ETV Bharat / state

Appeal For Euthanasia: ଇଚ୍ଛାମୃତ୍ୟୁ ଆବେଦନ ପରେ ପହଞ୍ଚିଲା ପ୍ରଶାସନ, ଚିକିତ୍ସା ପାଇଁ ଯିବେ ଭାଇଜାକ - administration reach to help ailing anil

କଳାହାଣ୍ଡି ଜିଲ୍ଲା ମାଦିଗୁଡା ପଞ୍ଚାୟତ ଚିକିଲି ଗାଁର ଅନୀଲ କୁପର ଶିଖା । ୬ ବର୍ଷ ତଳେ ଏକ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ହୋଇଥିଲା । ଚିକିତ୍ସା ଅଭାବରୁ ଆଜି ପର୍ଯ୍ୟନ୍ତ ସେ ଶଯ୍ୟାଶାୟୀ । ତେବେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ ପରେ ଚିକିତ୍ସା ପାଇଁ ଆଗେଇ ଆସିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ଇଚ୍ଛାମୃତ୍ୟ ଆବେଦନ ପରେ ପହଞ୍ଚିଲା ପ୍ରଶାସନ: ଚିକିତ୍ସା ପାଇଁ ଯିବେ ଭାଇଜାକ୍‌

author img

By

Published : Dec 1, 2021, 8:25 PM IST

Updated : Dec 1, 2021, 8:36 PM IST

କଳାହାଣ୍ଡି: ଇଚ୍ଛାମୃତ୍ୟୁ ପାଇଁ ୩୦ ବର୍ଷୀୟ ଯୁବକଙ୍କ ରାଷ୍ଟ୍ରପତିଙ୍କ ଠାରେ ଆବେଦନ (Appeal For Euthanasia) । କଳାହାଣ୍ଡି ଜିଲ୍ଲା ମାଦିଗୁଡା ପଞ୍ଚାୟତ ଚିକିଲି ଗାଁର ଅନୀଲ କୂପର ଶିଖା ଦୀର୍ଘ ୬ ବର୍ଷ ହେଲା ଦୁର୍ଘଟଣାର ଶିକାର ହୋଇ ଶଯ୍ୟାଶାୟୀ । ଏକ ସଡକ ଦୁର୍ଘଟଣାରେ ମେରୁଦଣ୍ଡରେ ଗଭୀର ଆଘାତ ପାଇ ସେ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇପଡିଥିଲେ । ସ୍ୱପ୍ନ ଥିଲା ଶିକ୍ଷକତା କରି ପରିବାର ପ୍ରତିପୋଷଣ ସହ ଏକ ଶିକ୍ଷିତ ସମାଜ ସୃଷ୍ଟି କରିବା ।

ଇଚ୍ଛାମୃତ୍ୟୁ ଆବେଦନ ପରେ ପହଞ୍ଚିଲା ପ୍ରଶାସନ, ଚିକିତ୍ସା ପାଇଁ ଯିବେ ଭାଇଜାକ

ଡିସେମ୍ବର ୧୦ ତାରିଖ ୨୦୧୫ ମସିହାରେ ସେ ପ୍ରତ୍ୟେକ ଦିନ ଭଳି ବାହାରିଥିଲେ ଭବାନୀପାଟଣାକୁ କୋଚିଂ ପାଇଁ । କୋଚିଂ ସାରି ଫେରିବା ସମୟରେ ତାଙ୍କ ସହ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା କାରଣରୁ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେବେଠାରୁ ସେ ଶଯ୍ୟାଶାୟୀ ହୋଇ ପରିବାର ଲୋକଙ୍କ ଉପରେ ବୋଝ ହୋଇଯାଇଛନ୍ତି । ଆର୍ଥିକ ଅନଟନ ମଧ୍ୟରେ ବି ସୁନାଗହଣା ବିକ୍ରି ଜମି ବିକ୍ରି କରି ଅନୀଲକୁ ବଡ଼ ଡ଼ାକ୍ତରଖାନାରେ ବର୍ତ୍ତି କରିଥିଲେ । କିନ୍ତୁ, ଅନୀଲଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । ଆଉ ସେହିଦିନ ଠାରୁ ଆଜିଯାଏଁ ସେ ଶଯ୍ୟାଶାୟୀ । ଯେଉଁ ସମୟରେ ସେ ମା’ ବାପାଙ୍କ ଆଶାବାଡ଼ି ହେବା କଥା ସେହି ସମୟରେ ସେ ତାଙ୍କ ଉପରେ ନିର୍ଭରଶୀଳ । ତେଣୁ ଶେଷରେ ସେ ବାଧ୍ୟ ହୋଇ ଇଚ୍ଛାମୃତ୍ୟୁକୁ ଆପଣାଇ ନେବା ପାଇଁ ନିଷ୍ପତ୍ତି ନେଲେ।

ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ସରକାରଙ୍କ କୋଟି କୋଟି ଯୋଜନା ଆଉ ଏହା ପାଇଁ ଖର୍ଚ୍ଚ ବି ହେଉଛି କୋଟି କୋଟି ଚଙ୍କା । ହେଲେ ଅନୀଲଙ୍କ ପାଇଁ ସତେଯେମିତି ସରକାରୀ ଯୋଜନା ଅପହଞ୍ଚ । ସରକାରୀ ସହାୟତା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି କଟକ ବଡ଼ ମେଡ଼ିଲ ପର୍ଯ୍ୟନ୍ତ ସବୁ ସ୍ଥାନରେ ଆବେଦନ କରିଛନ୍ତି କିନ୍ତୁ, ହେଲେ କୌଣସି ଯୋଜନାରେ ସେ ସାମିଲ ହୋଇପାରିଲେ ନାହିଁ । ଶେଷରେ ଆଶା ଥିଲା ସରକାରଙ୍କ ନବ ନିର୍ମାଣ ଯୋଜନା BSKY କାର୍ଡ ମାଧ୍ୟମରେ ଚିକିତ୍ସା ଲାଭ ପାଇପାରିବେ କିନ୍ତୁ, ୧୨ ଦୁଆର ବୁଲିବା ପରେ ମଧ୍ୟ କୌଣସି ସୁଫଳ ନପାଇ ଶେଷରେ ଆବେଦନ କରିଛନ୍ତି ଇଚ୍ଛାମୃତ୍ୟ ପାଇଁ ।

ରାଷ୍ଟ୍ରପତି, ସୁପ୍ରିମକୋର୍ଟ, ରାଜ୍ୟ ସରକାର ଓ ହାଇକୋର୍ଟଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ଅନୀଲ ।

ତେବେ ଏହା ବାସ୍ତବରେ ଆମ ଢୋଲ ପିଟା ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଛି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅନୀଲଙ୍କ ଉତ୍ତମ ଚିକିତ୍ସା ପାଇଁ ପଦକ୍ଷେପ ନେଇଥିବା କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Dec 1, 2021, 8:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.