ETV Bharat / state

ପୁଣି ଡାଇରିଆ ଆତଙ୍କ, ଜଣେ ମୃତ ୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

author img

By

Published : Aug 27, 2022, 10:11 PM IST

କଳାହାଣ୍ଡି ଜିଲ୍ଲା ସେମେଳପଦର ଗ୍ରାମରେ ଡାଇରିଆ ଆତଙ୍କ । ଗ୍ରାମରେ ୧୦ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

diarrhea affected in semelapadar kalahandi
ପୁଣି ଡାଇରିଆ ଆତଙ୍କ, ଜଣେ ମୃତ ୧୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଭବାନୀପାଟଣା: ପୁଣି ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ସେମେଳପଦର ଗ୍ରାମରେ ୧୦ରୁ ଉର୍ଦ୍ଧ୍ବ ଲୋକ ଡାଇରିଆ ଆତଙ୍କ (Diarrhoea affected in semelapadar kalahandi) ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବେଣୁ ଗୌଡ଼ ।

ପୁଣି ଡାଇରିଆ ଆତଙ୍କ

ଗତ କିଛି ଦିନ ତଳେ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ ବେଣୁ ଗୌଡ଼ । ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିବା ଜଣାପଡିଛି । ଏନେଇ ଲାଞ୍ଜିଗଡ଼ ସମାଜସେବୀ କହିଛନ୍ତି, "ଗତ ୭ରୁ୮ଦିନ ହେବ ସେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁପରେ ଗ୍ରାମବାସୀଙ୍କ ସହାୟତାରେ ଶେଷକୃତ୍ୟ କରାଯାଇଛି ।" ସେପଟେ ମେଡ଼ିକାଲ ଟିମ ଗ୍ରାମରେ ପହଞ୍ଚି ଆକ୍ରାନ୍ତଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମରେ ଥିବା ନଳକୂପରୁ ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯାଇଛି । କେଉଁ କାରଣରୁ ଝାଡ଼ାବନ୍ତି ହେଲା, ସେନେଇ ଏପର୍ଯ୍ୟନ୍ତ କାରଣ ସ୍ପଷ୍ଟ ହୋଇନଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଡାଇରିଆ ଆତଙ୍କ, ଜଣେ ମୃତ ୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ସୂଚନା ଥାଉକି, ନିକଟରେ ବାଳାପଦର ଗ୍ରାମରେ ଡାଇରିଆରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଗତ ସାତ ଦିନ ତଳେ କଳାହାଣ୍ଡି ଆମପାଣି ପଞ୍ଚାୟତର ତିର୍ଲିଆମ ଗ୍ରାମରେ ଡାଇରିଆ ଆତଙ୍କ ଦେଖା ଦେଇଥିଲା । ଗ୍ରାମରେ ଝାଡବାନ୍ତିରେ ଅନେକ ଆକ୍ରାନ୍ତ ହୋଇଥିବା (villagers affected with diarrhea) ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଗାଁକୁ ଯାଇଥିଲେ । କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିଥିଲେ । ଏହି ମେଡ଼ିକାଲ ଟିମ ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିଥିଲେ । ତିର୍ଲିଆମ ଗାଁର ନୁନୋଇ ମାଝୀ, ଲଛମା ମାଝୀ, କମଳ ମାଝୀ, ରୁଦମା ମାଝୀ, ଦୁର୍ଯୋ ମାଝୀ ଓ ଜଣେ ୬ ବର୍ଷର ଶିଶୁ ବେବି ମାଝୀଙ୍କୁ ଚିକିତ୍ସା କରିଥିଲେ । ସେହିପରି ଗାଁର ନୁନୋଇ ମାଝୀ ଓ ବେବି ମାଝୀଙ୍କ ଅଧିକ ଚିକିତ୍ସା ନିମନ୍ତେ କୋକସରା ଡାକ୍ତରଖାନାକୁ ପଠାଇଥିଲେ । ସେପଟେ ବାଲାପଦର ଓ ସେମେଳପଦର ଗାଁରେ ଡାଇରିଆ ଆତଙ୍କ ଖବର ପାଇ ଗାଁରେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର ମିଶ୍ର ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିବାବେଳେ ଗାଁର ସ୍ଥିତି ଅନୁଧ୍ୟାନ କରିଥିଲେ । ସେମେଳପଦର ଗାଁକୁ ଯିବାକୁ ରାସ୍ତା ନ ଥିବା ବେଳେ ଗତକାଲି ଖଟିଆରେ ବୋହି ଡାଇରିଆ ରୋଗୀ ଙ୍କୁ ମେଡ଼ିକାଲ ରେ ପହଞ୍ଚାଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । ଗାଁକୁ ରାସ୍ତା ଓ ନାଳରେ ପୋଲ ନ ଥିବା ନେଇ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.