ETV Bharat / state

ଦାନ ମାଝୀ ଘଟଣାର ପୁନରାବୃତ୍ତି, ପୁଣି ଭାରରେ ବୁହାହେଲା ମୃତଦେହ

କଳାହାଣ୍ଡିରେ ପୁଣି ‘ଦାନ ମାଝୀ’ ଘଟଣାର ପୁନରାବୃତ୍ତି । ଭାରରେ ବୁହା ହେଲା ମୃତଦେହ । କଳାହାଣ୍ଡି ଥୁଆମୁଳ-ରାମପୁରର ଘଟଣା ।

author img

By

Published : Jul 18, 2019, 8:05 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

କଳାହାଣ୍ଡି: ଓଡିଶାକୁ ‘ଦାନ ମାଝୀ’ ଘଟଣା ବିଶ୍ବ ଦରବାରରେ ଲଜ୍ଜିତ କରିଥିଲା । ଠିକ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଥୁଆମୂଳ-ରାମପୁର ବ୍ଲକରେ । ଥୁଆମୂଳ ରାମପୁର ବ୍ଲକ ବାଲିସରା ଗାଁର ନିଗିଡି ମାଝୀ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କୁ କାଣିଗୁମା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

ହେଲେ ମୃତଦେହ ନେବା ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷକୁ ଆମ୍ବୁଲାନ୍ସ ପାଇଁ ପରିବାର ଲୋକେ କହିବାରୁ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ମନା କରିଥଲେ । ପରେ ପରିବାର ଏକ ଭାରରେ ପ୍ରାୟ 5 କିଲୋମିଟର ଦୂର ବାଲିସରା ଗାଁକୁ ମୁତଦେହକୁ ନେଇଥଲେ । ବର୍ତ୍ତମାନ ଏହି ମୃତଦେହ ବୋହିନେବା ଘଟଣା ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

Intro:Slug-କଳାହାଣ୍ଡି ରେ ପୁଣିଏକ ଦାନ ମାଝି ଘଟଣା

କଳାହାଣ୍ଡି ଜିଲ୍ଲା ତଥା ଓଡିଶା କୁ ଯୋଉ ଦାନ ମାଝୀ ସ୍ତ୍ରୀ ଶବ ବୁହା ଘଟଣା ବିଶ୍ୱ ଦରବାର ରେ ଲଜ୍ଜିତ କରିଥିଲା ସେଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ସେହି ଥୁଅମୂଳ ରାମପୁର ବ୍ଲକ ର କାଣିଗୁମା ଚିକିତ୍ସାଲୟ ରେ ଥୁଅମୂଳ ରାମପୁର ବ୍ଲକ ବାଲିସରା ଗାଁ ର ନିଗିଡି ମାଝୀ କିଛି ଦିନ ହେଲା ଅସୁସ୍ଥ ହୋଇଥିଲେ ତାଙ୍କୁ କାଣିଗୁମା ଚିକିତ୍ସା ଲୟ ରେ ଭର୍ତି କରି ଥିଲେ ଚିକିତ୍ସା ଧୀନ ଅବସ୍ଥାରେ ରେ କାଲି ଅପହର୍ଣ୍ଣ ତାଙ୍କ ମୃତ୍ୟୁ ହୋଇଥିଲା ଫଳରେ ଶବ କୁ ନେବା ପାଇଁ ଚିକିତ୍ସଲୟ କର୍ତ୍ତୃପକ୍ଷ କୁ ଆମ୍ବୁଲେନ୍ସ ପାଇଁ ପରିବାର ଲୋକ କହିବାରୁ କର୍ତ୍ତୃପକ୍ଷ ମନା Body:କରିଥଲେ ପରେ ପରିବାର ଲୋକ ମନେ ଏକ ବାଡ଼ି ଅତିଆ ସାହାଯ୍ୟରେ ପ୍ରାୟ 5 କିଲୋମିଟର ଥିବା ବାଲିସରା ଗାଁ କୁ ନେଇ ଥଲେ ବର୍ତମାନ ଏହି ଶବ ବୋହିନେବା ଘଟଣା ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି । ସୂଚନାଯୋଗ୍ୟ ଯେ ସେ ଅଞ୍ଚଳରେ କୌଣସି ମୋବାଇଲ ସେବା ନଥିବାରୁ ପାଣିଗୁମା ମେଡିକାଲ କର୍ତ୍ତୃପକ୍ଷ ସଂଗେ ଯୋଗାଯୋଗ ହୋଇପାରି ନଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଫୋନ ଉଠଉନାହାନ୍ତି। Conclusion:କିନ୍ତୁ କଳାହାଣ୍ଡି ରେ ଏହି ଘଟଣା କୁନେଇ ଅନେକ ମହଲରେ ନିନ୍ଧା କରୁଛନ୍ତି
ବାଇଟ-ପଲୁ ମାଝୀ(ମୃତକଙ୍କ ପୁଅ)
ବାଇଟ-ସାବିତ୍ରୀ ମାଝୀ(ମୃତକଙ୍କ ବହୁ)
ବାଇଟ-ଗୋବିନ୍ଦ ପ୍ରଧାନୀ(ସ୍ଥାନୀୟ ବାସିନ୍ଦା)
ବାଇଟ-ବନଳତା ଦେବୀ(ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କଳାହାଣ୍ଡି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.