ଭବାନୀପାଟଣା: ରାଜ୍ୟରେ ଧିରେ ଧିରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା କମୁଛି । କୋରୋନାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ପାଇଁ ରାଜ୍ୟସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ସହ ରାଜ୍ୟବାସୀଙ୍କୁ ସତର୍କ କରାଉଛନ୍ତି । ଏହି ପରିପ୍ରେକ୍ଷୀରେ ଧର୍ମଗଡ ବିଧାୟକ ମଧ୍ୟ କୋରୋନାକୁ ନେଇ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ।
ସୂଚନା ଅନୁଯାୟୀ ଗାଁ ଗାଁ ବୁଲି କୋରୋନା ବାବଦରେ ଧର୍ମଗଡ ବିଧାୟକ ମୌଷଧି ବାଗ ଲୋକଙ୍କୁ ସଚେତନ କରିଛନ୍ତି । ବିଧାୟକ ଜିଲ୍ଲାର କଲମପୁର ବ୍ଲକର ଦେପୁର ଓ ବାବୁ କେନ୍ଦୁଗୁଡାରେ ପହଞ୍ଚି ଅଞ୍ଚଳବାସୀଙ୍କୁ କୋରୋନା ବାବଦରେ ସଚେତନ କରିବା ସହ ମାସ୍କ ବାଣ୍ଟିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମରେ ବିଧାୟକ ମୌଷଧିଙ୍କ ସହ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ