କଳାହାଣ୍ଡି: ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତରେ ଝାଡାବାନ୍ତି ଆତଙ୍କ । 15 ଦିନରେ 30ରୁ ଅଧିକ ଲୋକ ହୋଇଛନ୍ତି ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଗୁରୁତର ଅଛନ୍ତି । ଲାଞ୍ଜିଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ଆସି ଚିକିତ୍ସା ଚଳାଇଥିବା ବେଳେ ବର୍ତ୍ତମାନ ବି ଗାଁରେ ପରିସ୍ଥିତି ଉଦବେଗଜନକ ରହିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ