ETV Bharat / state

ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ରାସ୍ତାରୁ ଉଠିଲା ପିଚୁ - Duplicate road built in kalahandi

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗ୍ରାମ୍ୟ ଉନ୍ନୟ ବିଭାଗରେ ଥିବା କୁମଖାଲରୁ ସିନ୍ଧିବାହାଲି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାର୍ଯ୍ୟ ହୋଇଥିଲା । ହେଲେ ଏହି ନିର୍ମାଣ ରାସ୍ତାରୁ ପିଚୁ ଉଠିବା ପରେ ଆରମ୍ଭ ହୋଇଥିଲା ତଦନ୍ତ । ଅଧିକ ପଢନ୍ତୁ...

Duplicate road built in kalahandi
ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ରାସ୍ତାରୁ ଉଠିଲା ପିଚୁ
author img

By

Published : May 19, 2020, 11:13 PM IST

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ରାସ୍ତାରୁ ପିଚୁ ଉଠିବା ପରେ ଆରମ୍ଭ ହୋଇଥିଲା ତଦନ୍ତ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଥିବା କୁମଖାଲରୁ ସିନ୍ଧିବାହାଲି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାର୍ଯ୍ୟ ହୋଇଥିଲା । ହେଲେ ଏହି ରାସ୍ତା ନିର୍ମାଣରେ ଠିକା ସଂସ୍ଥା ପକ୍ଷରୁ ପିଚୁ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଗ୍ରାମବାସୀ କାମ ବନ୍ଦ କରିଥିଲେ ।

ଏହା ପରେ ନିର୍ବାହୀ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ରାସ୍ତାର ଦୁଇଟି ସ୍ଥାନରୁ ନମୁନା ସଂଗ୍ରହ କରି ତାର ପରୀକ୍ଷା ନିରୀକ୍ଷା କରିଥିଲେ । ପରୀକ୍ଷା ପରେ ରାସ୍ତାକାମ ନିମ୍ନମାନର ହୋଇଥିବା ଏବଂ ଏଥିରେ ସୁଧାର ଆଣିବା ସହ ବିଛା ଯାଇଥିବା ସମସ୍ତ ପିଚୁ ଉଠାଇ ପୁଣି ଥରେ ପିଚୁ କରାଯିବ ବୋଲି କହିଛନ୍ତି ।

Duplicate road built in kalahandi
ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ରାସ୍ତାରୁ ଉଠିଲା ପିଚୁ

ଏଥିସହ ରାସ୍ତା ନିର୍ମାଣ କାମ ତଦାରଖ ଦାୟିତ୍ବରେ ଥିବା ଅଧିକାରୀ ଓ ସମ୍ପୃକ୍ତ ଠିକା ସଂସ୍ଥାକୁ ମଧ୍ୟ ନିର୍ବାହୀଯନ୍ତ୍ରୀ ତାଗିଦ କରିଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.