ଭବାନୀପାଟଣା: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଜିଲ୍ଲାର ଗଣତନ୍ତ୍ର ସୁରକ୍ଷା ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଏଥିରେ ଉତ୍ତର ପ୍ରଦେଶ ହାଥରସର ଜଣେ ଯୁବତୀଙ୍କୁ ଅମାନବୀୟ ଭାବେ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା । ପୀଡିତାଙ୍କ ଅନ୍ତିମ ସଂସ୍କାରକୁ ନେଇ ମଧ୍ୟ ହାଥରସ ପ୍ରଶାସନ ଉପରେ ବଡ ପ୍ରଶ୍ନ ଉଠିଛି । ପୀଡିତାଙ୍କୁ ରାତି ଅଧିଆ ଅନ୍ତ୍ୟେଷ୍ଟି କରାଯାଇଥିଲା । ପରିଜନଙ୍କ ଅନୁରୋଧକୁ ମଧ୍ୟ କର୍ତ୍ତୃପକ୍ଷ ଶୁଣିନଥିଲା ।
ତେବେ ଏନେଇ ସମ୍ପୃକ୍ତ ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ପୋଲିସକୁ ତୀବ୍ର ନିନ୍ଦା କରିଛନ୍ତି ଆନ୍ଦୋଳନକାରୀ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ