ETV Bharat / state

ଶୀଘ୍ର ଆରମ୍ଭ ହେବ ରବି ଧାଣ କିଣା, ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

author img

By

Published : Apr 19, 2023, 4:48 PM IST

କଳାହାଣ୍ଡିରେ ଧାନ କିଣା ପାଇଁ ଜିଲ୍ଲା ପ୍ରଶାସନର ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଶୀଘ୍ର ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସୂଚନା । ଅଧିକ ପଢନ୍ତୁ

କଳାହାଣ୍ଡିରେ ଧାନ କିଣା ବୈଠକ
କଳାହାଣ୍ଡିରେ ଧାନ କିଣା ବୈଠକ

କଳାହାଣ୍ଡିରେ ଧାନ କିଣା ବୈଠକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଗତକାଲି(ମଙ୍ଗଳବାର) ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ମଣ୍ଡିର ସୁବ୍ୟବସ୍ଥା, ଚାଷୀମାନଙ୍କ ଧାନ ସରକାରୀ ମୂଲ୍ୟରେ ବିକ୍ରୀ, ଅଧିକାରୀଙ୍କ ଦାୟିତ୍ଵ, ମିଲରମାନଙ୍କ ଶୀଘ୍ର ଧାନ ଉଠାଣ ସହ ଜନ ପ୍ରତିନିଧିଙ୍କ ସହଯୋଗ ଉପରେ ଆଲୋଚନା କରିଥିଲେ । ଅନ୍ୟପଟେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଚଳିତ ଖରିଫ ଋତୁରେ ଯେଉଁଭଳି ଭାବେ ଧାନ ସଂଗ୍ରହ ସୁରୁଖୁରୁରେ ହୋଇଥିଲା ସେଭଳି ରବି ଋତୁରେ ମଧ୍ୟ ଅଧିକ ଦାୟିତ୍ୱବାନ୍ ହୋଇ ଚାଷୀଙ୍କୁ ସହଯୋଗ କରିବାକୁ ସଂପୃକ୍ତ ବିଭଗୀୟ ଅଧିକାରୀଙ୍କୁ କହିଥିଲେ ।

ଅନ୍ୟପଟେ ଜୁନାଗଡ ବିଧାୟକ କହିଥିଲେ, "ରାଜ୍ୟରେ ଯଦି କୌଣସି ଜିଲ୍ଲା ଧାନ ଉତ୍ପାଦନରେ ଆଖିଦୃଶିଆ ରୂପାନ୍ତରିତ ହୋଇଛି ତାହା ଆମ ଜିଲ୍ଲା କଳାହାଣ୍ଡି । କେବଳ ଧାନ ନୁହେଁ ମତ୍ସ୍ୟ, କପା, ଡାଲି ଜାତୀୟ ଶସ୍ୟରେ ଜିଲ୍ଲା ଅଗ୍ରଣୀ ହୋଇଛି ଏବଂ ଏହା ଜିଲ୍ଲାପାଳଙ୍କ ଉଦ୍ୟମ, ଚାଷୀର ଅକ୍ଲାନ୍ତ ପରିଶ୍ରମ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ, ମିଲରମାନଙ୍କ ସହଯୋଗ ଓ ଜନ ପ୍ରତିନିଧିଙ୍କ ଘନଘନ ମଣ୍ଡି ଗସ୍ତ ଯୋଗୁଁ ସମ୍ଭବ ହୋଇଛି । ତଳଯାରିଂରେ ସ୍ଥାପିତ ହେବାକୁ ଥିବା ଇଥାନଲ ପ୍ରକଳ୍ପ ଚାଷୀଙ୍କ ଭାଗ୍ୟ ପରିବର୍ତ୍ତନ କରିବା ସଙ୍ଗେସଙ୍ଗେ ରାହୁଲ, ରେତ୍ତ ଓ ସାନ୍ଦୂଲ୍ ପ୍ରକଳ୍ପ ହେଲେ ଅନେକ ଚାଷୀ ଓ ମିଲର ଏହାଦ୍ବାରା ଉପକୃତ ହେବେ ।"

ଚଳିତ ୨୦୨୨୨-୨୩ ଖରିଫ ଋତୁରେ ୫୬୦୦୭୮.୧୪ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିଲା ଏବଂ ଏଥିରେ ମୋଟ ୭୮ ଜଣ ମିଲର ଅଂଶ ଗ୍ରହଣ କରିଥିଲେ। ଚଳିତ ରବି ଋତୁରେ ବର୍ତ୍ତମାନ ସୁଦ୍ଧା ୩୮୪୦୮ ଜଣ ଚାଷୀ ପଞ୍ଜୀକୃତ ସହ ୩୯୧୬୯ ହେକ୍ଟର ଜମିରେ ରବି ଧାନ କରାଯାଇଛି ଏବଂ ୧୬୯୦୬୯.୩୦ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ରବି ଋତୁ ପାଇଁ ଜିଲ୍ଲାରେ ୬୫ଟି ପେକ୍ସ୍, ୩୮ଟି ଧାନ ସଂଗ୍ରହ କେନ୍ଦ୍ର ଏବଂ ୨୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମୋଟ ୧୨୫ଟି ଧାନ କ୍ରୟ କେନ୍ଦ୍ର ଦ୍ଵାରା ଧାନ ସଂଗ୍ରହ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କେନ୍ଦ୍ର ସପ୍ତାହର ପ୍ରତ୍ୟେକ ଦିନ ସକାଳ ୭.୦୦ ଘରୁ ଦିବା ୧୨.୦୦ ଘ ପର୍ଯ୍ୟନ୍ତ ଖୋଲାଯିବ । ଚାଷୀମାନେ ଟୋକନ୍ ତାରିଖ ଅନୁସାରେ ମଣ୍ଡିକୁ ଧାନ ଆଣିବେ ବୋଲି ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି ।

ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି, ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ, ଭବାନୀପାଟଣା ଉପ ଜିଲ୍ଲାପାଳ ଡ.ବିଶ୍ୱଜିତ୍ ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କ ସମେତ ବିଭିନ୍ନ ବ୍ଲକର ଚାଷୀ ନେତା ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.