ETV Bharat / state

କଳାହାଣ୍ଡି ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ପଦଧ୍ବନୀ

କଳାହାଣ୍ଡି ଜିଲ୍ଲାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 142 କୁ ପହଞ୍ଚିଥିବା ବେଳେ 83 ଜଣ ସୁସ୍ଥ ହୋଇଛନ୍ତି ଏବଂ 57 ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅଧିକ ଖବର ପଢନ୍ତୁ...

author img

By

Published : Jul 27, 2020, 6:26 PM IST

Updated : Jul 27, 2020, 10:01 PM IST

କଳାହାଣ୍ଡି ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ପଦଧ୍ବନୀ
କଳାହାଣ୍ଡି ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ପଦଧ୍ବନୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ମୁଖ୍ୟତଃ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ବୁଦ୍ଧିଜୀବୀ କହୁଥିବାବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି।

ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 142କୁ ପହଞ୍ଚିଥିବା ବେଳେ 83 ଜଣ ସୁସ୍ଥ ହୋଇଛନ୍ତି ଏବଂ 57 ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ତେବେ ଏସବୁ ଭିତରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବେ ସରକାରଙ୍କ କୋରୋନା କଣ୍ଟ୍ରୋଲ ମଡେଲ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ସାଧାରଣ ଲୋକେ ମଧ୍ୟ କେବଳ ମାସ୍କ ଖଣ୍ଡେ ଖଣ୍ଡେ ପିନ୍ଧି ଦେଇ ଅଯଥାରେ ବୁଲାବୁଲି ସହ ସାମାଜିକ ଦୂରତ୍ବକୁ ମଧ୍ୟ ମାନୁ ନଥିବା ଦେଖିବାକୁ ମିଳୁଛି।

ସମୟ ଥାଉଣୁ ଶାସନ ପ୍ରଶାସନ ସହ ତାଳ ଦେଇ ସାଧାରଣ ଲୋକେ ନିୟମ ମାନି ଚଳିବାକୁ ହେବ, ନଚେତ ଅଣାୟତ୍ତ ହୋଇଯିବ କଳାହାଣ୍ଡି ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jul 27, 2020, 10:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.