପରେ ଚେତିଲା ପ୍ରଶାସନ, ପଶୁଙ୍କୁ ଦିଆଯାଉଛି ଟିକା - kalahabdi district news

କର୍ଲାପାଟ ଅଭୟାରଣ୍ୟରେ ୧୪ ଦିନ ମଧ୍ୟରେ ୬ ହାତୀ ମୃତ୍ୟୁ ଘଟଣା ସ୍ଥିତିରେ ସୁଧାର ଆସିବାକୁ ଆଉ ୧୦ ଦିନ ଲାଗିବ । ଗାଁ ଗାଁରେ ଗାଈଗୋରୁଙ୍କୁ ଦିଆଯାଉଛି ଭ୍ୟାକ୍ସିନ । ଅଧିକ ପଢନ୍ତୁ...

କାର୍ଲାପାଟରେ ହାତୀ ମୃତ୍ୟ ଘଟଣା, କାରଣ ଜୀବାଣୁ ଜନିତ ସଂକ୍ରମଣ

author img

By

Published : Feb 19, 2021, 6:54 AM IST

ଭବାନୀପାଟଣା: କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା ସ୍ଥିତିରେ ସୁଧାର ଆସିବାକୁ ଆଉ ୧୦ ଦିନ ଲାଗିବ । ଗାଁ ଗାଁରେ ଗାଈଗୋରୁଙ୍କୁ ଦିଆଯାଉଛି ଭ୍ୟାକ୍ସିନ । ହାତୀ ମୃତ୍ୟୁର କାରଣ ସାହାଣ ଜୀବାଣୁ ଜନିତ ସଂକ୍ରମଣ ବୋଲି ଜଣାପଡିଛି ।

କାର୍ଲାପାଟରେ ହାତୀ ମୃତ୍ୟ ଘଟଣା, କାରଣ ଜୀବାଣୁ ଜନିତ ସଂକ୍ରମଣ

ସଂକ୍ରମଣ ଆଶଙ୍କାରେ ଅଭୟାରଣ୍ୟର ୩୩ ଗୋଟି ଗାଁରେ ଗୃହ ପାଳିତ ପଶୁଙ୍କୁ ମାଗଣା ଟୀକାକରଣ କରାଯାଉଛି । ତଥା ରାଜ୍ୟର ଅନ୍ୟାନ୍ୟ ଅଭୟାରଣ୍ୟରେ ମଧ୍ୟ ମାଗଣା ଟୀକାକରଣ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଜୀବାଣୁ ଜନିତ ସଂକ୍ରମଣ ମଣିଷକୁ ହୋଇନଥାଏ ଏଣୁ ଭୟର ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ବର୍ତ୍ତମାନ ବି ଅନ୍ୟ ହାତୀ ସଂକ୍ରମିତ ହେବା ଆଶଙ୍କା ରହିଛି । ଏହି ଜୀବାଣୁର ସଂକ୍ରମଣ ୨ ସପ୍ତାହ ପରେ ଜଣାପଡ଼ିଥାଏ ବୋଲି ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡ଼ା.ପ୍ରତାପ କିଶୋର ଖମାରୀଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.