ETV Bharat / state

ରାପ୍ କରି ସରକାରଙ୍କୁ ଟାର୍ଗେଟ, ଦେଶୀ ଗଲି ବୟଙ୍କୁ ବଲିଉଡରୁ ଶୁଭେଚ୍ଛା

author img

By

Published : Jul 11, 2020, 5:59 PM IST

Updated : Jul 11, 2020, 7:53 PM IST

ଏଠାରେ ମୁଢି ବିକ୍ରେତାଙ୍କୁ ମାଡ ହେଉଛି, ମଦ ବିକ୍ରେତାଙ୍କୁ ସମ୍ମାନ ମିଳୁଛି । ଗରିବଙ୍କୁ ଖାଇବାକୁ ମିଳୁନାହିଁ ଧନୀ ଲୋକଙ୍କୁ ବିମାନରେ ବିଦେଶରୁ ଅଣାଯାଉଛି । ଯଦି ଗରିବଙ୍କୁ ଖାଇବାକୁ ଦେବାକୁ ଅର୍ଥ ନାହିଁ ତେବେ ନିର୍ବାଚନ ସମୟରେ ଏତେ ଖର୍ଚ୍ଚ କିପରି ହେଉଛି ବୋଲି ଦୁଲେଶ୍ବର ରାପ କରି ସରକାରଙ୍କୁ ଜବାବ ମାଗିଛନ୍ତି । ‘ଦେଶୀ ଗଲି ବୟ’ ଙ୍କ ରାପ୍ ସାରା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାଷା ବୁଝିନପାରିଲେ ବି ଇମୋସନରୁ ସବୁକିଛି ବୁଝି ହେଉଛି ବୋଲି ଅନେକ ୟୁଜର୍ସ ଟ୍ବିଟ୍ କରି କହିଛନ୍ତି ।

କଳାହାଣ୍ଡିର ଗଲି ବୟ ଦୁଲେଶ୍ବର: ରାପ୍ ଦ୍ବାରା ସରକାରଙ୍କୁ ତାତ୍ସଲ୍ୟ

ଭୁବନେଶ୍ବର: ନା ଅଭିଯୋଗ, ନା ଧାରଣା ନା ବିକ୍ଷୋଭ । ନୂଆ ତିରକାରେ ସାମ୍ନାକୁ ଆଣିଲେ ସରକାରୀ ଅବହେଳାର ନଗ୍ନ ଚିତ୍ର । ଦାଦନ ଦୁଃଖ ବଖାଣି ସରକାରଙ୍କୁ ମାଗିଲେ ଜବାବ । ନିଆରା ଢଙ୍ଗରେ ରାପ୍ କରି ସରକାରଙ୍କ ଉପରେ ବର୍ଷିଲେ, ତାତ୍ସଲ୍ୟ କରି ଦୋଷ ତ୍ରୁଟି କହିଲେ। ଆଉ ରାପ୍ ବି ନିଜ କୋଶଳୀ ଭାଷାରେ । କେବଳ ରାଜ୍ୟ ନୁହେଁ ସାରା ଦେଶର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏହି ଓଡିଆ ଯୁବକ । କଳାହାଣ୍ଡିରେ ରହୁଥିବା ଏହି ରାପର ଜଣକ ହେଲେ 27 ବର୍ଷିୟ ଦୁଲେଶ୍ବର ତାଣ୍ଡି ଓରଫ ରାପର ଦୁଲେ ରକର୍ ।

  • In Kalahandi district, Duleshwar Tandi – ‘Rapper Dule Rocker’ – a tuition teacher, construction worker and occasional migrant, expresses anguish through this song at the plight of migrants in the lockdown. @DuleRocker pic.twitter.com/3uVc9g4soD

    — The People's Archive (@PARInetwork) July 8, 2020 " class="align-text-top noRightClick twitterSection" data=" ">

ଦୁଲେଶ୍ବରଙ୍କ ପ୍ରତିଭା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡିଶା ସମେତ ବଲିଉଡ କଳାକାର ମଧ୍ୟ ଦୁଲେଶ୍ବରଙ୍କୁ ତାରିଫ କରିଛନ୍ତି । ତାଙ୍କ ରାପ୍ ବଡ ବଡ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଗାୟିକା, ଅଭିନେତ୍ରୀ ସମସ୍ତଙ୍କୁ ଆଟ୍ରାକ୍ଟ କରିଛି । ଟ୍ବିଟରରେ ଦୁଲେଶ୍ବରଙ୍କୁ ଛୁଟୁଛି ପ୍ରଶଂସାର ସୁଅ । ସ୍ବରା ଭାସ୍କର, ରିଚା ଚଢା, ବିଶାଲ ଦଦଲାନୀଙ୍କ ଭଳି କଳାକାର ଦୁଲେଶ୍ବରଙ୍କ ରାପ୍ ରିଟ୍ବିଟ କରିବା ସହ ଖୁବ୍ ତାରିଫ କରିଛନ୍ତି । ଏପରିକି ବଲିଉଡର ବିଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ବିଶାଲ ତାଙ୍କୁ ଭବିଷ୍ୟତରେ ରାପ୍ କରିବାବେଳେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଯଦି କୌଣସି ପ୍ରକାର ସହଯୋଗ ଦରକାର ତେବେ ସେ ନିଶ୍ଚୟ ଯୋଗାଇବେ ବୋଲି ଦୁଲେଶ୍ବରଙ୍କୁ କହିଛନ୍ତି ।

ତେବେ ଦୁଲେଶ୍ବରଙ୍କ ରାପ୍ କେବଳ କୋଶଳୀ ଭାଷାରେ ନାହିଁ । ସେ ଇଂରାଜୀ, ହିନ୍ଦୀ ଭାଷାରେ ମଧ୍ୟ ରାପ୍ କରିଛନ୍ତି । ହେଲେ ସବୁଠାରୁ ଅଧିକ ପ୍ରଶଂସା ସାଉଁଟିଛି ନିକଟରେ ଗାଇଥିବା କୋଶଳୀ ଭାଷାରେ ରାପ୍ । ଏଥିରେ ସେ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ କହିଛନ୍ତି । ବିଭିନ୍ନ ଯୋଜନା ସତ୍ତ୍ବେ ଗର୍ଭବତୀ ମହିଳା ଓ ପ୍ରବାସୀ ଶ୍ରମିକମାନେ କାହିଁକି ଦୁଃଖ, କଷ୍ଟ ଓ ଯନ୍ତ୍ରଣାରେ ଦିନ କାଟୁଛନ୍ତି ଏହାର ଜବାବ ସେ ମାଗିଛନ୍ତି । ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ ପ୍ରବାସୀ ଗର୍ଭବତୀ ମହିଳାମାନେ ଛୁଆ କାଖେଇ ଶହ ଶହ କିଲୋମିଟର ଚାଲୁଛନ୍ତି । ରାଜନେତା, ସରକାରୀ ବାବୁ କେବଳ ନିର୍ବାଚନ ସମୟରେ ମୁହଁ ଦେଖାନ୍ତି । ବାକି ସମୟରେ ସୁଟ୍, ବୁଟ୍ ପିନ୍ଧି ନିଜ ବାଲକୋନୀରେ ବସି ସମୟ କାଟନ୍ତି ।

duleshwar-tandi-of-kalahandi-expresses-anguish-of-migrant-worker-through-his-rap
ଦେଶୀ ଗଲି ବୟଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଶୁଭେଚ୍ଛା

ଜନତାଙ୍କ ନାମରେ ଆସୁଥିବା ଟଙ୍କା ଲୁଟୁଛନ୍ତି ସରକାରୀ ବାବୁ । ଲୋକଙ୍କୁ ପ୍ରତାରଣା କରିବା ସେମାନେ ଭଲ ଭାବେ ଶିଖି ଯାଇଛନ୍ତି । ସରକାରଙ୍କୁ ଅଭିନୟ କରିବା ଭଲ ଭାବେ ଜଣା । ଏଠାରେ ମୁଢି ବିକ୍ରେତାଙ୍କୁ ମାଡ ହେଉଛି, ମଦ ବିକ୍ରେତାଙ୍କୁ ସମ୍ମାନ ଦିଆଯାଉଛି । ଗରିବଙ୍କୁ ଖାଇବାକୁ ମିଳୁନାହିଁ ଧନୀ ଲୋକଙ୍କୁ ବିମାନରେ ବିଦେଶରୁ ଅଣାଯାଉଛି । ଯଦି ଗରିବଙ୍କୁ ଖାଇବାକୁ ଦେବାକୁ ଅର୍ଥ ନାହିଁ ତେବେ ନିର୍ବାଚନ ସମୟରେ ଏତେ ଖର୍ଚ୍ଚ କିପରି ହେଉଛି ବୋଲି ଦୁଲେଶ୍ବର ଗୀତ ମାଧ୍ୟମରେ ସରକାରଙ୍କୁ ପ୍ରଶ୍ନ କରିବା ସହ ଏହାର ଜବାବ ମାଗିଛନ୍ତି । ଦୁଲେଶ୍ବରଙ୍କ ରାପ୍ ସାରା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାଷା ବୁଝିନପାରିଲେ ବି ଇମୋସନରୁ ସବୁକିଛି ବୁଝି ହେଉଛି ବୋଲି ଅନେକ ୟୁଜର୍ସ ଟ୍ବିଟ୍ କରି କହିଛନ୍ତି ।

ଦୁଲେଶ୍ବର ଏକାଧାରରେ ଜଣେ ଟ୍ୟୁସନ ଶିକ୍ଷକ, ପ୍ରବାସୀ ଶ୍ରମିକ, ନିର୍ମାଣ ଶ୍ରମିକ, ଦିନ ମଜୁରିଆ ଏବଂ ପାର୍ଟଟାଇମ ରାପର୍ । ସବୁଠାରୁ ବଡ କଥା ଆଜି ଦିନ ମଜୁରିଆ ପାଲଟିଥିବା ଦୁଲେଶ୍ବର ଜଣେ ସାଇନ୍ସ ଗ୍ରାଜୁଏଟ୍ । ଲକଡାଉନବେଳେ ସେ ରାୟପୁରରୁ ନିଜ ଗାଁ କଳାହାଣ୍ଡିର ବୋରଦାକୁ ଫେରିଆସିଛନ୍ତି । ସେ କହିଛନ୍ତି ଯେ ବିଦେଶରେ କୋଭିଡ 19 ବଢୁଥିବାର ଦେଖି ସେ ଭାରତରେ ଏହାର ସଂକ୍ରମଣ ବ୍ୟାପିବାର ଆଶଙ୍କା କରିଥିଲେ । ସେଥିପାଇଁ ଗାଁକୁ ମାର୍ଚ୍ଚ ମାସରେ ଫେରିଆସିଥିଲେ । ତେବେ ତାଙ୍କର ଅନେକ ସାଙ୍ଗ ଲକଡାଉନରେ ବାହାର ରାଜ୍ୟରେ ଫସି ରହିଛନ୍ତି ଏବଂ ଘରକୁ ଫେରିନାହାନ୍ତି । କିଏ ଚାଲି ଚାଲି ତ କିଏ ସାଇକେଲରେ ଫେରୁଛି । କୋରୋନା ମହାମାରୀ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଓ ଦୁର୍ଦ୍ଦଶା ଦେଖି ତାଙ୍କ ଭିତରେ ଏହି ରାପ୍ ପାଇଁ ଇଚ୍ଛା ସୃଷ୍ଟି ହୋଇଥିଲା । ଏଥିପାଇଁ ସେ କାହାଠାରୁ ପ୍ରେରଣା ପାଇନଥିଲେ ।

ରାପର୍ ଦୁଲେ ରକର ନାମରେ ଲୋକପ୍ରିୟ ତାଣ୍ଡି ପ୍ରଥମେ ଏକ ଭିଡିଓ ବାହାର କରିଥିଲେ ଯାହାର ନାମ ଥିଲା ସତ କଥା । 2 ମିନିଟ୍ 45 ସେକେଣ୍ଡର ଏହି ଭିଡିଓରେ ସେ ରାଜନେତାଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ସେ 3 ମିନିଟ୍ 5 ସେକେଣ୍ଡର ସୁନ୍ ସରକାର, ସୁନ୍ କଥା ରାପ୍ କରିଥିଲେ ଯେଉଁଥିରେ ସେ ଶ୍ରମିକଙ୍କ କୋରୋନା ଯୋଗୁଁ ସୃଷ୍ଟି ସମସ୍ୟା କଥା ବଖାଣିଥିଲେ । ନିକଟରେ ସେ ସରକାର ଜବାବ ଦେ ରାପ୍ ବାହାର କରି ବିଭିନ୍ନ ସମସ୍ୟା ନେଇ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଗୀତର ସଫଳତା ଦେଖି ଜୁନ୍ ମାସରେ ନିଜ ଟ୍ବିଟର ଆକାଉଣ୍ଟ ଖୋଲିଛନ୍ତି ତାଣ୍ଡି । ଏବେ ତାଙ୍କର 418 ଫଲୋୟର୍ସ ଅଛନ୍ତି । ତାଙ୍କୁ ଏବେ ବଲିଉଡର ଗଲି ବୟ ଫିଲ୍ମରେ ରଣଭୀରଙ୍କ କ୍ୟାରେକ୍ଟର ସହ ତୁଳନା କରାଯାଉଛି ।

ତେବେ ଦୁଲେଶ୍ବରଙ୍କ ଆର୍ଥକ ଅବସ୍ଥା 2014ରୁ ଖରାପ ହୋଇଥିଲା । ନିଜ ମାଆଙ୍କ ସର୍ଜରୀ ପାଇଁ ସେ ଦୁଇ ଏକର ଜମି ବନ୍ଧା ପକାଇ 50 ହଜାର ଟଙ୍କା ସଂଗ୍ରହ କରିଥିଲେ । ଏହାପରେ ପରିସ୍ଥିତି ଖରାପ ଥିବାରୁ ସେ ମଜୁରିଆ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ସେ ବୋରଡା ଗାଁରେ ଟ୍ୟୁସନ୍ କରୁଥିଲେ । ପରେ ଅର୍ଥାଭାବ ଦେଖାଦେବାରୁ ସେ ରାଜ୍ୟ ବାହାରକୁ ଖଟିବାକୁ ଯାଇଥିଲେ । କଲେଜବେଳୁ ସେ ରାପ୍ କରିବା ଆରମ୍ଭ କରିଥିଲେ । ପ୍ରଥମେ ସମସ୍ତେ ତାଙ୍କୁ ତାତ୍ସଲ୍ୟ କରୁଥିଲେ । ହେଲେ ସେ ରାପ୍ କରିବା ଜାରି ରଖିବା ସହ ଏଥିରେ କ୍ୟାରିୟର କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି । 2014ରେ ପଞ୍ଜାବରେ ତାଙ୍କ ଫେସବୁକ୍ ଭିଡିଓ ଦେଖି ତାଙ୍କୁ ଚଣ୍ଡିଗଡରେ ପ୍ରଦର୍ଶନ କରିବାକୁ ଡାକିଥିଲେ । ସେଠାରେ ତାଙ୍କର ଅନୁଭୂତି ନିଆରା ଥିଲା । ତେବେ ପରେ ସେ 2015ରେ ଭୁବନେଶ୍ବରର ବିଭିନ୍ନ ଷ୍ଟୁଡିଓ ଓ ଅନ୍ୟାନ୍ୟ ଜାଗାରେ ଚେଷ୍ଟା କରିଥିଲେ । କିନ୍ତୁ ଟଙ୍କା ନଥିବାରୁ କେହି ତାଙ୍କୁ ସାହାଯ୍ୟ କରିନଥିଲେ ।

ସବୁଆଡୁ ନିରାଶ ହେବା ପରେ ସେ ନିଜ ମୋବାଇଲରେ କେବଳ ଏହି ଭିଡିଓ କରିବାକୁ ସ୍ଥିର କରିଥିଲେ । ତେବେ ଏଥର ଲକଡାଉନରେ ତାଙ୍କର ରାପ୍ ଅଧିକ ପ୍ରଶଂସା ପାଇଥିଲା । ଏହା ଶୁଣିବା ପରେ ଓଡିଆ ଗାୟକ ହ୍ୟୁମାନ ସାଗର ତାଙ୍କୁ ସହାୟତା ପ୍ରଦାନ କରିଥିଲେ । ଦୁଲେଶ୍ବର କହିଛନ୍ତି ଯେ ରାପ୍ ଦ୍ବାରା ମୁଁ କୌଣସି ପ୍ରକାର ମଦ କିମ୍ବା ଦୁର୍ନୀତିକୁ ପ୍ରମୋଟ କରିବାକୁ ଚାହୁଁନାହିଁ । ମୁଁ ସାଧାରଣ ଲୋକଙ୍କ ସ୍ବରକୁ ସମସ୍ତଙ୍କ ସାମନାରେ ଦେଖାଇବାକୁ ଚାହୁଁଛି । ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ରାପ୍ ଦ୍ବାରା ଲୋକଙ୍କୁ ଜଣାଇବାକୁ ଚାହେଁ ବୋଲି ସେ କହିଛନ୍ତି । ଜଣେ ସାଇନ୍ସ ଗ୍ରାଜୁଏଟ୍ ହେବା ସହ ତାଙ୍କର ଏପରି ଚିନ୍ତାଧାରା ନିଶ୍ଚିତ ଆଜିର ଯୁବପିଢିଙ୍କ ପାଇଁ ଏକ ଶିକ୍ଷା କହିଲେ ଭୁଲ ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 11, 2020, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.