ଭବାନୀପାଟଣା: ଜିଲ୍ଲାରେ ଉଗ୍ରରୂପ ନେବାରେ ଲାଗିଛି ମହାମାରୀ କୋରୋନା । ପ୍ରତ୍ୟେକ ଦିନ ଶହ ଶହ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମହାମାରୀ ଚେନକୁ ଭାଙ୍ଗିବା ପାଇଁ ୧୪ ଦିନିଆ ଲକଡାଉନର ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଲକଡାଉନର ସିଧାସଳଖ ପ୍ରଭାବ ପଡିଛି ଗରିବ ଖଟିଖିଆଙ୍କ ଉପରେ ଲକଡାଉନ ହେତୁ ମୁଠା ଖାଇବା ପାଇଁ ଏମାନଙ୍କ ପାଇଁ କଷ୍ଟସାଧ୍ୟ ।
ଏଭଳି ସ୍ଥିତିରେ ଦେବଦୂତ ସାଜିଛନ୍ତି କିଛି ସାମାଜିକ ସଂଗଠନ। ବିଭିନ୍ନ ସଂଗଠନ ପକ୍ଷରୁ ଗରିବ ନିରୀହ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି ସଂଗଠନର କାର୍ଯ୍ୟକର୍ତ୍ତା।
ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭବାନୀପାଟଣା ସହରରେ । ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ହ୍ୟାଣ୍ଡ ସଂଗଠନ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ରହୁଥିବା ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିବା ସହ ରାସ୍ତାରେ ଯାଉଥିବା ଯାନବାହନକୁ ଅଟକାଇ ମାକ୍ସ ଓ ଖାଦ୍ୟ ବଣ୍ଟନ କରାଯାଉଛି । ସମସ୍ତ କୋଭିଡ ନିୟମ ମାନି ଏଭଳି ପଦକ୍ଷେପ ନେଉଛନ୍ତି ସଂଗଠନ। ଯାହା ପ୍ରଶଂସନୀୟ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ